ETV Bharat / bharat

ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ

author img

By ETV Bharat Odisha Team

Published : Dec 25, 2023, 5:50 PM IST

Nitish Kumar On INDIA Alliance: ‘ଇଣ୍ଡିଆ’ ମେଣ୍ଟ ଉପରେ କ୍ରୋଧିତ କି ଅସନ୍ତୁଷ୍ଟ ନାହାନ୍ତି ନୀତିଶ । କହିଲେ ସେ ମେଣ୍ଟର ସଫଳତା ଚାହାନ୍ତି । ଅଧିକ ପଢନ୍ତୁ

ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ
ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ

ମୁଁ ଇଣ୍ଡିଆ ମେଣ୍ଟ ଉପରେ କ୍ରୋଧିତ ନୁହେଁ: ନୀତିଶ

ପାଟନା: ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ଉପରେ କ୍ରୋଧିତ କି ଅସନ୍ତୁଷ୍ଟ ନାହାନ୍ତି ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ ଅସନ୍ତୁଷ୍ଟ ନୁହନ୍ତି କିମ୍ବା କୌଣସି ପଦପଦବୀ ଆଶାୟୀ ମଧ୍ୟ ନୁହନ୍ତି । ସେ କେବଳ ମେଣ୍ଟର ଏକତା ଚାହାନ୍ତି, ସେ ମେଣ୍ଟର ସଫଳତା ପାଇଁ କାମ କରୁଛନ୍ତି ବୋଲି କହିଛନ୍ତି ନୀତିଶ । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ନୀତିଶ ପୂର୍ବପରି ନିଜ ନେତୃତ୍ବ ଦାଦିବାରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ।

  • #WATCH पटना (बिहार): मुख्यमंत्री नीतीश कुमार और उपमुख्यमंत्री तेजस्वी यादव ने पूर्व प्रधानमंत्री और भारत रत्न अटल बिहारी वाजपेयी को उनकी 99वीं जयंती पर पुष्पांजलि अर्पित की।

    उन्होंने कहा, "जब से मैं MP रहा हूं तब मेरा संबंध उनके साथ रहा है। जब उनकी सरकार बनी तब उन्होंने मुझे… pic.twitter.com/0RRTIgT5qA

    — ANI_HindiNews (@AHindinews) December 25, 2023 " class="align-text-top noRightClick twitterSection" data=" ">

ଆଜି ନୀତିଶ କହିଛନ୍ତି,‘‘ଗଣମାଧ୍ୟମରେ ବାରମ୍ବାର ମୁଁ ନାରାଜ ଥିବା ଓ ମେଣ୍ଟରରେ ପଦପଦବୀ ଚାହୁଁଥିବା ଖବର ପ୍ରସାରିତ ହେଉଛି । ମୁଁ ଏକଥା ପୂର୍ବରୁ ମଧ୍ୟ ସ୍ପଷ୍ଟ କରିସାରିଛି ଯେ, ମୁଁ କୌଣସି ପଦପଦବୀ ଆଶା ରଖିନି । ମୁଁ ମେଣ୍ଟ ପ୍ରତି ଅସନ୍ତୁଷ୍ଟ ହେବାର କାରଣ ମଧ୍ୟ କିଛି ନାହିଁ । ମୋର କେବେ କୌଣସି ଇଚ୍ଛା ନଥିଲା । ମେଣ୍ଟର ସହଯୋଗୀ ଦଳମାନେ ମିଳିମିଶି ନିର୍ବାଚନ ଲଢନ୍ତୁ, ତାହା ମୋର ଏକମାତ୍ର ଇଚ୍ଛା । ସେ ଦିଗରେ ମୁଁ କାର୍ଯ୍ୟ କରୁଛି ।’’ ସେହିପରି ସେ ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି,‘‘ଗଣମାଧ୍ୟମ ପ୍ରତି ମୋର ସବୁବେଳେ ସମ୍ମାନ ରହିଆସିଛି । ହେଲେ ଏବେ ଆପଣମାନେ ଅନ୍ୟ ଦ୍ବାରା ନିୟନ୍ତ୍ରିତ ହେଉଛନ୍ତି । ଏହାକୁ ମୁଁ ମନା କରିବାକୁ ମଧ୍ୟ ଉଚିତ ମନେ କରୁନାହିଁ । କିନ୍ତୁ ଆପଣଙ୍କ ସ୍ଥିତି ବୁଝିପାରୁଛି ।’’

ନିକଟରେ ଶେଷ ହୋଇଥିବା ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କ ନାମ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖିଥିଲେ । ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ମଧ୍ୟ ସମର୍ଥନ କରିଥିଲେ । ଏହାକୁ ଅନ୍ୟ କେହି ସହଯୋଗୀ ଦଳ ସିଧା ବିରୋଧ କରିନଥିଲେ ସୁଦ୍ଧା ନିଜେ ଖଡଗେ ଏହି ପ୍ରସ୍ତାବକୁ ଏଡାଇ ଯାଇଥିବା ଚର୍ଚ୍ଚା ହୋଇଥିଲା । ନିର୍ବାଚନଫଳାଫଳ ପରେ ପ୍ରଧାନମନ୍ତ୍ରୀ ଚେହେରା ସମ୍ପର୍କରେ ଚର୍ଚ୍ଚା ହେବା ଉଚିତ ବୋଲି ଖଡଗେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :-ମଧ୍ୟ ପ୍ରଦେଶ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ୧୮ କ୍ୟାବିନେଟ ପାହ୍ୟା ସହ ୨୮ ମନ୍ତ୍ରୀଙ୍କ ଶପଥ

ହେଲେ ମମତାଙ୍କ ଏହି ପ୍ରସ୍ତାବରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନାରାଜ ଥିବା ଚର୍ଚ୍ଚା ହେଉଥିଲା । ହେଲେ ପରବର୍ତ୍ତୀ ସମୟରେ ମମତା ଖଡଗେଙ୍କ ନାମ ପ୍ରସ୍ତାବ ରଖିଥିବା ସ୍ପଷ୍ଟ କରିବା ସହ କେହି ନେତା ଏଥିରେ ନାରାଜ ଥିବା ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ । ଆଜି ନୀତିଶ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ମେଣ୍ଟରେ କୌଣସି ପଦପଦବୀ ଚାହାନ୍ତି ନାହିଁ, କିମ୍ବା ଅସନ୍ତୁଷ୍ଟ ନାହାନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.