ETV Bharat / bharat

ମଧ୍ୟପ୍ରଦେଶରେ 'ଲଭ ଜିହାଦ' ଦୋଷୀକୁ ହୋଇପାରେ 10 ବର୍ଷ ଜେଲଦଣ୍ଡ

author img

By

Published : Nov 25, 2020, 9:59 PM IST

'ଲଭ ଜିହାଦ'କୁ ନେଇ ମଧ୍ୟପ୍ରଦେଶର ଶିବରାଜ ସରକାର ମଧ୍ୟ କଡା ଆଇନ ଆଣିବାକୁ ଯାଉଛନ୍ତି ।

ମଧ୍ୟପ୍ରଦେଶରେ 'ଲଭ ଜିହାଦ' ବିରୋଧରେ ଆଇନ
ମଧ୍ୟପ୍ରଦେଶରେ 'ଲଭ ଜିହାଦ' ବିରୋଧରେ ଆଇନ

ଭୋପାଳ: ଦେଶରେ ଲଭ ଜିହାଦକୁ ନେଇ ଅନେକ ବୟାନବାଜି ଚାଲିଥିବାବେଳେ ଏହା ବିରୋଧରେ ଦେଶର ଅନେକ ରାଜ୍ୟରେ ପାରିତ ହୋଇଛି ଅଧ୍ୟାଦେଶ ବିଲ । 'ଲଭ ଜିହାଦ'କୁ ନେଇ ମଧ୍ୟପ୍ରଦେଶର ଶିବରାଜ ସରକାର ମଧ୍ୟ କଡା ଆଇନ ଆଣିବାକୁ ଯାଉଛନ୍ତି । ଯାହାଦ୍ବାରା ଏବେ ବାଧ୍ୟ ବାଧକତାରେ ଧର୍ମାନ୍ତରୀକରଣ କରାଉଥିବା ଲୋକଙ୍କୁ 10 ବର୍ଷ ଯାଁଏ ଜେଲଦଣ୍ଡ ଦିଆଯିବାର ପ୍ରାବଧାନ ରହିବ । ପ୍ରଥମେ ସରକାର 5 ବର୍ଷ ଜେଲ ଦଣ୍ଡ କିବାକୁ ବିଚାର କରୁଥିବାବେଳେ ଆଗାମୀ ବିଧାନସଭା ଅଧିବେଶନରେ ଧର୍ମ ଉପରେ ସ୍ବତନ୍ତ୍ରତା ବିଧେୟକ ବିଲ-2020 ଆଣିବାକୁ ପ୍ରସ୍ତୁତି କରୁଛନ୍ତି ।

ମଧ୍ୟପ୍ର‌ଦେଶ ମଧ୍ୟ ଖୁବଶୀଘ୍ର ‘ଲଭ ଜିହାଦ’ ବିରୋଧ‌ରେ ଆଇନ ଆଣିବା ନେଇ ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୂଚନା ଦେଇଥିଲେ । ତେବେ ଏନେଇ ଭୋପାଳରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତି ପରେ ଏଥିରେ ଜେଲଦଣ୍ଡର ପ୍ରାବଧାନ 5 ବର୍ଷରୁ ବୃଦ୍ଧି କରାଯାଇ 10 ବର୍ଷ କରିବା ଉପରେ ସହମତି ପ୍ରକାଶ ପାଇଛି ।

ଏହି ବିଲ ଅନୁଯାୟୀ, କାହାକୁ ବିବାହ ପାଇଁ ଚାପ ପକାଇ କିମ୍ବା ଜାଲିଆତି କରି ବାଧ୍ୟବାଧକତାରେ ଧର୍ମାନ୍ତରଣ କରୁଥିବା ପାଦ୍ରୀ, ଗୁରୁ, କାଜି କିମ୍ବା ଧର୍ମଗୁରୁଙ୍କୁ 5 ବର୍ଷ ଦଣ୍ଡିତ କରାଯିବ ଏବଂ ବିବାହ କରୁଥିବା ଅନୁଷ୍ଠାନର ପଞ୍ଜୀକରଣ ବାତିଲ କରାଯିବ ।

-ସ୍ବେଚ୍ଛାକୃତ ବିବାହ ପାଇଁ କଲେକ୍ଟରଙ୍କ ନିକଟରେ ଏକ ମାସ ପୂର୍ବରୁ ଆବେଦନ କରିବା ବାଧ୍ୟତାମୂଳକ ହେବ ।

-ପୀଡିତ ମାତା-ପିତା ପରିବାର ଧର୍ମାନ୍ତରଣ କରୁଥିବା ସଂସ୍ଥା ବିରୁଦ୍ଧରେ ନିଜର ଅଭିଯୋଗ କରିପାରିବେ ।

-ଏହାସହ ଲଭ ଜିହାଦ ରେ ସହଯୋଗ କରୁଥିବା ବ୍ୟକ୍ତି ବିରୁଦ୍ଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

-ତେବେ ଏଠାରେ ଅପରାଧୀଙ୍କୁ ଜାମିନ୍ ମିଳିବନି ବୋଲି ଗୃହମନ୍ତ୍ରୀ କହିଛନ୍ତି । ଆଇନ ଅନୁଯାୟୀ କୌଣସି ସମ୍ପ୍ରଦାୟକୁ ଟାର୍ଗେଟ କରାଯିବ ନାହିଁ ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.