ଗୁଗୁଲ ମାଲିକାନା ୟୁଟ୍ୟୁବ ଲଞ୍ଚ କଲା ନୂଆ ୟୁପିଆଇ ପେମେଣ୍ଟ ଆପ ବ୍ୟବସ୍ଥା । ଏହା ଉଭୟ ୟୁଟ୍ୟୁବ ଏବଂ ୟୁଟ୍ୟୁବ ମ୍ୟୁଜିକ ପାଇଁ ଏକ ନୂତନ ପେମେଣ୍ଟ ମାଧ୍ୟମ ଭାବରେ କାର୍ଯ୍ୟ କରିବ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି ।
ପୂର୍ବ ଭଳି ୟୁଟ୍ୟୁବ ଦେୟ ବାବଦକୁ କ୍ରେଡିଟ ଏବଂ ଡେବିଟ କାର୍ଡର ବିକଳ୍ପ ବ୍ୟତିତ ନିଜ ବ୍ୟବହାରକାରୀମାନଙ୍କ ପାଇଁ ବର୍ତ୍ତମାନ ୟୁପିଆଇ ମାଧ୍ୟମରେ ସହଜ ଦେୟ ଦେବାକୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ କରିଥିବା କମ୍ପାନୀ ଏକ ବିବୃତ୍ତିରେ କହିଛି। ଭାରତରେ ଡିଜିଟାଲ ପେମେଣ୍ଟର ଅନ୍ୟତମ ପସନ୍ଦଯୋଗ୍ୟ ହୋଇଥିବା ରୁ ଏହା ବ୍ୟବହାରକାରୀଙ୍କ ପାଇଁ ସୁବିଧା ହେବ ବୋଲି କମ୍ପାନୀ ଆଶା ରଖିଛି ।
ଏହାଦ୍ବାରା ସମସ୍ତ ଉପଭୋକ୍ତାମାନେ ବର୍ତ୍ତମାନ ୟୁଟ୍ୟୁବରେ ପ୍ରିମିୟମ ଏବଂ ୟୁଟ୍ୟୁବ ମ୍ୟୁଜିକ ପ୍ରିମିୟମ ପାଇଁ ମାସିକ କିମ୍ବା ତ୍ରୟମାସିକ ପ୍ରିପେଡ ସବସ୍କ୍ରିପସନ୍ କିଣିବା , ସେମାନଙ୍କ ପ୍ରିୟ ଚଳଚ୍ଚିତ୍ର କିଣିବା ଏବଂ ଭଡା କରିବା ସହିତ ସୁପରଚାଟ ଏବଂ ଚ୍ୟାନେଲ ସଦସ୍ୟତା ଭଳି ଫିଚର ପାଇଁ ଦେୟ ପ୍ରଦାନ କରିପାରିବେ |
ୟୁଟ୍ୟୁବ ମ୍ୟୁଜିକ ଏହାର ପ୍ରଥମ ବ୍ୟକ୍ତିଗତ ପ୍ଲେଲିଷ୍ଟଗୁଡିକ ଯଥା ଡିସ୍କଭର ମିକ୍ସ, ନିଉ ରିଲିଜ ମିକ୍ସ ଏବଂ ୟୋର ମିକ୍ସ ଲଞ୍ଚ କରିଥିଲା | ଡିସ୍କଭର ମିକ୍ସ ପ୍ରତି ବୁଧବାର 50 ଟି ଟ୍ରାକ ବିତରଣ କରିଥାଏ | ନୂତନ ରିଲିଜ ମିକ୍ସ ବ୍ୟବହାରକାରୀଙ୍କ ନିଜ ପ୍ରିୟ କଳାକାରଙ୍କ ନୂତନ ଗୀତକୁ ସ୍ଥାନ ଦେଉଥିବା ବେଳେ ଶୁକ୍ରବାର ଦିନ ଏହି ତାଲିକାରେ ଅଧିକାଂଶ ନୂତନ ଗୀତ ସ୍ଥାନ ପାଇଥାଏ | ସେହିଭଳି ଥାର୍ଡ ପ୍ଲେଲିଷ୍ଟ,ୟୋର ମିକ୍ସ, ଜଣେ ଉପଭୋକ୍ତଙ୍କର ଭଲ ପାଉଥିବା କଳାକାରମାନଙ୍କ ଗୀତରେ ଭରି ରହିଥାଏ |