ଲକ୍ଷ୍ନୌ: ଯେଉଁ ବୟସରେ ପିଲାମାନେ ନିଜର ଶିକ୍ଷାକୁ ଆଗକୁ ବଢାଇଥାନ୍ତି, ସେହି ବୟସରେ ଅଯୋଧ୍ୟାର ଜଣେ 12 ବର୍ଷର ବାଳକ ଶହେରୁ ଊର୍ଦ୍ଧ୍ବ ଖଣ୍ଡ ବହି ଲେଖି ବେଶ ଚର୍ଚ୍ଚାକୁ ଆସିଛନ୍ତି । କବିତାରୁ ଲେଖିବା ଆରମ୍ଭ କରିଥିବା ଏହି ବାଳକଙ୍କର ପୁସ୍ତକ ଲେଖିବା ସଂଖ୍ୟା 135ରେ ପହଞ୍ଚି ସାରିଲାଣି । ତେବେ ଏ ସମସ୍ତ ପୁସ୍ତକ ଗୁଡ଼ିକ ଆତ୍ମଜୀବନୀ ଓ ଧର୍ମଗ୍ରନ୍ଥ ଉପରେ ଆଧାରିତ ।
ମିଳିଥିବା ସୂଚନା ମୁତାବକ ଅଯୋଧ୍ୟାର ମୃଗେନ୍ଦ୍ର ରାଜ ମାତ୍ର 6 ବର୍ଷ ବୟସରୁ ଲେଖିବା ଆରମ୍ଭ କରିଥିଲେ । ଆରମ୍ଭରୁ ସେ ଏକ କବିତା ଉପରେ ପୁସ୍ତକ ଲେଖିଥିଲେ । ବିଭିନ୍ନ କବିତା ଲେଖିବା ଆରମ୍ଭ କରିଥିବା ମୃଗେନ୍ଦ୍ର ପରବର୍ତ୍ତୀ ସମୟରେ ବିଭିନ୍ନ ମହାପୁରୁଷଙ୍କ ଆତ୍ମଜୀବନୀ ଲେଖିବା ଆରମ୍ଭ କରିଥିଲେ । ଏହା ସହିତ ସମାନ୍ତରାଳ ଭାବେ ସେ ବିଭିନ୍ନ ଧର୍ମଗ୍ରନ୍ଥ ଉପରେ ମଧ୍ୟ ବହି ଲେଖିବା ଆରମ୍ଭ କରିଥିଲେ ।
ତେବେ ତାଙ୍କର ସଫଳତା ଏତିକିରେ ସରିନଥିଲା । ତାଙ୍କର ଏହି ପ୍ରତିଭା ପାଇଁ ଲଣ୍ଡନରେ ଥିବା ବିଶ୍ବ ରେକର୍ଡ ୟୁନିଭର୍ସିଟିରୁ ଡକ୍ଟରେଟ କରିବା ପାଇଁ ନିମନ୍ତ୍ରଣ ମଧ୍ୟ ମିଳିସାରିଛି ।
ଅଧିକ ପଢନ୍ତୁ: ଟୋକିଓ ଅଲମ୍ପିକ ଟେଷ୍ଟ: 2ୟ ମ୍ୟାଚରେ ଫେଲ ମାରିଲା ଭାରତୀୟ ଦଳ
ଏନେଇ ସେ କୁହନ୍ତି, ରାମାୟଣର ପ୍ରମୁଖ 51ଟି ଚରିତ୍ର ଉପରେ ବହି ଲେଖି ସାରିଛନ୍ତି । ଖୁବ କମ ବୟସରେ ସେ ଏହି 51ଟି ଚରିତ୍ର ଉପରେ ଅନୁଧ୍ୟାନ କରିବା ସହିତ ସେମାନଙ୍କ ବିଷୟରେ ଯଥେଷ୍ଟ ଜ୍ଞାନ ଆହରଣ ମଧ୍ୟ କରିସାରିଛନ୍ତି । ମୁଁ ମୋର ବହି ଗୁଡ଼ିକରେ ଯଥେଷ୍ଟ ତଥ୍ୟ ଦେବା ପାଇଁ ପ୍ରୟାସ କରିଛି । ତେବେ ମୋର ବହିଗୁଡ଼ିକରେ 25ରୁ 100 ପୃଷ୍ଠା ମଧ୍ୟରେ ସୀମିତ ବୋଲି ସେ କହିଥିଲେ।
ତେବେ ମୃଗେନ୍ଦ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆତ୍ମଜୀବନୀ ମଧ୍ୟ ଲେଖିଥିବା କହିଛନ୍ତି ।
ସୂଚନାଯୋଗ୍ୟ ମୃଗେନ୍ଦ୍ରଙ୍କ ବାପା ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ରହିଥିବାବେଳେ ମା ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରନ୍ତି ।