ETV Bharat / bharat

Punjab Gas Leak Case: ମୃତକଙ୍କ ମଧ୍ୟରେ ବିହାରର ଗୋଟିଏ ପରିବାରର 5 ସଦସ୍ୟ

ଲୁଧିଆନା କ୍ଷୀର ଫ୍ୟାକ୍ଟ୍ରି ଅଘଟଣ ମୃତକଙ୍କ ମଧ୍ୟରେ ବିହାରର ଗୋଟିଏ ପରିବାରର 5 ସଦସ୍ୟ । ପ୍ରାଣ ହରାଇଥିଲେ 11ଜଣ । ଏବେ ମଧ୍ୟ 10ରୁ ଅଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

Punjab gas leak case: ମୃତକଙ୍କ ମଧ୍ୟରେ ବିହାରର ଗୋଟିଏ ପରିବାରର 5 ସଦସ୍ୟ

author img

By

Published : Apr 30, 2023, 8:58 PM IST

ଚଣ୍ଡିଗଡ/ପାଟନା: ପଞ୍ଜାବ ଲୁଧିଆନାରେ ଏକ କ୍ଷୀର ଫ୍ୟାକ୍ଟ୍ରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ ପ୍ରାଣ ହରାଇଥିବା ୧୧ ମୃତକଙ୍କ ମଧ୍ୟରେ ରହିଛନ୍ତି ବିହାରର ଗୋଟିଏ ପରିବାରର 5 ସଦସ୍ୟ । ପରିବାରଟି ବିହାରର ଗୟା ଜିଲ୍ଲାର । ମୃତକଙ୍କ ମଧ୍ୟରେ ଦମ୍ପତି ଓ ସେମାନଙ୍କର 3 ସନ୍ତାନ ଅଛନ୍ତି । ସମସ୍ତେ ସେଠାରେ କାର୍ଯ୍ୟରତ ଥିଲେ । ଏହି ଖବର ବିହାରର ଗୟାରେ ପହଞ୍ଚିବା ପରେ ଏହି ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଅଘଟଣର ଶିକାର ହୋଇଥିବା ଏହି ପରିବାରଟି ଗୟାର ଆନ୍ତି ପୋଲିସ୍ ଷ୍ଟେସନ୍ ଅଞ୍ଚଳର ମଞ୍ଜିଆୱାନ୍ ଧନୁବିଗ ଗାଁର । ସେମାନେ ସେଠାରେ ସପରିବାର କାର୍ଯ୍ୟରତ ଥିଲେ । ମୃତକମାନେ କଭିଲାଶ ଯାଦବଙ୍କ ସହ ତାଙ୍କ ପତ୍ନୀ ଅନୁଲା, ଝିଅ କଳ୍ପନା ପୁଅ ଆର୍ଯ୍ୟନ୍ ଏବଂ ଅଭୟ ନାରାୟଣ ମଧ୍ୟ ଏକାଠି ରହୁଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ 11 ସଦସ୍ୟଙ୍କ ମୃତ୍ୟୁ ହେବା ସହ ଏକାଧିକ ଗୁରୁତର ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ଆଜି(ରବିବାର) ସକାଳେ ଲୁଧିଆନାର ଗିଆସପୁରା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ପୋଲିସ ଟିମ୍ ସେଠାରେ ପହଞ୍ଚି ପ୍ରଭାବିତ ଅଞ୍ଚଳକୁ ସିଲ୍ କରିଛି । ଅଗ୍ନିଶମ ବାହିନୀ, ଏନଡିଆରଏଫ ଏବଂ ଡାକ୍ତରୀ ଟିମ୍ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର ଅପରେସନ ଜାରି କରିଥିଲେ । ତେବେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହେଲା ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।

ଆଜି ସକାଳେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋୟଲ ମିଲ୍‌କ୍‌ ପ୍ଲାଣ୍ଟ ନାମକ କ୍ଷୀର ଫ୍ୟାକ୍ଟ୍ରିରୁ ଏହି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି । ଫ୍ୟାକ୍ଟ୍ରିରେ କାମ କରୁଥିବା ୧୨ରୁ ଅଧିକ କର୍ମଚାରୀ ଅଚେତ୍ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି ପାଇଁ ଉଦ୍ୟମ କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ପଞ୍ଜାବ ସରକାର ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଚିକିତ୍ସା ସହାୟତା ଘୋଷଣା କରିଛନ୍ତି । ଅନ୍ୟପଟେ ସମଗ୍ର ଅଞ୍ଚଳ ଏବେ ସିଲ୍‌ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଆଶଙ୍କିତ ଅବସ୍ଥାରେ ଅଛନ୍ତି । ସମସ୍ତଙ୍କୁ ମାସ୍କ୍‌ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଗ୍ୟାସ୍‌ ଲିକ ଘଟଣାର କାରଣ ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.