ETV Bharat / bharat

ବିହାରରେ ୭୫% ସଂରକ୍ଷଣ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ; ଆଜି ଆସିବ ବିଲ୍ - ବିହାର ସଂରକ୍ଷଣ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ

ବିହାରରେ ୭୫% ସଂରକ୍ଷଣ ବୃଦ୍ଧିକୁ କ୍ୟାବିନେଟ ଅନୁମୋଦନ । ଆଜି ବିଧାନସଭାରେ ଉପସ୍ଥାପିତ ହେବ ବିଲ୍ । ଅଧିକ ପଢନ୍ତୁ

ବିହାରରେ  ସଂରକ୍ଷଣ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ

author img

By ETV Bharat Odisha Team

Published : Nov 8, 2023, 10:49 AM IST

ପାଟନା: ପାଖେଇ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହାପୂର୍ବରୁ ବିହାରରେ ଜାତିଗତ ସଂରକ୍ଷଣ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ନୀତିଶ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ୫୦ରୁ ୬୫ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ଆଜି(ବୁଧବାର) ବିହାର ବିଧାନସଭାରେ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ବିଲ୍ ଉପସ୍ଥାପିତ ହେବ । ଏହି ବିଲ୍ ଲାଗୁ ହେଲେ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ଏସସି, ଏସଟି, ଓବିସି ଓ ଅନ୍ୟ ପଛୁଆ ବର୍ଗଙ୍କୁ ୬୫ ପ୍ରତିଶତ ସଂରକ୍ଷଣ ମିଳିବ । ତେବେ ଯଦି ଅର୍ଥନୈତିକ ପଛୁଆ ବର୍ଗଙ୍କ ପାଇଁ ଥିବା ୧୦ ପ୍ରତିଶତ ସଂରକ୍ଷଣକୁ ଏଥିରେ ମିଶାଯାଏ ତେବେ ଏହି ସଂରକ୍ଷଣ ୭୫ ପ୍ରତିଶତ ହେବ ।

ମଙ୍ଗଳବାର ଦିନ ନୀତିଶ ସରକାରଙ୍କ ପକ୍ଷରୁ ବିହାର ବିଧାନସଭା ଓ ବିଧାନ ପରିଷଦରେ ଜାତିଭିତ୍ତିକ ଗଣନା ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏହା ଉପରେ ଉଭୟ ଗୃହରେ ଚର୍ଚ୍ଚା ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜବାବ ରଖିଥିଲେ । ଏହି ସମୟରେ ସେ ସଂରକ୍ଷଣ ବ୍ୟବସ୍ଥା ୬୫ ପ୍ରତିଶତକୁ ବୃଦ୍ଧି ପାଇଁ ବଡ଼ ଘୋଷଣା କରିଥିଲେ । ଏହାବ୍ୟତୀତ ଗରୀବ ପରିବାରୁ ୨ ଲକ୍ଷ ସହାୟତା ପ୍ରଦାନ ପାଇଁ ମଧ୍ୟ ଘୋଷଣା କରିଥିଲେ । ସଂରକ୍ଷଣ ବୃଦ୍ଧି ନେଇ ବିଧାନସଭାରେ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକ ଡକାଇଥିଲେ । ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଥିଲା ।

ଏହାମଧ୍ୟ ପଢନ୍ତୁ: Bihar Caste Survey: 27% ପଛୁଆ ବର୍ଗ ଓ 36% ଅତ୍ୟଧିକ ପଛୁଆ, ଲୋକସଂଖ୍ୟା 13 କୋଟି

ବିହାରରେ ୭୫ ପ୍ରତିଶତ ସଂରକ୍ଷଣ: ଯଦି ବିହାର ସରକାରଙ୍କ ଏହି ପ୍ରସ୍ତାବ ଗୃହୀତ ହୁଏ, ତେବେ ରାଜ୍ୟରେ ଏସ୍‌ସିଙ୍କ ପାଇଁ ଥିବା ସଂରକ୍ଷଣ ୧୬ ପ୍ରତିଶତରୁ ୨୦ ପ୍ରତିଶତ, ଏସସଟି ୧ ପ୍ରତିଶତରୁ ୨ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ୪୩ ପ୍ରତିଶତକୁ ବୃଦ୍ଧି ପାଇବ । ପୂର୍ବରୁ ଅର୍ଥନୈତିକ ପଛୁଆ ବର୍ଗ(Economically Weaker Section) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ନୀତିଶ କୁମାରଙ୍କ ମାଷ୍ଟର ଷ୍ଟ୍ରୋକ୍‌: ୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରୁ ନୀତିଶ କୁମାର ତଥା ମହାଗଠବନ୍ଧନ ସରକାରଙ୍କ ସଂରକ୍ଷଣ ବୃଦ୍ଧି ଘୋଷଣା ଏକ ବଡ଼ ମାଷ୍ଟ୍ରର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି । ରାଜ୍ୟରେ ଜାତିଭିତ୍ତିକ ଜନଗଣନା ନିଷ୍ପତ୍ତି ପରେ ନୀତିଶ ସରକାର ସଂରକ୍ଷଣ ବୃଦ୍ଧି ପାଇଁ ଗୋଟି ଚଳାଇବେ ବୋଲି ଅନୁମାନ କରାଯାଉଥିଲା, ଏବେ ତାହା ହିଁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.