ପାଟନା: ବିହାରରେ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ବଡ଼ ଖବର ସାମନାକୁ ଆସୁଛି । ସୂତ୍ର ଅନୁସାରେ ବିହାରରେ JDU ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଏବେ ବିଜେପି ସହିତ ମେଣ୍ଟ ସରକାର ଗଠନ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳ ଫାଗୁ ଚୌହାନ (Governor Fagu Chauhan)ଙ୍କୁ ଭେଟିବା ( Nitish Kumar Demands Time To Meet Governor) ଲାଗି କିଛି ସମୟ ମାଗିଛନ୍ତି । ନୀତିଶ ଅପରାହ୍ନ ୨ଟାରେ ରାଜ୍ୟପାଳଙ୍କୁ ଭେଟିପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।
ଏହାରି ମଧ୍ୟରେ ରାଜ୍ୟପାଳ ଦିଲ୍ଲୀରୁ ପାଟନାରେ ପହଞ୍ଚିଛନ୍ତି । ବିହାରରେ ନୂଆ ସରକାର ଗଠନକୁ ରାଜନୈତିକ ଉଷ୍ମତା ଦେଖାଦେଇଥିବା ବେଳେ ରାଜଭବନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଅନେକ ନେତା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ପହଞ୍ଚିପାରନ୍ତି । ବିଶେଷ ସୂତ୍ର ଅନୁସାରେ ବିହାରର ନୂଆ ସରକାରକୁ ନେଇ ସମସ୍ତ ନିଷ୍ପତ୍ତି ଶେଷ ହୋଇଛି ।
ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟପାଳଙ୍କୁ ଭେଟିବା ପରେ ସମସ୍ତଙ୍କ ସମ୍ମୁଖରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି । ସେପଟେ ଉପମୁଖ୍ୟମନ୍ତ୍ରୀ ପଦ ସହିତ ଗୃହ ବିଭାଗ ମଧ୍ୟ ତେଜସ୍ବୀଙ୍କ ନିକଟରେ ରହିବାକୁ ଦାବି ହୋଇଛି । ସେପଟେ ଆରଜେଡ଼ି ବିଧାୟକ ଦଳର ବୈଠକରେ ଏହା ମଧ୍ୟ ଦାବି ଉଠିଛି ଯେ ବାଚସ୍ପତି ପଦ ମଧ୍ୟ ଦଳ ନିକଟରେ ରହୁ ।