ETV Bharat / bharat

ମୋଦି-ଶାହ ଯୋଡିର ଜବରଦସ୍ତ ସରପ୍ରାଇଜ କାର୍ଡ, ଗୁଜୁରାଟ ଗଡରେ ମାଷ୍ଟର ପ୍ଲାନ - Gujurat chief minister

ସବୁଥର ଭଳି ଏଥର ବି ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ମୋଦି-ଶାହଙ୍କ ଯୋଡି । ୨୦୧୭ରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଭୂପେନ୍ଦ୍ର । ଆଉ ମାତ୍ର ୪ ବର୍ଷ ମଧ୍ୟରେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଭେଟି ଦେଇଛନ୍ତି ବିଜେପି ହାଇକମାଣ୍ଡ । ଅଧିକ ପଢନ୍ତୁ...

ମୋଦି-ଶାହ ଯୋଡିର ଜବରଦସ୍ତ ସରପ୍ରାଇଜ କାର୍ଡ, ଗୁଜୁରାଟ ଗଡରେ ମାଷ୍ଟର ପ୍ଲାନ

author img

By

Published : Sep 12, 2021, 10:37 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଲେଖାଗଲା ସ୍କ୍ରିପ୍ଟ । ଗୁଜୁରାଟରେ ହେଲା ଘୋଷଣା । ଆଉ ବଦଳିଗଲା ବିଜେପିର ମଜବୁତ ଗଡ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଚେହେରା । ସବୁଥର ଭଳି ଏଥର ବି ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ମୋଦି-ଶାହଙ୍କ ଯୋଡି । ମାତ୍ର ଗୋଟିଏ ଦିନରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।

ଗୁଜୁରାଟର ଘାଟଲୋଡିୟା ବିଧାନସଭା ଆସନରୁ ବିଧାୟକ ଥିବା ଭୂପେନ୍ଦ୍ର ପଟେଲ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ୨୦୧୭ରେ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଭୂପେନ୍ଦ୍ର । ଆଉ ମାତ୍ର ୪ ବର୍ଷ ମଧ୍ୟରେ ଭୂପେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଭେଟି ଦେଇଛନ୍ତି ବିଜେପି ହାଇକମାଣ୍ଡ ।

ଗୁଜୁରାଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବିଦାୟ ଯେତିକି ଆଶ୍ଚର୍ଯ୍ୟ ରହିଥିଲା, ସେତିକି ରୋଚକ ହୋଇଛି ନୂଆ ମୁଖ୍ୟମନ୍ତ୍ରୀ ଭୂପେଶ ପଟେଲଙ୍କ ନାଁ । ମୋଦି-ଶାହଙ୍କ ଯୋଡି ଏଠାରେ ଖେଳିଛି ସରପ୍ରାଇଜ କାର୍ଡ । ସେହି ସରପ୍ରାଇଜ ଯାହା ମୋଦି-ଶାହଙ୍କ ବ୍ରାଣ୍ଡ୍‌ ବିଜେପିର ରାଜନୀତିରେ ଟ୍ରେଡମାର୍କ ହୋଇସାରିଛି ।

ଶନିବାର ବିଜୟ ରୂପାଣୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସିଏମ ରେସ୍‌ରେ ଅନେକ ବଡବଡ ନେତାଙ୍କ ନାଁ ସାମ୍ନାକୁ ଆସିଥିଲା । କେତେବେଳେ ନିତିନ ପଟେଲଙ୍କୁ ବିଜୟ ରୂପାଣୀଙ୍କ ଉତ୍ତରାଧିକାରୀ ବିବେଚନା କରାଯାଉଥିଲା ତ ଆଉ କେତେବେଳେ ଚର୍ଚ୍ଚାରେ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ନାଁ ।

ଗତ ୨୪ ଘଣ୍ଟା କାଳ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ମୁଖ୍ୟମନ୍ତ୍ରୀ ପଦର ଏହି ଦୌଡରେ ଅଚାନକ ଗୋଟିଏ ନାଁରେ ବାଜିଛି ମୋହର, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଭୂପେନ୍ଦ୍ର ପଟେଲଙ୍କୁ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଗଡ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇଛନ୍ତି ହାଇକମାଣ୍ଡ । ଦୂରଦୂରକୁ ଚର୍ଚ୍ଚାରେ ନଥିବା ଭୂପେନ୍ଦ୍ରଙ୍କ ନାଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଏବେ ଫୋକସରେ ରହିଛି ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସରପ୍ରାଇଜ କାର୍ଡ ଖେଳିବାରେ ମାହିର ମୋଦି-ଶାହଙ୍କ ଯୋଡି । ପିଏମ ମୋଦି ଓ ଅମିତ ଶାହ ନିଜ ନିଷ୍ପତ୍ତିରେ ଏତେ ଗୋପନୀୟତା ରଖନ୍ତି ଯେ ଏହାର କୌଣସି ସୁରାକ ମିଡିଆକୁ ମିଳିପାରେ ନାହିଁ । ୨୦୨୨ରେ ଯେବେ ରାଷ୍ଟ୍ରପତି ପଦ ପାଇଁ ରାମନାଥ କୋବିନ୍ଦଙ୍କ ନାଁ ଘଷଣା କରାଯାଇଥିଲା, ସେବେ କାହାରିକୁ ବି ଏହାର ଅନ୍ଦାଜା ନଥିଲା । ସେବେ ବିହାରର ରାଜ୍ୟପାଳ ଥିବା ରାମନାଥ କୋବିନ୍ଦଙ୍କ ନାଁ ରାଷ୍ଟ୍ରପତି ପଦ ପାଇଁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ମୋଦି-ଶାହଙ୍କ ଯୋଡି ।

ସେହିପରି ଲୋକସଭା ବାଚସ୍ପତି ଓମ ପ୍ରକାଶ ବିର୍ଲାଙ୍କ ନାଁ ମଧ୍ୟ ଏହି ସରପ୍ରାଇଜ କାର୍ଡ ଭିତରେ ସାମିଲ ରହିଛି । ଜୁନ ୨୦୧୯ରେ ବିଜେପି ନେତୃମଣ୍ଡଳୀ ରାଜସ୍ଥାନର କୋଟାରୁ ବିଜେପି ସାଂସଦ ଓମ ବିର୍ଲାଙ୍କୁ ଲୋକସଭାର ନୂଆ ବାଚସ୍ପତି ଦାୟିତ୍ବ ଦେଇଥିଲେ ।

ଜୁଲାଇ ୨୦୨୧ରେ ଯେବେ ଉତ୍ତରାଖଣ୍ଡ ନେତୃତ୍ବରେ ପରିବର୍ତ୍ତନ ହେଲା, ସେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ବିଜେପି । ପୁଷ୍କର ସିଂ ଧାମୀଙ୍କ ନାଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରେସ୍‌ରେ ନଥିଲା । ହେଲେ ବିଜେପି ସମସ୍ତଙ୍କ ସରପ୍ରାଇଜ ଦେଇ ଧାମୀଙ୍କ ନାଁ କରିଥିଲା ଘୋଷଣା ।

ଯଦି କର୍ଣ୍ଣାଟକ କଥା କହିବା, ତାହେଲେ ଜୁଲାଇ ୨୦୨୧ରେ ଯେବେ ବିଜେପି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇବା ପାଇଁ ଚାହିଁଲା, ସେବେ ସାମ୍ନାକୁ ଆସିଲା ହାଇକମାଣ୍ଡର ସରପ୍ରାଇଜ କାର୍ଡ । ଯେଉଁଠି ବିସି ପାଟିଲ, ପ୍ରହ୍ଲାଦ ଯୋଶୀ, ସିଟି ରବିଙ୍କ ଭଳି ନାଁ ଚର୍ଚ୍ଚାରେ ଥିଲା, ସେଠି ବାସବରାଜ ବୋମାଇଙ୍କ ନାଁରେ ମୋହର ମାରି ବଡ ଗେମ୍‌ ଖେଳିଥିଲା ବିଜେପି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.