ETV Bharat / bharat

ଆଜି ବିହାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ, 78ଟି ସିଟରେ ହେବ ଭୋଟ ଗ୍ରହଣ - bihar assembly election

ବିହାର ବିଧାନସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ 7ଟାରୁ ଆରମ୍ଭ ହେବ ଭୋଟ ଗ୍ରହଣ । ମୋଟ 2.34 କୋଟି ମତଦାତା 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଅଧିକ ପଢନ୍ତୁ...

ଆଜି ବିହାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ
ଆଜି ବିହାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ
author img

By

Published : Nov 7, 2020, 6:29 AM IST

ପାଟନା: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ 78 ଆସନରେ ଭୋଟ ଗ୍ରହଣ କରାଯିବ । ମୋଟ 2.34 କୋଟି ମତଦାତା 1204 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଭୋଗ୍ରହଣ ପାଇଁ 15 ଜିଲ୍ଲାର 33,782 ବୁଥ ପ୍ରସ୍ତୁତ କରାଯାଇଛି । ସକାଳ 7 ଟାରୁ ଆରମ୍ଭ ହେବ ମତଦାନ ।

ପଶ୍ଚିମ ଚମ୍ପରନ୍, ପୂର୍ବ ଚମ୍ପରନ୍, ସୀତାମାରହି, ମଧୁବାନୀ, ସୁପାଲ୍, ଆରାରିଆ, କିଶାନଗଞ୍ଜ, କାଟିହାର, ମାଧେପୁରା, ସାହାରା, ଦରଭଙ୍ଗା, ମୁଜାଫରପୁର, ବୈଶାଲୀ ଏବଂ ସାମସ୍ତିପୁର ନିର୍ବାଚନୀମଣ୍ଡଳୀର ଲୋକେ ଭୋଟ ଦେବେ । ଶେଷ ପର୍ଯ୍ୟାୟରେ 5ଟି କୋଭିଡ ପ୍ରଭାବିତ ଜିଲ୍ଲାରେ ଭୋଟ ଗ୍ରହଣ ହେବ । କୋରୋନା ମଧ୍ୟରେ ମତଦାନ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି ।

ଆଜିର ମତଦାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମେତ ଅନ୍ୟ 12 ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା କରିବେ । ଯେଉଁଥିରେ ମହାମେଣ୍ଟର ବହୁ ବରିଷ୍ଠ ନେତା ମଧ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନ 243ଟି ଆସନରେ ଅନୁଷ୍ଠିତ ହେଉଛି । ଅକ୍ଟୋବର 28 ତାରିଖରେ ପ୍ରଥମ ପର୍ଯ୍ୟାୟରେ 71ଟି ଆସନ ପାଇଁ ମତଦାନ ସରିଛି । 94ଟି ପାଇଁ ନଭେମ୍ବର 3ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଇଥିଲା । ଆଜି ନିର୍ବାଚନର ଶେଷ ପର୍ଯ୍ୟାୟ । ନିର୍ବାଚନର ଫଳାଫଳ ନଭେମ୍ବର 10 ତାରିଖରେ ଆସିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.