ପାଟନା: ବଦଳୁଛି ଦୁନିଆ ଆଉ ଉନ୍ନତ ମାନର ଟେକ୍ନୋଲୋଜିକୁ ଆପଣାଉଛନ୍ତି ଲୋକେ । ତେବେ ଲୋକଙ୍କ ସୁବିଧା ପାଇଁ ଅନେକ ସୁବିଧାର ବ୍ୟବସ୍ଥା କରୁଛନ୍ତି ସରକାର । ଲୋକଙ୍କ ସୁବିଧା ପାଇଁ ବର୍ତ୍ତମାନ ଏକ ନୂଆ ପଦକ୍ଷେପ ନେଇଛନ୍ତି ବିହାର ସରକାର।
ଯେ କେହି ନିଜର ପୂର୍ବ ପୁରୁଷଙ୍କୁ 'ଅନଲାଇନ ପିଣ୍ଡ ଦାନ' ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ବିହାର ସରକାରଙ୍କ ବିହାର ସରକାରଙ୍କ ପର୍ଯ୍ୟଟନ ବିଭାଗ । ଏହାଦ୍ବାରା ଘର ଠାରୁ ଦୂରରେ ରହିଥିବା କିମ୍ବା ବିଦେଶରେ ରହୁଥିବା ବନ୍ଧୁ ପରିଜନ ନିଜର ପିଣ୍ଡଦାନ କରିପାରିବେ । ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କହିଛନ୍ତି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଆନନ୍ଦ ଶର୍ମା ସୂଚନା ଦେଇଛନ୍ତି ।
ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଏହି ବ୍ୟବସ୍ଥାର ନାମ 'ଅନଲାଇନ ମୋକ୍ଷ' ନାଁ ରଖାଯାଇଛି। ଭିଡିଓ ମାଧ୍ୟମରେ ଏହି ପୂଜା କରାଯିବ । ପରେ ଏହି ଭିଡିଓର ସିଡି ମଧ୍ୟ ଉପଲବ୍ଧ ହେବ। କାରଣ ଏହା ପୂର୍ବରୁ ବିଭାଗକୁ ଅନେକ ଅଭିଯୋଗ ଆସୁଥିଲା ଯେ, ଟଙ୍କାର ଅଭାବରୁ ଦୂରଦୂରନ୍ତାରେ ରହୁଥିବା ପରିବାର ବର୍ଗ, ବନ୍ଧୁ ପରିଜନ ଘରକୁ ଆସି ଏହି ପିଣ୍ଡଦାନ କରିପାରୁନାହାଁନ୍ତି । ଯାହାକୁ ଆଖିଆଗରେ ରଖି ପର୍ଯ୍ୟଟନ ବିଭାଗ ଏ ବ୍ୟବସ୍ଥା ଆରମ୍ଭ କରିଛି ।