ETV Bharat / bharat

ଓ୍ବାର୍ଲଡ ୟୁଥ ସ୍କିଲ ଡେ: 92 ଲକ୍ଷରୁ ଉର୍ଦ୍ଧ୍ବ ଯୁବକଙ୍କୁ କୌଶଳ ବିକାଶର ପ୍ରଶିକ୍ଷଣ ଦିଆଯାଇଛି

author img

By

Published : Jul 15, 2020, 5:53 PM IST

ଆଜି ଓ୍ବାର୍ଲଡ ୟୁଥ ସ୍କିଲ ଡେ ଯ ଏହି ଅବସରରେ ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତିଯେ, ଲୋକଙ୍କୁ ଫାଇଦା ଦେବା ସହ ଦେଶକୁ ଆତ୍ମନିର୍ଭର କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଅଧିକ ପଢନ୍ତୁ...

ଓ୍ବାର୍ଲଡ ୟୁଥ ସ୍କିଲ ଡେ: 92 ଲକ୍ଷରୁ ଉର୍ଦ୍ଧ୍ବ ଯୁବକଙ୍କୁ କୌଶଳ ବିକାଶର ପ୍ରଶିକ୍ଷଣ ଦିଆଯାଇଛି: ନଡ୍ଡା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ 92 ଲକ୍ଷରୁ ଅଧିକ ଲୋକଙ୍କୁ ତାଲିମ ଦିଆଯାଇଛି । ଏନେଇ ବୁଧବାର ବିଜେପି ସଭାପତି ଜେପି ନଡ୍ଡା ପ୍ରକାଶ କରିଛନ୍ତି । 'ସ୍କିଲ ଇଣ୍ଡିଆ ମିଶନ'କୁ ପ୍ରଶଂସା କରି ନଡ୍ଡା କହିଛନ୍ତି ଲୋକଙ୍କୁ ଫାଇଦା ଦେବା ସହ ଦେଶକୁ ଆତ୍ମନିର୍ଭର କରିବାରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ନଡ୍ଡା ଟ୍ୱିଟ କରି କହିଛନ୍ତି ଯେ, 'ଓ୍ବାର୍ଲ ୟୁଥ ସ୍କିଲ ଡେ' ଅବସରରେ ଆଜି ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ କାର୍ଯ୍ୟକ୍ରମ ସ୍କିଲ ଇଣ୍ଡିଆ ମିଶନର 5ମ ଦିବସ ପାଳନ କରୁଛୁ। ‘ସ୍କିଲ ଇଣ୍ଡିଆ ମିଶନ’ କେବଳ ଭାରତର ଜନସଂଖ୍ୟା(ଡେମୋଗ୍ରାଫି)କୁ ଫାଇଦା ଦେଉନି ବରଂ କୋରୋନା ଭାଇରସ ସଙ୍କଟରୁ ମୁକୁଳିବା ପରେ ଆତ୍ମନିର୍ଭର ଭାରତ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ' ।

ସେ ଆହୁରି କହିଛନ୍ତିଯେ, ଏହା ଅତି ଖୁସିର କଥାଯେ, 'ସ୍କିଲ ଇଣ୍ଡିଆ ମିଶନ' ଅଧୀନରେ 92 ଲକ୍ଷରୁ ଅଧିକ ଯୁବକଙ୍କୁ 37ଟି ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଇଛି । ଯୁବକ ମାନେ ରୋଜଗାରକ୍ଷମ ହେବା ସହ ଭାରତକୁ ବିଶ୍ବସ୍ତରରେ ଉପଯୁକ୍ତ ସ୍ଥାନ ମିଳିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି'।

ସୂଚନା ମୁତାବକ, ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୁଶଳୀ ଶ୍ରମିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ 'ସ୍କିଲ ଇଣ୍ଡିଆ ମିଶନ' ଆରମ୍ଭ କରିଥିଲେ। ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ୱାରା ଏକ ଡିଜିଟାଲ ସମ୍ମିଳନୀ ଆୟୋଜିତ କରାଯାଉଛି । ଯୁବକମାନଙ୍କୁ ଦକ୍ଷତା ସହିତ ସଶକ୍ତ କରିବା ପାଇଁ କୌଶଳ ଭାରତ କେନ୍ଦ୍ର ସରକାରଙ୍କ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.