ETV Bharat / bharat

ଶିଶୁଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ କଲା ପାଟନା ଏମ୍ସ - ପାଟନା ଏମ୍ସ

ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ19 କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ । ଅଧିକ ପଢନ୍ତୁ...

ଶୁଶୁଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ

author img

By

Published : Jun 3, 2021, 8:03 AM IST

ପାଟନା: ଶିଶୁଙ୍କ ଉପରେ କୋଭିଡ ଭ୍ୟାକ୍ସିନ ଟ୍ରାଏଲ ଆରମ୍ଭ କରିଛି ପାଟନା ଏମ୍ସ । ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋଭିଡ19 କୋଭାକ୍ସିନର ଶିଶୁମାନଙ୍କ ଉପରେ ପ୍ରଭାବ ଜାଣିବାକୁ ପରୀକ୍ଷା କରିଛି ପାଟନାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ।

ପିଲାମାନଙ୍କ ଉପରେ କୋଭାକ୍ସିନର କ୍ଲିନିକାଲ ପରୀକ୍ଷା କରିବା ପାଇଁ ମେ 11ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଅନୁମତି ଦେଇଥିଲା । ଏହା ପୂର୍ବରୁ ସ୍ବାସ୍ଥ୍ୟ ସଦସ୍ୟ ଭି.କେ ପାଲ, ନୀତି ଆୟୋଗ କହିଥିଲେ ଯେ, 2ବର୍ଷରୁ 18ବର୍ଷ ବୟସର ସମସ୍ତଙ୍କୁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ପାଇଁ ଡିସିଜିଆ ଦ୍ବାରା ଅନୁମୋଦିତ ହୋଇଛି ।

କୋରୋନା ମହାମାରୀ ବିରୋଧରେ ଲଢେଇ ପାଇଁ ଜାନୁଆରୀ 16ରୁ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମରେ ପ୍ରଥମେ ସ୍ବାସ୍ଥ୍ୟକର୍ମୀ ଏହା ପରେ ଫେବୃଆରୀ 2ରୁ ଆଗଧାଡି କର୍ମୀ ଓ ମାର୍ଚ୍ଚ 1ରେ ଦେଶର ବରିଷ୍ଠ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ଏହା ପରେ ଏପ୍ରିଲ 1ରୁ ସମସ୍ତ ବର୍ଗର ଲୋକଙ୍କୁ ଆରମ୍ଭ ହୋଇଛି ଟୀକାକରଣ ।

ମେ 1ରୁ ତୃତୀୟ ପର୍ଯ୍ୟୟ ଟୀକାକରଣରେ 18 ରୁ 44 ବର୍ଷୀୟ ସମସ୍ତ ହିତାଧିକାରୀଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଭାରତରେ ତିନୋଟି କୋଭିଡ ଟିକା ରହିଛି । ଭାରତ ବାୟୋଟେକର କୋଭାକ୍ସିନ, ସେରମର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ-ଭି । କୋଭିକ୍ସିନ ଓ କୋଭିସିଲ୍ଡ ଭାରତରେ ନିର୍ମିତ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.