ହାଇଦ୍ରାବାଦ: ଶିକ୍ଷା କ୍ଷେତ୍ରରେ ହୁଏତ ଭାରତ ଆଜି ଅନେକ ଦେଶ ତୁଳନାରେ ପଛରେ ରହିଛି । ମାତ୍ର ଗୋଟିଏ ସମୟ ଥିଲା ଯେବେ ହିନ୍ଦୁସ୍ତାନ ଶିକ୍ଷାର କେନ୍ଦ୍ର ଭାବରେ ପରିଚିତ ଥିଲା । ଭାରତରେ ହିଁ ବିଶ୍ବର ପ୍ରଥମ ବିଶ୍ବ ବିଦ୍ୟାଳୟ ଖୋଲିଥିଲା । ଯାହା ନାଳନ୍ଦା ବିଶ୍ବ ବିଦ୍ୟାଳୟ ନାମରେ ଜଣାଯାଏ ।
ପ୍ରାଚୀନ ନାଳନ୍ଦା ବିଶ୍ବ ବିଦ୍ୟାଳୟର ସ୍ଥାପନା ଗୁପ୍ତ କାଳ ଅର୍ଥାତ ପଞ୍ଚମ ଶତାବ୍ଦୀରେ ହୋଇଥିଲା । କିନ୍ତୁ 1193ରେ ଆକ୍ରମଣ ପରେ ଏହାକୁ ଧ୍ବସଂ କରି ଦିଆଯାଇଥିଲା ।
ବିହାର ସ୍ଥିତ ନାଳନ୍ଦାରେ ଥିବା ଏହି ବିଶ୍ବବିଦ୍ୟାଳୟରେ ଅଷ୍ଟମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ମଧ୍ୟରେ ବିଶ୍ବର ଅନେକ ଦେଶରୁ ଛାତ୍ର ଅଧ୍ୟୟନ ପାଇଁ ଆସୁଥିଲେ । ଏହି ବିଶ୍ବବିଦ୍ୟାଳୟରେ ପ୍ରାୟ 10 ହଜାର ଛାତ୍ର ପଢୁଥିଲେ । ଯେଉଁଠିକୁ ଭାରତର ଛାତ୍ରଙ୍କ ବ୍ୟତୀତ କୋରିଆ, ଜାପାନ, ଚୀନ, ଇଣ୍ଡୋନେସିଆ, ତୁର୍କୀରୁ ମଧ୍ୟ ଛାତ୍ର ଆସିଥିଲେ। ଏଠାରେ ପ୍ରାୟ ଦୁଇ ହଜାର ଶିକ୍ଷକ ପାଠ ପଢାଉଥିଲେ।
ଏହି ବିଶ୍ବବିଦ୍ୟାଳୟର ସ୍ଥାପନା ଶାସକ କୁମାରଗୁପ୍ତ ପ୍ରଥମ(450-470) କରିଥିଲେ । ଏହା ନବମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ପ୍ରାପ୍ତ କରିଥିଲା । କିନ୍ତୁ ଏହା ଏବେ ଏକ ଭଗ୍ନାବଶେଷ । ଯେଉଁଠିକୁ ସମଗ୍ର ବିଶ୍ବର ପ୍ରର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି ।
![nalanda university](https://etvbharatimages.akamaized.net/etvbharat/prod-images/4695356_kfmrk-2.jpg)
ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟ ସ୍ଥାପନା କଳାର ଏକ ଅପୂର୍ବ କୀର୍ତ୍ତିରାଜି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ବିଶ୍ବବିଦ୍ୟାଳୟରେ 300 ଗୃହ, ସାତଟି ବଡ ବଡ କକ୍ଷ ଏବଂ ଅଧ୍ୟୟନ ପାଇଁ ନଅ ମହଲା ବିଶିଷ୍ଟ ଗୋଟିଏ ବିଶାଳକାୟ ପୁସ୍ତକାଳୟ ଥିବାର ଜଣାପଡେ। ଯେଉଁଠି ତିନି ଲକ୍ଷରୁ ଅଧିକ ପୁସ୍ତକ ରହିଥିଲା ।
ଏହି ବିଶ୍ବବିଦ୍ୟାଳୟରେ ପ୍ରବେଶ ପରୀକ୍ଷା ଅତନ୍ତ୍ୟ କଠିନ ହୋଇଥାଏ । ଏଥିରେ କେବଳ ପ୍ରତିଭାଶାଳୀ ଛାତ୍ର ହିଁ ପଢିବାର ସୁଯୋଗ ପାଉଥିଲେ । ଏଥିପାଇଁ ଛାତ୍ରଙ୍କୁ ତିନୋଟି କଠିନ ପରୀକ୍ଷା ଉର୍ତ୍ତୀର୍ଣ୍ଣରେ ହେବାକୁ ପଡୁଥିଲା ।
ପ୍ରାଚୀନ ନାଳନ୍ଦା ବିଶ୍ବବିଦ୍ୟାଳୟର ସମୂର୍ଣ୍ଣ ପରିସର ଗୋଟିଏ ବିଶାଳ କାନ୍ଥଦ୍ବାରା ଆଚ୍ଛାଦିତ ହୋଇ ରହିଥିଲା । ଯେଉଁଥିରେ ପ୍ରବେଶ ପାଇଁ ଗୋଟିଏ ମୁଖ୍ୟ ଦ୍ବାର ରହିଥିଲା। ଏହାର କାନ୍ଥ ଏତେ ପ୍ରସ୍ଥର ଥିଲା ଯେ, ଏହା ଉପରେ ଗୋଟିଏ ଟ୍ରକ ମଧ୍ୟ ଚାଲି ଯାଇପାରିବ ।
ଏଠରେ ସୂଚନାଯୋଗ୍ୟ, 1193 ମସିହାରେ ତୁର୍କ ଆକ୍ରମଣକାରୀ ବଖତିଆର ଖିଲଜୀ ଏହି ବିଶ୍ବବିଦ୍ୟାଳୟକୁ ଜଳାଇ ସମୂର୍ଣ୍ଣ ଭାବେ ନଷ୍ଟ କରିଥିଲେ।