ETV Bharat / bharat

ବିଶ୍ବ ଥାଇରଏଡ ଦିବସ: ଆପଣଙ୍କ ସମସ୍ୟା ଦୂର କରିବ ପଣସ, ଜାଣନ୍ତୁ ଉପକାରିତା - thyroid problem

ଆଜି ବିଶ୍ବ ଥାଇରଏଡ ଦିବସ । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ପଣସ ଓ ଅନ୍ୟ ଫଳ ପରିବାର ଉପକାରିତା ଏବଂ ଘରୋଇ ଉପାୟ । ଅଧିକ ପଢନ୍ତୁ....

ବିଶ୍ବ ଥାଇରଏଡ ଦିବସ: ଆପଣଙ୍କ ସମସ୍ୟା ଦୂର କରିବ ପଣସ, ଜାଣନ୍ତୁ ଉପକାରିତା

author img

By

Published : May 25, 2020, 2:58 PM IST

ହାଇଦ୍ରାବାଦ: ମେ 25 ଆଜିର ଦିନକୁ ସାରା ବିଶ୍ୱରେ ଥାଇରଏଡ ଦିବସ ଭାବେ ପାଳନ କରାଯାଇଥାଏ । ଥାଇରଏଡ ବିରୋଧରେ ସଚେତନତା ଅଭିଯାନ ମଧ୍ୟ କରାଯିବ। ଥାଇରଏଡ ହେଉଛି ଏକ ପ୍ରକାର ଗ୍ରନ୍ଥି ଯାହା ଗଳାରେ ରହିଥାଏ । ଏହା ଦେଖିବାକୁ ପ୍ରଜାପତି ଆକୃତିର । ଏହି ଗ୍ରନ୍ଥି ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରଣ କରିଥାଏ । ଥାଇରଏଡ ସମସ୍ୟା ଥିବା ଲୋକଙ୍କ ପାଇଁ ଏହି ଗ୍ରନ୍ଥି ସଠିକ ଭାବରେ କାମ କରେ ନାହିଁ । ଯେଉଁ କାରଣରୁ ଥାଇରଏଡ ହରମୋନ କମିଯାଏ କିମ୍ବା ଅଧିକ ହେବାକୁ ଲାଗେ । ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ କାରଣରୁ ଥାଇରଏଡ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଲୋକମାନେ ଏହାର କାରଣ ଏବଂ ଚିକିତ୍ସା ଜାଣନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା କିଛି ଘରୋଇ ଉପଚାର । ଏହାକୁ କାମରେ ଲଗାଇ ଆପଣ ଥାଇରଏଡରୁ ବହୁ ପରିମାଣରେ ମୁକ୍ତି ପାଇପାରିବ ।

ପଣସର ଉପକାରିତା

କିଛି ଲୋକମାନେ ମାଂସର ପ୍ରତିବଦଳରେ ପଣସ ଖାଇବାକୁ ପସନ୍ଦ କରନ୍ତି । ଏହି କାରଣରୁ ବର୍ତ୍ତମାନ ପଣସର ଚାହିଦା ବେଶ ଅଧିକ ରହିଛି । କିନ୍ତୁ ଆପଣ ଜାଣନ୍ତି କି କଞ୍ଚାପଣସ ଖାଇବା ଥାଇରଏଡ ପାଇଁ ମଧ୍ୟ ଲାଭଦାୟକ ଅଟେ । ସୂଚନା ମୁତାବକ, କଞ୍ଚାପଣସରୁ ମିଳିଥିବା କପର ଥାଇରଏଡକୁ ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ, ଏହା ହରମୋନ ତିଆରି ଏବଂ ଅବଶୋଷଣ ପାଇଁ ମଧ୍ୟ କାର୍ଯ୍ୟ କରିଥାଏ ।

ଅଦା ବେଶ ଲାଭଦାୟକ

ବିଶେଷଜ୍ଞଙ୍କ ଅନୁଯାୟୀ, ଥାଇରଏଡ ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭଦାୟକ ଅଟେ। ଅଦା ମଧ୍ୟରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଥାଏ, ଯାହା ଥାଇରଏଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ ଉପାଦାନ ମଧ୍ୟ ଥାଏ ଯାହା ଥାଇରଏଡ ସ୍ତରକୁ ବଜାୟ ରଖେ ଏବଂ ତାକୁ ବଢିବାକୁ ଦିଏ ନାହିଁ ।

ଆୟୋଡିନ ଯୁକ୍ତ ଖାଦ୍ୟ

ଆୟୋଡିନକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କଲେ ଥାଇରଏଡ ସଠିକ ଭାବରେ କାମ କରେ । ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ସମୁଦ୍ର ମାଛ, କୋବି, ଗାଜର ଭଳି ଜିନିଷ ଅନ୍ତର୍ଭୁକ୍ତ କରନ୍ତୁ ।

ଲାଉ ରସ

ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବା ପାଇଁ, ପ୍ରତିଦିନ ସକାଳେ ଖାଲି ପେଟରେ ଏକ ଗ୍ଲାସ ଲାଉ ଜୁସ ପିଇବା ଅଭ୍ୟାସ କରନ୍ତୁ। ସକାଳେ ଖାଲି ପେଟରେ ଲାଉ ଜୁସ ପିଇବାବେଳେ ମନେରଖନ୍ତୁ ଯେ ଏହା ଅଧଘଣ୍ଟା ଯାଏଁ କିଛି ଖାଆନ୍ତୁ କିମ୍ବା ପିଅନ୍ତୁ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.