ETV Bharat / bharat

ସ୍କୁଲ ପହଞ୍ଚିବା ପୂର୍ବରୁ ହେଲା ଟ୍ରାଫିକ ଜାମ, 2 କିମି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ - ପରୀକ୍ଷା ଦେବାକୁ ଦୌଡିଲେ ଛାତ୍ରୀ

ମଝି ରାସ୍ତାରେ ଟ୍ରାଫିକ ଜାମ ହେଲା । ପରୀକ୍ଷା ଦେବାରେ ଯେପରି ବିଳମ୍ବ ନ ହୁଏ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ 2 କିଲୋମିଟର ଦୌଡିଲେ ପରୀକ୍ଷାର୍ଥୀ । ବିହାରରେ ଏପରି ଚିତ୍ର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

students run for about 2km on National Highway to reach exam centre
2 କିମି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ
author img

By

Published : Feb 20, 2023, 10:56 AM IST

ପାଟନା: ପରୀକ୍ଷା ଦେବାକୁ ଘରୁ ବାହାରିଥିଲେ ପରୀକ୍ଷାର୍ଥୀ । ମାତ୍ର ମଝି ରାସ୍ତାରେ ଅଚାନକ ଟ୍ରାଫିକ ଜାମ ହୋଇଥିଲା । ଦୀର୍ଘ ସମୟ ଧରି ଗାଡି ଅଟକିଥିଲା । କାଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହେବ ଗାଡି ଚଳାଚଳ ସ୍ବାଭାବିକ ହେବାକୁ ଅପେକ୍ଷା ନକରି ଦୌଡିବାକୁ ଲାଗିଲେ ଛାତ୍ରୀ । ବିହାରର କିଛି ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ 2 କିଲୋମିଟର ଜାତୀୟ ରାଜପଥରେ ଦୌଡୁଥିବାର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

2 କିମି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ
2 କିମି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ

ରାସ୍ତାରେ ଜାମ ଯୋଗୁଁ ଯେଉଁ ଗାଡିରେ ଯାଇଥିଲେ ତାହା ଆଗକୁ ଗଡି ନଥିଲା । ସମୟ ନଷ୍ଟ କରି ଦଶମ ବୋର୍ଡ ପରୀକ୍ଷା ପାଇଁ ଛାତ୍ରୀମାନେ ଦୌଡି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । ସୋସିଆଲ ମିଡିଆରେ ଛାତ୍ରୀମାନେ ଦୌଡୁଥିବାର ଭିଡିଓ ଭାଇରାଲ ହେବା ପରେ ଶାସକ ଦଳକୁ ବିରୋଧୀ ଟାର୍ଗେଟ କରିଛନ୍ତି ।

ବିହାରର କାଇମୁର ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଛି । କିଛି ଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ଘରୁ ସେମାନଙ୍କ ଅଭିଭାବକଙ୍କ ସହ ବାହାରିଥିଲେ । କିନ୍ତୁ ପରୀକ୍ଷା କେନ୍ଦ୍ର 2 କିମି ବାକି ଥିବାବେଳେ ହଠାତ ଟ୍ରାଫିକ ଜାମ ହୋଇଥିଲା । କୁହନ୍ତି ନା ସମୟ କାହାକୁ ଅପେକ୍ଷା କରେ ନାହିଁ । ମିନିଟ କଣ୍ଟା ଆଗକୁ ବଢୁଥାଏ ହାତରେ ସମୟ ସରି ସରି ଆସୁଥାଏ ସେପଟେ ଟ୍ରାଫିକ ସମସ୍ୟା ତୁଟୁ ନଥାଏ । ପଛକୁ ପଛ ଗାଡି ଲମ୍ବିଥାଏ । କାଳେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବିଳମ୍ବ ହେବ ପରୀକ୍ଷା ପାଇଁ ଅନୁମତି ମିଳିବ ନାହିଁ ଏହା ଚିନ୍ତା କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଦୌଡିଲେ ଛାତ୍ରୀ ।

କାଳ ବିଳମ୍ବ ନକରି 2 କିଲୋମିଟର ଦୌଡି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ । ସେମାନଙ୍କ ହାତରେ ଆଡମିଟ କାର୍ଡ, କଲମ ଦେଖିବାକୁ ମିଳିଥିଲା । ଛାତ୍ରୀମାନେ ଦୌଡି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ଲୋକ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ...ବ୍ରାଜିଲରେ ପ୍ରକୃତିର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି, କାର୍ନିଭାଲ ବାତିଲ

ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥାଏ ମାତ୍ର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କାଇମୁର ଜିଲ୍ଲା ଶିକ୍ଷାଧିକାରୀ ସମୁନ ଶର୍ମା କହିଛନ୍ତି, ଟ୍ରାଫିକ ଜାମ ସମସ୍ୟା ନେଇ ବିଭିନ୍ନ ସମୟରେ ବୈଠକରେ ଆଲୋଚନା ହୋଇଛି । ନିମ୍ନମାନର ରାସ୍ତା କାମ ପାଇଁ ଟ୍ରାଫିକ ଜାମ ହୋଇଥିବା କହିଛନ୍ତି କାଇମୁର ଜିଲ୍ଲା ଶିକ୍ଷାଅଧିକାରୀ । ବିହାର ସ୍କୁଲ ବୋର୍ଡ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଫେବୃଆରୀ 14ରୁ ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.