ETV Bharat / bharat

ଉଛୁଳୁଛି ଯମୁନା: ହରିୟାଣା ଓ ଦିଲ୍ଲୀରେ ଆଲର୍ଟ - ହରିୟାଣା

ହଥନୀକୁଣ୍ଡ ବ୍ୟାରେଜରୁ 2 ଲକ୍ଷ 57 ହଜାର 947 କ୍ୟୁସେକ ପାଣି ଛଡା ଯାଇଛି । ଏନେଇ ହରିୟାଣା ଓ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 18, 2019, 4:13 PM IST

ନୂଆଦିଲ୍ଲୀ: ଶନିବାର ଠାରୁ ଲଗାତାର ହେଉଥିବା ବର୍ଷା କାରଣରୁ ହଥନୀକୁଣ୍ଡ ବ୍ୟାରେଜର ପାଣି ବୃଦ୍ଧି ହେବାରେ ଲାଗିଛି । ଯେଉଁଥିପାଇଁ ରବିବାର ସକାଳ 8ଟା ସମୟରେ ବ୍ୟାରେଜରୁ 2 ଲକ୍ଷ 57 ହଜାର 947 କ୍ୟୁସେକ ପାଣି ଛଡା ଯାଇଛି । ଏହି ପାଣି 72 ଘଣ୍ଟା ଭିତରେ ଦିଲ୍ଲୀ ପହଞ୍ଚିବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଯମୁନାରୁ ଦୂରେଇ ରହିବାକୁ ଚେତାବନୀ

ଯମୁନା ନଦୀ ଅଞ୍ଚଳରେ ମୂଷଳ ଧାରାରେ ଜାରି ରହିଛି ବର୍ଷା । ସେନେଇ ଜମୁନା ନଦୀ କୂଳ ସମେତ ତାର ଆଖପାଖ ଅଞ୍ଚଳକୁ ନଯିବା ପାଇଁ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । ହତନୀକୁଣ୍ଡ ବ୍ୟାରେଜରୁ ପାଣି ଛଡାଯିବା ପରେ ଯମୁନାରେ ଜଳସ୍ତର ବୃଦ୍ଧି ଘଟିଛି । ସେନେଇ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

ହରିୟାଣା-ଦିଲ୍ଲୀରେ ଆଲର୍ଟ ଜାରି

କିଛି ଦିନ ପୂର୍ବରୁ ତନୀକୁଣ୍ଡ ବ୍ୟାରେଜରୁ 1 ଲକ୍ଷ 43 ହଜାର କ୍ୟୁସେକ ଜଳ ଛଡାଯାଇଥିଲା । ଏହାପରେ ଦଳସ୍ତରରେ ଲଗାତାର ବୃଦ୍ଧି ଘଟୁଛି । ପୁରୁଣା ଦିଲ୍ଲୀର ଲୁହା ବ୍ରିଜରେ ଜଳସ୍ତର ଗତ ଗୁରୁବାର 202.86 ମିଟର ରେକର୍ଡ କରାଯାଇଥିଲା । ସୂତ୍ରାନୂସାରେ ପ୍ରଶାସନ ପକ୍ଷରୁ ହରିୟାଣା ଓ ଦିଲ୍ଲୀରେ ଆଲର୍ଟ ଜାରି କରାଯାଇଛି ।

ଅନେକ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା

ଗତ ବୁଧବାର ଉଛୁଳି ଥିଲା ଯମୁନା ନଦୀ । ନଦୀର ଜଳସ୍ତରରେ ଅତ୍ୟଧିକ ମାତ୍ରାରେ ବଢିବାରେ ଲାଗିଥିଲା । ସେନେଇ ଗୁରୁବାର 202.86 ମିଟର ରେକର୍ଡ କରାଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶର ଅନେକ ରାଜ୍ୟରେ ବନ୍ୟା ହୋଇଛି । ପୂର୍ବରୁ ଆରମ୍ଭ କରି ପଶ୍ଚିମ ପର୍ଯ୍ୟନ୍ତ ଆଉ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ସମସ୍ତ ନଦୀ ଏବେ ବିପଦଶଙ୍କୁଳ ଅବସ୍ଥାରେ ଗତି କରୁଥିବାବେଳେ କେତେକରେ ବନ୍ୟା ସୃଷ୍ଟି ହୋଇଛି । ଯାହା ଫଳରେ ଅନେକଙ୍କ ଜୀବନ ଯାଇଥିବାବେଳେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।

Intro:Body:

dh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.