ଲକ୍ଷ୍ନୌ: ବିଇଡି ଛାତ୍ରଛାତ୍ରୀଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭେଟି । ଏବେ ବିଇଡି ଡିଗ୍ରୀ ଧାରୀ ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷକତା କରିପାରିବେ । କ୍ୟାବିନେଟର ଏହି ନିଷ୍ପତ୍ତିରେ ବହୁ ବିଦ୍ୟାର୍ଥୀ ଉପକୃତ ହେବେ । ରାଜ୍ୟରେ ପ୍ରାଇମେରୀ ସ୍କୁଲରେ ବିଇଡି ଡିଗ୍ରୀ ଧାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ।
ଏନେଇ ପ୍ରାଇମେରୀ ସ୍କୁଲରେ ଆଉ ଶିକ୍ଷକଙ୍କର ଅଭାବ ରହିବନି । କିନ୍ତୁ ଏମାନଙ୍କର ଦରମା କେତେ ରହିବ ସେନେଇ ଏବେ କୌଣସି ଶୁଣାଣି ହୋଇନାହିଁ । ତେବେ ଦରମା ଓ ପୋଷ୍ଟିଂ କେତେ କଣ ରହିବ ସେନେଇ ଖୁବ ଶିଘ୍ର ଗାଇଡଲାଇନ ଜାରି କରାଯିବ । ନୂଆ ଶିକ୍ଷକଙ୍କୁ ପ୍ରାଇମେରୀ ସ୍କୁଲର ପୁରୁଣା ଶିକ୍ଷକଙ୍କ ଦରମା ଅନୁସାରେ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ଉତ୍ତରପ୍ରଦେଶରେ ପ୍ରାଇମେରୀ ସ୍କୁଲର ଶିକ୍ଷକଙ୍କ ଦରମା 40 ହଜାର ଟଙ୍କା ରହିଛି । ସପ୍ତମ ବେତନ ଆୟୋଗର ପ୍ରସ୍ତାବ ଲାଗୁ ହେବା ପରେ ଗ୍ରାମୀଣ କ୍ଷେତ୍ରରେ ନିଯୁକ୍ତି ପାଇବାକୁ ଥିବା ଶିକ୍ଷକଙ୍କୁ 39 ହଜାର 131 ଟଙ୍କା ମିଳୁଥିବାବେଳେ ସହରୀ ସ୍କୁଲ ମାନଙ୍କରେ 41 ହଜାର 744 ଟଙ୍କା ମିଳୁଛି ।
ମଙ୍ଗଳବାର ବସିଥିବା କ୍ୟାବିନେଟ ବୈଠକରେ ୟୁପି ମୌଳିକ ଶିକ୍ଷା ବା ଅଧ୍ୟାପକ ସେବା ନିୟମାବଳୀ 19981 ରେ ସଂଶୋଧନକୁ ମଞ୍ଜୁରୀ ମିଳିଛି । ଯେଉଁଥିପାଇଁ ରାଜ୍ୟରେ ଜୁନିୟର ବେସିକ ସ୍କୁଲ (ପ୍ରାଇମେରୀ ସ୍କୁଲ)ରେ ଏବେ ବିଇଡି ଡିଗ୍ରୀ ଧାରୀ ମାନେ ଶିକ୍ଷକତା କରିପାରିବେ । କିନ୍ତୁ ଏହି ଶିକ୍ଷକ ମାନଙ୍କୁ 2 ବର୍ଷ ମଧ୍ୟରେ ପ୍ରାଥମିକ ଶିକ୍ଷାରେ 6 ମାସର ଏକ ବ୍ରିଜ କୋର୍ସ କରିବାକୁ ପଡିବ ।