ସିମଲା: ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ ଦିଲ୍ଲୀ ସହ ଜଡିତ ଏକ ଅନୁଷ୍ଠାନ ଇଣ୍ଡିଆନ ଆଡଭେଞ୍ଚର ଫାଉଣ୍ଡେସନର ଯୁବକମାନେ ମନାଲିର ସର୍ବୋଚ୍ଚ ଶିଖର ମାଉଣ୍ଟ ଫ୍ରେଣ୍ଡସିପ ଉପରେ 50 ଫୁଟର ଏକ ଭାରତ ପତାକା ଉତ୍ତୋଳନ କରି ଇତିହାସ ସୃଷ୍ଟି କରିଛନ୍ତି ।
ଏହି ପର୍ବତାରୋହଣରେ ଓଡିଶାର ପ୍ରଶାନ୍ତ ମନୋନୀତ ହୋଇଥିଲେ । ତେବେ ପ୍ରଶାନ୍ତଙ୍କ ସମେତ ଅନ୍ୟ 4ଟି ରାଜ୍ୟରୁ ହିମାଚଳ ପ୍ରଦେଶର ଚେରିଙ୍ଗ, ଉତ୍ତରପ୍ରଦେଶର ରେହାନ ଅଲ୍ଲି, ରାଜସ୍ଥାନର ଆକାଂକ୍ଷା ସିଂହ, ଏବଂ ସଞ୍ଜୟ ସିଂହ ମନୋନୀତ ହୋଇଥିଲେ ।
ସୂଚନା ଅନୁଯାୟୀ ପ୍ରଥମ କରି ଭାରତ ଇତିହାସରେ 5 ହଜାର 258 ମିଟର ଉଚ୍ଚରେ 50 ଫୁଟର ଭାରତୀୟ ପତାକା ଉଡାଯାଇଛି । ଇଣ୍ଡିଆନ ଆଡଭେନଚର ଫାଉଣ୍ଡେସନର ରାଷ୍ଟ୍ରୀୟ ସଭାପତି ଇଫ୍ରାହିମ ଅହମ୍ମଦଙ୍କ ନିର୍ଦ୍ଦେଶରେ ଏହି ମିଶନ ସମ୍ପୂର୍ଣ୍ଣ ହୋଇଥିଲା ।
ଆରୋହୀଙ୍କ ପ୍ରଥମ ଷ୍ଟପ୍ କ୍ୟାମ୍ପ 1 ରେ ହୋଇଥିଲା ଏବଂ ଦ୍ବିତୀୟ ଦିନରେ ଏହାର ସମସ୍ତ ଉପକରଣ ଏବଂ ସାମଗ୍ରୀ ସହିତ ବେସ୍ କ୍ୟାମ୍ପରେ ପହଞ୍ଚିଥିଲା | ଏହି ପାଞ୍ଚ ଜଣ ପର୍ବତାରୋହୀ ମଧ୍ୟ ଏହି ମିଶନ୍ ଆଲପାଇନକୁ ବିନା କୌଣସି ପ୍ରଶିକ୍ଷଣରେ ସମାପ୍ତ କରିଛନ୍ତି | ବେସ୍ କ୍ୟାମ୍ପରୁ ଅଗ୍ରୀମ ଶିବିରରେ ପହଞ୍ଚିବା ପରେ ପାଞ୍ଚ ଜଣ ପର୍ବତଆରୋହୀ ଅକ୍ଟୋବର 21 4ଟା 30 ମିନିଟରେ ବିଜୟ ଦିଗକୁ ଅଗ୍ରସର କରିଥିଲେ । ଏହାପରେ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇ ସକାଳ 5ଟା 10 ମିନିଟରେ ମାଉଣ୍ଟ ଫ୍ରେଣ୍ଡସିପ୍ ଉପରେ 5 ହଜାର 258 ମିଟର ଉଚ୍ଚ ଶିଖରରେ 50 ଫୁଟର ପତାକା ଉତ୍ତୋଳନ କରି ଇତିହାସ ସୃଷ୍ଟି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ