ETV Bharat / bharat

ବାବ୍ରି ମସଜିଦ ମାମଲା: ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ ସୁନ୍ନୀ ୱାକଫ୍ ବୋର୍ଡ - babri masjid demoliton case

ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ସହିତ ଭାରତୀୟ ଜନତା ପାର୍ଟିରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବାବେଳେ ମସଜିଦ୍ ପକ୍ଷରୁ ଉଚ୍ଚ ଅଦାଲତ ଯିବାକୁ ପ୍ରସ୍ତୁତି କରାଯାଉଛି ।

ବାବ୍ରି ମସଜିଦ ମାମଲା
ବାବ୍ରି ମସଜିଦ ମାମଲା
author img

By

Published : Sep 30, 2020, 3:24 PM IST

Updated : Sep 30, 2020, 3:51 PM IST

ନୂଆଦିଲ୍ଲୀ: ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସିବିଆଇ ସ୍ବତନ୍ତ୍ର ଅଦାଲତର ନିଷ୍ପତ୍ତି ସହିତ ଭାରତୀୟ ଜନତା ପାର୍ଟିରେ ଖୁସିର ବାତାବରଣ ସୃଷ୍ଟି ହୋଇଥିବାବେଳେ ମସଜିଦ୍ ପକ୍ଷରୁ ଉଚ୍ଚ ଅଦାଲତ ଯିବାକୁ ପ୍ରସ୍ତୁତି କରାଯାଉଛି । ପ୍ରସିଦ୍ଧ ଓକିଲ ଜାଫରିଆବ ଜିଲାନି କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ।

ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ ସୁନ୍ନୀ ୱାକଫ୍ ବୋର୍ଡ

ସୂଚନାଯୋଗ୍ୟ, ବୁଧବାର ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ 28 ବର୍ଷ ପୁରୁଣା ବିବାଦୀୟ ଢାଞ୍ଚା ଭାଙ୍ଗିବା ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ଯାହା ଘଟିଛି ତାହା ପୂର୍ବ ଯୋଜନା ନୁହେଁ । ଏହି ନିଷ୍ପତ୍ତି ଆସିବା ପରେ ସୁନ୍ନୀ ସେଣ୍ଟ୍ରାଲ ୱାକଫ୍ ବୋର୍ଡର ଓକିଲ ଜାଫରିଆବ ଜିଲାନି କହିଛନ୍ତି ଯେ ଏହି ନିଷ୍ପତ୍ତି ପ୍ରମାଣ ଏବଂ ଆଇନ ବିରୁଦ୍ଧ ଅଟେ। 1994 ପରଠାରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଅପରାଧ ।

ପ୍ରକାଶଥାଉକି, 1992 ଡିସେମ୍ବର 6 ରେ ଅଯୋଧ୍ୟାରେ ବିବାଦୀୟ ଢାଞ୍ଚା ଭଙ୍ଗାଯାଇଥିଲା। ସିବିଆଇ ଏହି ମାମଲାରେ ଏକ ମାମଲା ରୁଜୁ କରି 49 ଜଣଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରିଥିଲା। ଦୀର୍ଘ ଦିନ ଧରି ଏହି ମାମଲାର ଶୁଣାଣି ଚାଲିଥିଲା ​​ଏବଂ ଏହି ସମୟ ମଧ୍ୟରେ 17 ଜଣ ଅଭିଯୁକ୍ତଙ୍କୁ ମଧ୍ୟ ମୃତ୍ୟୁ ଘଟିଛି । ବୁଧବାର ସିବିଆଇ ସ୍ବତନ୍ତ୍ର କୋର୍ଟ 32 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଅନ୍ୟପକ୍ଷେ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ଏହାକୁ ସବୁଠାରୁ ଦୁଃଖଦ ଦିବସ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, କୌଣସି କାର୍ଯ୍ୟକୁ ପ୍ରମାଣିତ କରିବା ପାଇଁ କେତେ ଦିନର ଆବଶ୍ୟକତା ପଡିଛି ? ସେ କହିଛନ୍ତି, ‘ଏହା ନ୍ୟାୟର ଏକ ପ୍ରସଙ୍ଗ । ବାବ୍ରି ମସଜିଦ ଭାଙ୍ଗିବା ପାଇଁ ଯେଉଁମାନେ ଦାୟୀ ସେମାନେ ଦୋଷୀ ସାବ୍ୟସ୍ତ ହେବା ଜରୁରୀ କିନ୍ତୁ ଅତୀତରେ ସେମାନେ ଗୃହମନ୍ତ୍ରୀ ଏବଂ ଏଚଆରଡି ମନ୍ତ୍ରୀ ହୋଇ ରାଜନୈତିକ ପୁରସ୍କାର ପାଇଛନ୍ତି ’ । ଏହାସହ ସେ ଏହାକୁ କଳାଦିବସ ବୋଲି ମଧ୍ୟ କହିଛନ୍ତି ।

Last Updated : Sep 30, 2020, 3:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.