ETV Bharat / bharat

ଅଯୋଧ୍ୟାରେ ରାମ ମୂର୍ତ୍ତିର ଅନାବରଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ - statue

7 ଫୁଟ ଉଚ୍ଚର ରାମଙ୍କ ପ୍ରତିମୂର୍ତ୍ତିର ଅନାବରଣ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କାଠରେ ନିର୍ମିତ ଏହି ମୂର୍ତ୍ତିଟି ଖୁବ ଆକର୍ଷଣୀୟ ହୋଇଛି ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jun 8, 2019, 4:26 AM IST

ଲକ୍ଷ୍ନୌ : ପ୍ରଥମ ଥର ପାଇଁ ରାମନଗରୀ ଅଯୋଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟା ସୋଧ ସଂସ୍ଥାନରେ 7 ଫୁଟର ରାମଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ନୃତ୍ୟ ଗୋପାଳ ଦାସଙ୍କ ଜୟନ୍ତୀ ଅବସରରେ ମଧ୍ୟ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ।

କର୍ଣ୍ଣାଟକର ଷ୍ଟେଟ ଆର୍ଟସ ଆଣ୍ଡ କ୍ରାଫ୍ଟ ଏମ୍ପୋରିଅମରୁ 35 ଲକ୍ଷ ଟଙ୍କା ଦେଇ ଏହି ମୂର୍ତ୍ତି କିଣାଯାଇଛି । ଏହି ମୂର୍ତ୍ତିଟି ଖୁବ ଆକର୍ଷଣୀୟ ହୋଇଛି । କାଠରେ ନିର୍ମାଣ ହୋଇଛି ଏହି ମୂର୍ତ୍ତି। ଏହି ଜନ୍ମ ସମାରୋହ ଜୁନ 14 ତାରିଖ ପର୍ଯ୍ୟନ୍ତ ଚାଲିବ । 15 ତାରିଖରେ ଧର୍ମ ସଂସଦର ଆୟୋଜନ କରାଯିବ ଯେଉଁଥିରେ ରାମ ମନ୍ଦିରକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ । କାରିଗର, ଚିତ୍ରକର ଓ ସାହିତ୍ୟିକଙ୍କୁ ମଧ୍ୟ ସମ୍ମାନିତ କରାଯିବାର ଯୋଜନା ରହିଛି ।

କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଏଠାକାର ବିକାଶ ଉପରେ କରିବେ ନିରୀକ୍ଷଣ । ଅଯୋଧ୍ୟା ବସ ଷ୍ଟେସନର ନିର୍ମାଣ ଏବଂ ଗୁପ୍ତାର ଘାଟର ସୌନ୍ଦର୍ଯ୍ୟକରଣ କରିବେ ବୋଲି ସୂଚନା ମିଳିଛି ।

Intro:Body:

rwey

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.