ETV Bharat / bharat

ବିହାର ନିର୍ବାଚନ: ନୋଟାରୁ ଅଢେଇ ଗୁଣ କମ୍‌ ଭୋଟ ପାଇଲେ ଲଣ୍ଡନ ଫେରନ୍ତା ପୁଷ୍ପମ ପ୍ରିୟା

ପରିବର୍ତ୍ତନର ରାଜନୀତି ନେଇ ଦାବି କରିଥିବା ପୁଷ୍ପମ ପ୍ରିୟା ଚୌଧୁରୀ ନିଜର ଅମାନତ ହରାଇଛନ୍ତି । ମତ ଗଣନାର କୌଣସି ବି ରାଉଣ୍ଡରେ ରେସ୍‌ରେ ଥିବା ଭଳି ନଜର ଆସିନାହାନ୍ତି ପୁଷ୍ପମ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: ନୋଟାରୁ ଅଢେଇ ଗୁଣ କମ୍‌ ଭୋଟ ପାଇଲେ ଲଣ୍ଡନ ଫେରନ୍ତା ପୁଷ୍ପମ ପ୍ରିୟା
ବିହାର ନିର୍ବାଚନ: ନୋଟାରୁ ଅଢେଇ ଗୁଣ କମ୍‌ ଭୋଟ ପାଇଲେ ଲଣ୍ଡନ ଫେରନ୍ତା ପୁଷ୍ପମ ପ୍ରିୟା
author img

By

Published : Nov 10, 2020, 9:50 PM IST

ପାଟନା: ବିହାର ବିଧାନସଭା ନିର୍ବାଚନରେ ବାଙ୍କିପୁରା ବିଧାନସଭା ଆସନର ମତ ଗଣନା ଶେଷ ହୋଇସାରିଛି । ତେବେ ପରିବର୍ତ୍ତନର ରାଜନୀତି ନେଇ ଦାବି କରିଥିବା ପୁଷ୍ପମ ପ୍ରିୟା ଚୌଧୁରୀ ନିଜର ଅମାନତ ହରାଇଛନ୍ତି । ମତ ଗଣନାର କୌଣସି ବି ରାଉଣ୍ଡରେ ରେସ୍‌ରେ ଥିବା ଭଳି ନଜର ଆସିନାହାନ୍ତି ପୁଷ୍ପମ ।

ପୁଷ୍ପମଙ୍କୁ କେବଳ 1500 ଭୋଟ୍‌ ମିଳିଛି । ଏହାସହ ସେ ବିସ୍ଫି ସିଟ୍‌ରୁ ମଧ୍ୟ ପ୍ରାର୍ଥୀ ରହିଥିଲେ । ତେବେ ଏଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । ଏହି ଆସନରେ ପୁଷ୍ପମ ନୋଟାରୁ ଅଢେଇଗୁଣ କମ ଭୋଟ ପାଇଛନ୍ତି ।

ବିହାର ବିଧାନସଭା ନିର୍ବାଚନରେ ପୁଷ୍ପମ ପ୍ରିୟା ଚୌଧୁରୀ ଜାତୀୟ ସ୍ତରରେ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିହାରର ଦରଭଙ୍ଗାରେ ରହୁଥିବା ପୁଷ୍ପମ ଖବରକାଗଜର ପ୍ରଥମ ପୃଷ୍ଠାରେ ଦେଇଥିଲେ ଏକ ବିଜ୍ଞାପନ । ଏଥିରେ ସେ ନିଜକୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ । କେବଳ ଏତିକି ନୁହେଁ ପୁଷ୍ପମ ବିହାରର ଜନସାଧାରଣଙ୍କୁ ଏକ ଚିଠି ମଧ୍ୟ ଲେଖିଥିଲେ । ଏହି ଚିଠିରେ ଲେଖାଯାଇଥିଲା ଯେ "ଏହାକୁ ସମ୍ଭାଳିକି ରଖିଥାନ୍ତୁ, କାରଣ ଏହା ଆପଣଙ୍କର ଓ ଆପଣଙ୍କ ଶିଶୁଙ୍କ ଭବିଷ୍ୟତ ପାଇଁ ପ୍ରତିଶୃତି । ମୋତେ ବିହାରକୁ ବଦଳାଇବାର ଅଛି ।"

ପୁଷ୍ପମ ପ୍ରିୟା ନିଜର ଏକ ପାର୍ଟୀ ବି ଗଠନ କରିଥିଲେ, ଯାହାର ନାଁ ରଖିଛନ୍ତି 'ପ୍ଲୁରାଲ୍ସ' । ସେ ନିଜକୁ ଏହି ଦଳର ସଭାପତି ଘୋଷଣା କରିଥିଲେ । ପୁଷ୍ପମ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ ଏଣ୍ଡ ପଲିଟିକାଲ ସାଇନ୍ସରେ ଲୋକ ସମ୍ପର୍କ ବିଭାଗରେ ସ୍ନାତକ କରିଛନ୍ତି ।

ପୁଷ୍ପମ ଚୌଧୁରୀ ଦରଭଙ୍ଗାର ଜେଡିୟୁ ନେତା ତଥା ପୂର୍ବତନ ବିଧାନପରିଷଦ ସଦସ୍ୟ ବିନୋଦ ଚୌଧୁରୀଙ୍କ ଝିଅ । ତାଙ୍କ କକା ଅଜୟ ଚୌଧୁରୀ ମଧ୍ୟ ଜେଡିୟୁର ଦରଭଙ୍ଗା ଜିଲ୍ଲା ଅଧ୍ୟକ୍ଷ ଅଛନ୍ତି । ଏହା ବ୍ୟତିତ ପୁଷ୍ପମଙ୍କ ଜେଜେବାପା ଦିବଙ୍ଗତ ଉମାକାନ୍ତ ଚୌଧୁରୀ ନିତିଶ କୁମାରଙ୍କ ଅତି ନିକଟତର ବନ୍ଧୁ । ପୁଷ୍ପମଙ୍କ ଦଳ ଏହାର ପ୍ରଥମ ନିର୍ବାଚନରେ ​​ସ୍ୱଚ୍ଛ ଚିତ୍ର ଥିବା ସାମାଜିକ କର୍ମୀ, ଶିକ୍ଷକ, ଡାକ୍ତର ଏବଂ ଅନ୍ୟ ବୃତ୍ତିଗତମାନଙ୍କୁ ଟିକେଟ୍ ଦେବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କୁ ଏଥର ନିର୍ବାଚନରେ ପରାଜୟର ସାମ୍ନା କରିବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.