ଅମୃତସର: ଶିରୋମଣୀ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ମଜିଠିଆଙ୍କୁ ପଞ୍ଜାବ ସରକାରଙ୍କ ଦ୍ବାରା ଜେଡ୍ ପ୍ଲସ ସୁରକ୍ଷା(Z Security) ପ୍ରଦାନ । ତେବେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ଏପଟେ ଡ୍ରଗ୍ସ ଚୋରା ଚାଲାଣ ଅଭିଯୋଗରେ ସେ ବର୍ତ୍ତମାନ ପଟିଆଲା ବିଚାର ବିଭାଗୀୟ ଜେଲ ହେପାଜତରେ ଅଛନ୍ତି ।
ସେହିପରି ତାଙ୍କୁ ଜେଡ୍ ସୁରକ୍ଷା ଜେଲରେ ମଧ୍ୟ ପ୍ରଦାନ କରାଯିବ ବୋଲି ଏ ସମ୍ପର୍କରେ ପଟିଆଲା ସେଣ୍ଟ୍ରାଲ ଜେଲର ଜେଲ ଅଧୀକ୍ଷକ ଶିବରାଜ ସିଂ ଆନନ୍ଦ ଗଣମାଧ୍ୟମକୁ କହିଛନ୍ତି । ଏଥିସହ ମଜିଠିଆଙ୍କ ଜୀବନ ବିପଦ ଅଛି ଏଣୁ ତାଙ୍କ ସୁରକ୍ଷାକୁ ଆହୁରି କଡାକଡି କରାଯିବା ବୋଲି ଏଡିଜିପି ଜେଲର ଆଦେଶ ପାଇବା ପରେ ଏହା କହିଛନ୍ତି । ଏହା ସହିତ ପୂୁର୍ବରୁ ମଧ୍ୟ ଜେଲରେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯାଉଥିଲା ବୋଲି ସେ କହିଛନ୍ତି ।
ସେହିଭଳି ମଜିଠିଆଙ୍କ ସୁରକ୍ଷା ହେଉଛି ଆମର ବୋଲି ପଟିଆଲା ସେଣ୍ଟ୍ରାଲ ଜେଲର ଜେଲ ଅଧୀକ୍ଷକ ଶିବରାଜ ସିଂ ଆନନ୍ଦ କହିଛନ୍ତି । ଏଥିସହ ତାଙ୍କୁ କୋର୍ଟରେ ହାଜର କରିବା ପର୍ଯ୍ୟନ୍ତ ମଧ୍ୟ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରାଯିବ ବୋଲି ଆନନ୍ଦ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ହାଜର କରାଯାଉଛି ।
ଅନ୍ୟପଟେ ଜେଲରେ ତାଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଛି ବୋଲି ସେ କହିଛନ୍ତି । ମାତ୍ର ପଞ୍ଜାବରେ ଚନ୍ନି ସରକାର ସମୟରେ ଏହି ମାମଲାରେ ମଜିଠିଆଙ୍କୁ ଜେଲ ଆସିବାକୁ ପଡିଥିଲା । ହେଲେ ତାଙ୍କୁ ଏପର୍ଯ୍ୟନ୍ତ ଜାମିନ ପ୍ରଦାନ କରାଯାଇ ନାହିଁ ଏବଂ ସେ ପଟିଆଲା ଜେଲରେ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ