ETV Bharat / bharat

ପ୍ରଚଣ୍ଡ ବହୁମତ ଦିଗରେ ବିଜେପି, ଘାଟଲୋଡିଆରୁ ଜିତିଲେ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ପଟେଲ

author img

By

Published : Dec 8, 2022, 12:21 PM IST

Updated : Dec 8, 2022, 12:38 PM IST

ଘାଟଲୋଡିଆ ଆସନରୁ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଜୟୀ । ଦ୍ବିତୀୟ ଥର ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ପଟେଲ (Gujarat Chief Minister Bhupendra Patel)। 2017ରେ ପ୍ରଥମ ଥର ବିଜୟୀ ହେବା ପରେ 2021ରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ସ୍ଥାନ ନେଇଥିଲେ ପଟେଲ । ଅଧିକ ପଢନ୍ତୁ

ପ୍ରଚଣ୍ଡ ବହୁମତ ଦିଗରେ ବିଜେପି, ଘୋଟଲୋଡିଆରୁ ମୁଖ୍ଯମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଗରେ

ହାଇଦ୍ରାବାଦ: ଗୁଜୁରାଟରେ ସମସ୍ତ ଆକଳନକୁ ଅତିକ୍ରମ କରି ପ୍ରଚଣ୍ଡ ବହୁମତ ଦିଗରେ ବଢିବାରେ ଲାଗିଛି ଭାରତୀୟ ଜନତା ପାର୍ଟି । ଦଳ ନିଜର 27ବର୍ଷର ସଫଳତାର ରେକର୍ଡ ଭାଙ୍ଗିି 150ରୁ ଅଧିକ ଆସନରେ ଜିତି ସରକାର କରିବା ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି । ମଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଘାଟଲୋଡିଆରୁ ବିଜୟୀ ହୋଇଛନ୍ତି (Gujarat Chief Minister Bhupendra Patel)। ଉକ୍ତ ଆସନରୁ ଭୂପେନ୍ଦ୍ର ପଟେଲ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ।

ଗାନ୍ଧି ନଗର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଘାଟଲୋଡିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପଟିଦାର ବହୁଳ ଆସନ ଭାବେ ଜଣାଶୁଣା । 2017ରେ ଏହି ଆସନରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢି ଭୂପେନ୍ଦ୍ର ପଟେଲ ପ୍ରାୟ 1ଲକ୍ଷ 17ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ତେବେ ଚଳିତ ନିର୍ବାଚନରେ ସେ ଦ୍ବିତୀୟ ଥର ନିର୍ବାଚନ ଲଢୁଥିବା ବେଳେ ଚଳିତ ଥର ମଧ୍ୟ ସେ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ଘୋଷଣା କରିସାରିଛି । 2021 ସେପ୍ଟେମ୍ବରରେ ବିଜୟ ରୁପାନୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ପ୍ରଥମ ଥର ନିର୍ବାଚିତ ଜଣେ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ଚଳିତ ଥର ମଧ୍ୟ ଭୂପେନ୍ଦ୍ର ପଟେଲ ବଡ ବ୍ୟବଧାନରେ ବିଜୟୀ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ହେବାର ଚିତ୍ର ପ୍ରାୟତଃ ସ୍ପଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 8, 2022, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.