ETV Bharat / bharat

'ମରିଯିବି ପଛେ ପଶ୍ଚିମବଙ୍ଗରେ ଡିଟେନସନ ସେଣ୍ଟର କରାଇଦେବିନି'

author img

By

Published : Dec 27, 2019, 9:19 PM IST

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପୁଣିଥରେ କଡା ଆଭିମୁଖ୍ୟ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜାଣନ୍ତୁ, ସେ କ'ଣ କହିଛନ୍ତି...

mamata banarjee on detention camps
ଫାଇଲ ଫଟୋ

କୋଲକାତା: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ପୁଣିଥରେ କଡା ଆଭିମୁଖ୍ୟ ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଅଟକ ଗୃହ (ଡିଟେନସନ ସେଣ୍ଟର) ସ୍ଥାପିତ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରି ମମତା କହିଛନ୍ତି, ମୁଁ ନିଜ ଜୀବନ ଦେଇଦେବି କିନ୍ତୁ ବିଜେପିକୁ ରାଜ୍ୟରେ ଅଟକ ଗୃହ ସ୍ଥାପିତ ହେବାକୁ ଦେବିନାହିଁ ।

କେନ୍ଦ୍ର ସରକାରଙ୍କ ଅନେକ ନୀତିକୁ ଖୋଲାଖୋଲି ଭାବରେ ସମାଲୋଚନା କରୁଥିବା ମମତା ବାନାର୍ଜୀ ଶୁକ୍ରବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ମିଥ୍ୟା ଖବର ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । କେନ୍ଦ୍ର ସରକାର କହୁଛନ୍ତି ରାଜ୍ୟରେ ଅଟକ ଗୃହ ନିର୍ମାଣ କରିବେ । କିନ୍ତୁ ଏଠାରେ ଶାସନ କ୍ଷମତାରେ ମୁଁ ଅଛି । ମୁଁ ମୋ ଜୀବନ ଦେଇଦେବି କିନ୍ତୁ ବିଜେପିକୁ ପଶ୍ଚିମବଙ୍ଗରେ ଅଟକ ଗୃହ ନିର୍ମାଣ କରିବାକୁ ଦେବିନାହିଁ । ମୋତେ ଏଥିପାଇଁ ଜୀବନ ହାରିବାକୁ ପଡିଲେ ମଧ୍ୟ ମୁଁ ପ୍ରସ୍ତୁତ ବୋଲି ମମତା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ସରକାର ଏବଂ ବିରୋଧୀ ମଧ୍ୟରେ ବୟାନ ବାଜି ମଧ୍ୟ ଜାରି ରହିଛି ।

Intro:Body:

BLA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.