ETV Bharat / bharat

ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ - 2024 ସାଧାରଣ ନିର୍ବାଚନ

INDIA Alliance meet: ‘ଇଣ୍ଡିଆ’ ମେଣ୍ଟକୁ ନେଇ ମୁହଁ ଖୋଲିଲେ ନୀତିଶ । କହିଲେ ସେ କେବଳ ମେଣ୍ଟର ସୁଦୃଢୀକରଣ ଚାହାନ୍ତି, କୌଣସି ପଦପଦବୀ ପାଇଁ ଇଚ୍ଛୁକ ନୁହନ୍ତି । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବେ ନୀତିଶ

author img

By ETV Bharat Odisha Team

Published : Dec 6, 2023, 8:59 PM IST

ପାଟନା: ‘ଇଣ୍ଡିଆ’ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ, ମମତା ଓ ଅନ୍ୟ କିଛି ତୁଙ୍ଗ ନେତାଙ୍କ ଅଂଶଗ୍ରହଣ ନକରିବା କାରଣରୁ ଆଜି (6 ତାରିଖ) ରେ କଂଗ୍ରେସ ଡାକିଥିବା ‘ଇଣ୍ଡିଆ’ ମେଣ୍ଟ ବୈଠକ ସ୍ଥଗିତ ରହିଥିଲା । ମାତ୍ର ପରବର୍ତ୍ତୀ ବୈଠକରେ ସାମିଲ ହେବା ନେଇ ନୀତିଶ ଆଜି ନିଜେ ସ୍ପଷ୍ଟ କରିଛନ୍ତି ।

  • #WATCH INDIA गठबंधन की बैठक को लेकर बिहार के मुख्यमंत्री नीतीश कुमार ने कहा, "...खबरे छप रही थी कि हम बैठक में नहीं जा रहे, हमारी तबियत खराब थी...अगली बैठक होगी तो हम कहेंगे कि आगे की सभी चीज़ें तय कर ली जाए... मैंने शुरू से कहा है कि यह देश के हित में हैं, मेरी बातें उठती हैं,… pic.twitter.com/eSE5VPyW11

    — ANI_HindiNews (@AHindinews) December 6, 2023 " class="align-text-top noRightClick twitterSection" data=" ">

ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଇଚ୍ଛା ରଖି ନୀତିଶ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ମଧ୍ୟରେ ଆଜି ମେଣ୍ଟକୁ ନେଇ ନୀତିଶଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପାଟନାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ନୀତିଶ କହିଛନ୍ତି,‘‘ମୁଁ ମେଣ୍ଟ ବୈଠକରେ ସାମିଲ ହେଉନାହିଁ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଉଛି । ମୋର ସ୍ବାସ୍ଥ୍ୟଗତ ସମସ୍ୟା ଥିଲା । ମେଣ୍ଟର ଆଗାମୀ ବୈଠକରେ ଅଂଶଗ୍ରହଣ କରିବି । ଆଗାମୀ ବୈଠକରେ ସବୁ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ ହେବା ନେଇ ମଧ୍ୟ ମୋର ଆଭିମୁଖ୍ୟ ରହିବ । ମୋ ସମ୍ପର୍କରେ ବାରମ୍ବାର ଭୁଲ ଖବର ପ୍ରସାରିତ କରାଯାଉଛି । କେବଳ ମେଣ୍ଟକୁ ସୁଦୃଢ କରିବା ହିଁ ମୋର ଲକ୍ଷ୍ଯ । ମୋର କୌଣସି ପଦ ପଦବୀ ପ୍ରତି ଇଚ୍ଛା ନାହିଁ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ଯ ଯେ, ମେଣ୍ଟରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ଆବାହକ ହେବା ନେଇ ନୀତିଶଙ୍କ ଇଚ୍ଛା ଥିବ ଓ ସେ କାରଣରୁ ସେ ଅସନ୍ତୁଷ୍ଟ ଥିବା ନେଇ ପ୍ରଥମରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରିକି ଗତ 3 ତାରିଖରେ 4 ରାଜ୍ୟର ବିଧାନସଭା ଫଳାଫଳ ଆସିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ 6 ତାରିଖରେ ମେଣ୍ଟର ବୈଠକ ଡାକିଥିଲେ । ହେଲେ ଏକାଧିକ ମେଣ୍ଟ ସହଯୋଗୀ ଦଳମୁଖ୍ୟ ଏଥିରେ ଅଂଶଗ୍ରହଣ ନକରିବାକୁ ସଙ୍କେତ ଦେଇଥିଲେ । ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଣ୍ଟର ବୈଠକ ସମ୍ପର୍କରେ ଅବଗତ ନଥିବା ଓ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ଥିବା କହି ସେ ବୈଠକରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିପର୍ଯ୍ୟୟ ପରେ ଖଡ଼ଗେ ଖପ୍ପା: ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ନେତାଙ୍କୁ ସମନ୍

ସେହିପରି ନୀତିଶ, ଅଖିଳେଶ ମଧ୍ୟ ସାମିଲ ହେବେ ନାହିଁ ବୋଲି ସୂଚନା ମିଳିଥିଲା । ବନ୍ୟା କାରଣରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ମେଣ୍ଟ ବୈଠକରେ ସାମିଲ ହେବେ ନାହିଁ ବୋଲି ଜଣାପଡିଥିଲା । ଏହା ପରେ ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସ ବୈଠକ ସ୍ଥଗିତ ରଖିଥିଲା । ଏବେ ଚଳିତ 17 ତାରିଖରେ ମେଣ୍ଟର ପରବର୍ତ୍ତୀ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଥିଲେ ସୁଦ୍ଧା ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ । ଆଗମି ବୈଠକରେ ସାମିଲ ହେବା ନେଇ ନୀତିଶ ସ୍ପଷ୍ଟ କରିଛନ୍ତି । ଅନ୍ୟମାନଙ୍କ ଅଂଶଗ୍ରହଣ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.