ETV Bharat / bharat

ରେସ୍ତୋରାଁ କର୍ମଚାରୀଙ୍କୁ ଜୋମାଟୋ ଦେଲା 2.64 କୋଟିର ସହାୟତା

ଗୁରୁବାର ଏକ ଘୋଷଣାରେ ଜୋମାଟୋ ସ୍ପଷ୍ଟ କରିଛି କି ସାରା ଦେଶରେ ଥିବା 3100 ରେସ୍ତୋରାଁ କର୍ମଚାରୀଙ୍କୁ କମ୍ପାନୀ 2.64 କୋଟି ଟଙ୍କାର ସହାୟତା ଯୋଗାଇଛି । ଜୋମାଟୋ ଦ୍ବାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ 378 ରେସ୍ତୋରାଁର କର୍ମଚାରୀଙ୍କୁ ସାହାଯ୍ୟ ଯୋଗାଯାଇଛି ।

covid-19, restaurant workers receive help from zomato, zomato, କୋଭିଡ-19, ରେସ୍ତୋରାଁ କର୍ମଚାରୀଙ୍କୁ ଜୋମାଟୋର ସହାୟତା, ଜୋମାଟୋ
ରେସ୍ତୋରାଁ କର୍ମଚାରୀଙ୍କୁ ଜୋମାଟୋ ହେଲା 2.64କୋଟିର ସହାୟତା
author img

By

Published : May 15, 2020, 1:03 AM IST

ନୂଆଦିଲ୍ଲୀ: ଲକଡାଉନ ପାଇଁ ବିଭିନ୍ନ ବ୍ୟବସାୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ହୋଟେଲ, ବାର ଓ ରେସ୍ତୋରାଁରେ ମଧ୍ୟ ହୋଇଛି ବିପୁଳ କ୍ଷତି । ଲକଡାଉନ ପାଇଁ ସମସ୍ତ ହୋଟେଲ ଓ ରେସ୍ତୋରାଁ ବନ୍ଦ ରହିଥିବାରୁ ଏମାନଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହେବା ସହ କର୍ମଚାରୀମାନେ ନିଜ ରୋଜଗାର ହରାଇ ବସିଥିଲେ । ଏମିତିରେ ଏହି କର୍ମଚାରୀଙ୍କୁ ସହାୟତାର ହାତ ବଢାଇଛି ଫୁଡ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ।

ଗୁରୁବାର ଏକ ଘୋଷଣାରେ ଜୋମାଟୋ ସ୍ପଷ୍ଟ କରିଛି କି ସାରା ଦେଶରେ ଥିବା 3100 ରେସ୍ତୋରାଁ କର୍ମଚାରୀଙ୍କୁ କମ୍ପାନୀ 2.64 କୋଟି ଟଙ୍କାର ସହାୟତା ଯୋଗାଇଛି । ଜୋମାଟୋ ଦ୍ବାରା ଆରମ୍ଭ ହୋଇଥିବା ଏହି ଅଭିଯାନରେ 378 ରେସ୍ତୋରାଁର କର୍ମଚାରୀଙ୍କୁ ସାହାଯ୍ୟ ଯୋଗାଯାଇଛି । ଏହାଦ୍ବାରା ସେମାନେ ନିଜ ଦୈନିକ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବେ ବୋଲି କମ୍ପାନୀ ମତ ଦେଇଛି ।

ତେବେ ଏହି ସାହାଯ୍ୟ ଦ୍ବାରା ରେସ୍ତୋରାଁ କର୍ମଚାରୀଙ୍କୁ ଜଣକା 7500ଟଙ୍କା ମିଳିଛି । ଚଳିତବର୍ଷ ଏପ୍ରିଲ ମାସରେ ଗୋଲ୍ଡ ମେମ୍ବଲଶିପ ଦ୍ବାରା ଏହି କର୍ମଚାରୀଙ୍କ ସାହାଯ୍ୟ ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଲୋକଙ୍କଠାରୁ ଏହି ଅର୍ଥରାଶି ସଂଗ୍ରହ କରାଯାଇଥିଲା । ତେଣୁ ଏଥିରେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କମ୍ପାନୀ ପକ୍ଷରୁ ଧନ୍ୟବାଦ ଜଣାଯାଇଥିଲା । ଏଥିସହ ଏହା ମଧ୍ୟ କୁହାଯାଇଥିଲା କି ଲକଡାଉନ ପରି ସମୟରେ ବି ଅନେକ ସହୃଦୟବାନ ଲୋକେ ନିଜ ସାହାଯ୍ୟ ଦେଇଥିବାରୁ ଆଜି ଜଣେ କର୍ମଚାରୀ ଖୁସି ହୋଇପାରିଛି ।

ସେପଟେ କମ୍ପାନୀ ସୂଚନା ଦେଇ କହିଛି କି ଏହି ଅଭିଯାନରେ ସଂଗ୍ରହ ହୋଇଥିବା ମୋଟ ଅର୍ଥରାଶି ଅର୍ଥାତ 26.5 ଲକ୍ଷ ଟଙ୍କା ଏନଆରଏଆଇ କୋଭିଡ-19 ରିଲିଫ ଫଣ୍ଡକୁ ଦିଆଯାଇଛି । ଏହା କୋରୋନା ଦ୍ବାରା ପ୍ରଭାବିତ ରେସ୍ତୋରାଁ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଦିଆଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.