ETV Bharat / bharat

ଦିନ ମଜୁରିଆଙ୍କ ଅକଲ ଗୁଡୁମ, ଆସିଛି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବିଜୁଳି ବିଲ

author img

By ETV Bharat Odisha Team

Published : Jan 14, 2024, 4:35 PM IST

Labour Got 1crore Electric Bill: ବିହାରର ମୁଜାଫରପୁର ଜିଲ୍ଲାରେ ଗରିବ ଦିନ ମଜୁରିଆଙ୍କ ଆସିଛି ଏକ କୋଟି ୨୯ ଲକ୍ଷ ଟଙ୍କାର ବିଜୁଳି ବିଲ । ସ୍ମାର୍ଟ ମିଟର ଲଗାଇଥିବା ଏଜେନ୍ସିକୁ କାରଣ ଦର୍ଶାଅ ନୋଟିସ ସହ ତଦନ୍ତ ନିର୍ଦେଶ ଦେଲା ବିଦ୍ୟୁତ ବିଭାଗ ।

ହୋସ ଉଡାଇଲା ବିଜୁଳି ବିଲ, ଦିନ ମଜୁରିଆଙ୍କ ଆସିଛି ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା

ପାଟନା: କଥାରେ ଅଛି ବୋଝ ଉପରେ ନଳିତା ବିଡା । ବିହାରର ମୁଜାଫରପୁର ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଏହି ଉକ୍ତିଟି ସେଠାରେ ପ୍ରଯୁଜ୍ୟ ହେବ । ଜଣେ ଦିନ ମଜୁରିଆଙ୍କୁ ଆସିଛି ଏକ କୋଟି ୨୯ ଲକ୍ଷ ଟଙ୍କାର ବିଜୁଳି ବିଲ । ପେଶାରେ ଦିନ ମଜୁରିଆ ଥିବା ଜମିର ଅନସାରୀ ମୁସହରୀ ବ୍ଲକର ବିଶୁନପୁର ଗ୍ରାମର ନିବାସୀ ଅଟନ୍ତି । ମୂଲ କାମ କରି ସେ ନିଜ ପରିବାରର ପ୍ରତିପୋଷଣ କରିଥାନ୍ତି । ଏତେ ଟଙ୍କାର ବିଲ ଦେଖି ତାଙ୍କ ପାଦ ତଳୁ ଜମି ଖସି ଯାଇଥିଲା । ଏ ସମ୍ପର୍କରେ ସେ ଖାଉଟି ମଞ୍ଚର ଅଧ୍ୟକ୍ଷ ଅଜୟ କୁମାର ପାଣ୍ଡେଙ୍କୁ ଅଭିଯୋଗ କରିଥିଲେ । ପୂର୍ବ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରବଣ କୁମାର ଠାକୁରଙ୍କ ଯାଞ୍ଚ ପରେ ଏହି ବିଲଟି ଭୁଲ ବୋଲି ଜଣା ପଡିଥିଲା ।

କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରବଣ କୁମାର ଏହାର ଯାଞ୍ଚ ପାଇଁ ଆସିଷ୍ଟାଣ୍ଟ ଇଲେକ୍ଟ୍ରିକ ଇଞ୍ଜିନିୟର ଓ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କରିବା ପରେ ବଡ଼ ଧରଣର ଗଡବଡ ସାମନାକୁ ଆସିଥିଲା । ପ୍ରାୟ ଏକ ଘଣ୍ଟା ମଧ୍ୟରେ ବିଜୁଳି ବିଲକୁ ଠିକ କରାଯାଇଥିଲା । ଯାହା ଫଳରେ ପୂର୍ବରୁ ଥିବା ୧କୋଟି ୨୯ ଲକ୍ଷ ୮୪୬ ଟଙ୍କାର ବିଲ ୩୩ ହଜାର ୩୭୮ ଟଙ୍କାକୁ ହ୍ରାସ ପାଇଥିଲା । ଜମିରଙ୍କ କହିବା ମୁତାବକ ୨୦୨୨ ଡିସେମ୍ବର ଠୁ ୨୦୨୩ ଫେବୃଆରୀ ଯାଏଁ ୪୨ ୟୁନିଟ ବିଜୁଳି ଖର୍ଚ୍ଚ ହୋଇଥିଲା । ସେହିପରି ମାର୍ଚ୍ଚରୁ ଜୁନ ମାସରେ ୩୩୧ ୟୁନିଟ, ଅଗଷ୍ଟରେ ୬୪ ୟୁନିଟ, ସେପ୍ଟେମ୍ବର ରେ ୬୭ ୟୁନିଟ ବିଜୁଳି ଖର୍ଚ୍ଚ ହୋଇଥିଲା ।

ଗତ ଡିସେମ୍ବର ମାସରେ ଜମିରଙ୍କ ଘରେ ସାଧାରଣ ମିଟରକୁ ହଟାଇ ସ୍ମାର୍ଟ ମିଟର ଲଗାଯାଇଥିଲା । ଯାହା ଫଳରେ ତାଙ୍କର କେବଳ ଡିସେମ୍ବର ମାସ ରେ ୩୬,୪୫,୪୮୮ ୟୁନିଟ ବିଜୁଳି ଖର୍ଚ୍ଚ ହୋଇଥିଲା । ଏହି ମାମଲାରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରବଣ କୁମାର କହିଛନ୍ତି ଯେ ସ୍ମାର୍ଟ ମିଟର ଲଗାଇଥିବା ଏଜେନ୍ସିକୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଏଜେନ୍ସିର ଅଧିକାରୀଙ୍କ ଠାରୁ ମିଟର ଲଗାଇଥିବା କର୍ମଚାରୀଙ୍କ ସମ୍ପର୍କରେ ତଥ୍ୟ ମଗାଯାଇଛି । ଯଦି ଜାଣିଶୁଣି ତ୍ରୁଟିଯୁକ୍ତ ମିଟର ଲଗାଯାଇଥିବ ତେବେ ଉକ୍ତ ମିଟର ଲଗାଇଥିବା କର୍ମଚାରୀଙ୍କ ଉପରେ ଏଫଆଇଆର ରୁଜୁ ହେବ । ତେଣୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.