ଥିରୁଅନନ୍ତପୁରମ: ଜାତିଆଣ ଭେଦଭାବର ଗରିବୀ ଚିତ୍ର । ଦଳିତ ବିଧାୟିକା ଧାରଣାରେ ବସିଥିବା ସ୍ଥାନକୁ ଗୋବରପାଣିରେ ଧୋଇଲା କଂଗ୍ରେସ । ଏହି ଘଟଣା ଦେଖିବାକୁ ମିଳିଛି କେରଳର ତ୍ରିଶୂର ଜିଲ୍ଲାରେ । ନିତ୍ତିକାର ବିଧାୟିକା ଗୀତା ଗୋପୀ କଂଗ୍ରେସକର୍ମୀଙ୍କ ବିରୋଧରେ ଜାତିଗତ ଭେଦଭାବ ଅଭିଯୋଗ ଆଣିଛନ୍ତି । ସେ ଘଟଣାରେ ଚେରାପୁ ପୋଲିସ ଷ୍ଟେସନରେ ଏକ ମାମଲା ମଧ୍ୟ ଦାଏର କରିଛନ୍ତି । ଏହା ସହିତ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ଓ ବାଚସ୍ପତି ପି ଶ୍ରୀରାମ କ୍ରିଷ୍ଣନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି ।
ସୂଚନା ଅନୁସାରେ, ଶନିବାର ସିପିଆଇ ବିଧାୟିକମାନେ ଚେରାପୁ-ତ୍ରିପୁରା ରାଜ୍ୟ ରାଜପଥର ମରାମତି ଦାବିରେ ସିଭିଲ ଷ୍ଟେସନ ପରିସରରେ ଧାରଣା ଦେଇଥିଲେ । ପିଡବ୍ଲୁଡି ବିଭାଗର ପ୍ରତିଶ୍ରୁତି ପରେ ସେମାନେ ଧାରଣାରୁ ଓହରିଥିଲେ । ସେଠାରୁ ଯିବା ପରେ କଂଗ୍ରେସର କର୍ମକର୍ତ୍ତାମାନେ ସେ ବସିଥିବା ସ୍ଥାନରେ ଗୋବରପାଣି ଢାଳିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରୁ କେରଳରେ ଥିବା ଉତ୍କଟ ଜାତିଗତ ଭେଦଭାବ ସ୍ପଷ୍ଟ ବାରି ହୋଇପଡୁଛି ।