ETV Bharat / bharat

ମାର୍ଚ୍ଚ 11 ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ୟେସ ବ୍ୟାଙ୍କ ପ୍ରତିଷ୍ଠାତା

author img

By

Published : Mar 8, 2020, 2:04 PM IST

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ହେପାଜତକୁ ନେଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ମୁମ୍ବାଇର ସ୍ବତନ୍ତ୍ର ଛୁଟିଦିନ କୋର୍ଟ ତାଙ୍କୁ ଇଡି ହେପାଜତକୁ ପଠାଇଛି ।

ED's custody
ମାର୍ଚ୍ଚ 11 ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ୟେସ ବ୍ୟାଙ୍କ ପ୍ରତିଷ୍ଠାତା

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ମାର୍ଚ୍ଚ 11 ତାରିଖ ପର୍ଯ୍ୟନ୍ତ ହେପାଜତକୁ ନେଲା ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ମୁମ୍ବାଇର ସ୍ବତନ୍ତ୍ର ଛୁଟିଦିନ କୋର୍ଟ ତାଙ୍କୁ ଇଡି ହେପାଜତକୁ ପଠାଇଛି । ପୂର୍ବରୁ ତାଙ୍କୁ ଗିରଫ କରିଥିଲା ଇଡି ।

ସୂଚନାଥାଉକି, ଗତକାଲି ଠାରୁ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଚାଲିଥିଲା । ଅନାଦେୟ ଋଣ ମାମଲାରେ ଛାନଭିନ ଚଳାଇଥିଲା ଇଡି । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଏହି ଚଢାଉ ହୋଇଥିବା ଜଣାପଡିଛି ।

ରାଣା କପୁର ଏକ କର୍ପୋରେଟ ସଂସ୍ଥାକୁ ଋଣ ପ୍ରଦାନ ଓ କଥିତ ଭାବେ ସେହି ଟଙ୍କା ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଜମା ହେବା ନେଇ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.