ETV Bharat / bharat

ଆଦିତ୍ୟନାଥଙ୍କ କର୍ତ୍ତବ୍ୟନିଷ୍ଠା: ଆଗ ରାଜ୍ୟ, ପରେ ପରିବାର

କର୍ତ୍ତବ୍ୟ ଆଗରେ ପରିବାରକୁ ତୁଚ୍ଛ କରିଦେଇଛନ୍ତି ଆଦିତ୍ୟନାଥ । ଆଗ ରାଜ୍ୟବାସୀ ଓ ପରେ ପରିବାର ଏହାର ଦୃଷ୍ଟାନ୍ତ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆଦିତ୍ୟନାଥଙ୍କ କର୍ତ୍ତବ୍ୟନିଷ୍ଠା: ଆଗ ରାଜ୍ୟ, ପରେ ପରିବାର
ଆଦିତ୍ୟନାଥଙ୍କ କର୍ତ୍ତବ୍ୟନିଷ୍ଠା: ଆଗ ରାଜ୍ୟ, ପରେ ପରିବାର
author img

By

Published : Apr 21, 2020, 2:03 AM IST

ଲକ୍ଷ୍ନୌ: ସୋମବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାପାଙ୍କ ନିଧନ ହୋଇଛି । ଦିଲ୍ଲୀ ଏମ୍ସରେ 89 ବୟସରେ ତାଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ସେ ଅନେକ ଦିନ ଭେଣ୍ଟିଲେଟରରେ ଥିଲେ ।

ତେବେ ୟୁପି ମୁଖ୍ୟମନ୍ତ୍ରୀଙ୍କ କର୍ତ୍ତବ୍ୟନିଷ୍ଠା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କର୍ତ୍ତବ୍ୟ ଆଗରେ ପରିବାରକୁ ତୁଚ୍ଛ କରିଦେଇଛନ୍ତି ଆଦିତ୍ୟନାଥ । ଆଗ ରାଜ୍ୟବାସୀ ଓ ପରେ ପରିବାର ଏହାର ଦୃଷ୍ଟାନ୍ତ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ । ବାପାଙ୍କ ନିଧନ ଖବର ଶୁଣିବାବେଳେ ସେ ଏକ କୋରୋନା ସମ୍ପର୍କିତ ବୈଠକରେ ଉପସ୍ଥିତ ଥିଲେ । ବୈଠକ ଚାଲିଥିବାବେଳେ ତାଙ୍କୁ ଏହି ଖବର ମିଳିଥିଲା । ହେଲେ ସେ ବୈଠକ ଅଧାରୁ ଛାଡି ଯାଇନଥିଲେ କିମ୍ବା ବନ୍ଦ କରିନଥିଲେ ।

ପ୍ରଥମେ ସେ ବୈଠକ ସମ୍ପୂର୍ଣ୍ଣ କରିଥିଲେ । ପରେ ଏହା ଉପରେ ଏକ ପ୍ରେସ ରିଲିଜ ପ୍ରକାଶ କରିଥିଲେ ବୋଲି ୟୁପି ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଆଦିତ୍ୟନାଥଙ୍କ କର୍ତ୍ତବ୍ୟନିଷ୍ଠାକୁ ଏବେ ସମସ୍ତେ ତାରିଫ କରୁଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.