ETV Bharat / bharat

ବିଶ୍ୱ ଦୃଷ୍ଟି ଦିବସ : ଆଖିକୁ ରଖନ୍ତୁ ସୁସ୍ଥ - ବିଶ୍ୱ ଦୃଷ୍ଟି ଦିବସ

ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଏ । ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତି ଥିବା ଲୋକଙ୍କ ସ୍ଥିତି ପ୍ରତି ଧ୍ୟାନ ଆକର୍ଷଣ କରିବା ଓ ସଚେତନତା ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏ ବର୍ଷ ବିଶ୍ୱ ଦୃଷ୍ଟି ଦିବସର ଥିମ୍ ହେଉଛି‘ହୋପ୍ ଇନ୍ ସାଇଟ୍‌’ ।

ବିଶ୍ୱ ଦୃଷ୍ଟି ଦିବସ
ବିଶ୍ୱ ଦୃଷ୍ଟି ଦିବସ
author img

By

Published : Oct 8, 2020, 12:37 PM IST

‘ସୁନ୍ଦରତା ଦେଖିପାରୁଥିବା ବ୍ୟକ୍ତିଙ୍କ ଆଖିରେ ହିଁ ରହିଥାଏ’-ଏହିସୁନ୍ଦର କାବ୍ୟିକ ଉକ୍ତି ଆମ ମନକୁ ତା ଅନେକ ସମୟରେ ଆସିଥାଏ । କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ଉକ୍ତି ସେମାନଙ୍କ ପାଇଁ କୌଣସି ମହତ୍ୱ ରଖେନାହିଁ, ଯେଉଁମାନେ କି ଅମୂଲ୍ୟ ଦୃଷ୍ଟିଶକ୍ତିରୁ ବଂଚିତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ହୁ’ ଅନୁସାରେ ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତିରେ ବିଶ୍ୱର ୨ ଦଶମିକ ବିଲିଅନ ଲୋକଙ୍କୁ ପ୍ରଭାବିତ କରିଥାଏ। ଏଥିମଧ୍ୟରୁ ୧ ବିଲିଅନ ଲୋକଙ୍କର ପ୍ରତିକାର ଯୋଗ୍ୟ ଦୃଷ୍ଟି ଦୋଷଥାଏ । ଆଉ ଏହି ସମସ୍ୟା ପ୍ରତି ଉପ ଯୁକ୍ତ ଦୃଷ୍ଟି ଦିଆଯାଇପାରିନାହିଁ ।

ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ କରାଯାଏ । ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିଶକ୍ତି ଥିବା ଲୋକଙ୍କ ସ୍ଥିତି ପ୍ରତି ଧ୍ୟାନ ଆକର୍ଷଣ କରିବା ଓ ସଚେତନତା ପ୍ରସାର ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏ ବର୍ଷ ବିଶ୍ୱ ଦୃଷ୍ଟି ଦିବସର ଥିମ୍ ହେଉଛି‘ହୋପ୍ ଇନ୍ ସାଇଟ୍‌’ ।

ଦୃଷ୍ଟିଶକ୍ତି ହ୍ରାସର କାରଣ କଣ ?

ଦୃଷ୍ଟିଶକ୍ତି ହ୍ରାସର ବିଭିନ୍ନ କାରଣ ରହିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହେ । ଡାଇବେଟିସ ଓ ଟ୍ରାକୋମା ପରି ରୋଗ ଥିଲେ ବି ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ । ଆଇ ଟ୍ରମା, ବୟସଜନିତ ମାକ୍ୟୁଲାର ଡିଜେନେରେସନ ଓ ମୋତିଆ ବିନ୍ଦୁ ଦୁର୍ବଳ ଦୃୃଷ୍ଟିଶକ୍ତି (ଭିଜନ ଇଂପେୟାରମେଂଟ୍‌)ର କାରଣ ହୋଇଥାଏ । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଦୃଷ୍ଟିଶକ୍ତି ଦୁର୍ବଳତା ଦେଖାଯାଇଥାଏ । କିନ୍ତୁ ଦୃଷ୍ଟିଶକ୍ତିହୀନତା ସବୁ ବୟସର ଲୋକଙ୍କୁ ପ୍ରଭାବିତ କରିପାରେ । ନ୍ୟାସନାଲ ହେଲଥ ପୋର୍ଟାଲ –ଏନଏଚପି ଅନୁସାରେ କ୍ଷୀଣ ଦୃଷ୍ଟିଦୋଷର ଏକାଧିକ କାରଣ ରହିଛି ।

. ହାଇ ମାୟୋପିୟା ଭଳି ପ୍ରତିକ୍ରିୟାଶୀଳ ତ୍ରୁଟି

. ଷ୍ଟ୍ରାବିସମିକ୍ ଆମ୍ବଲିଓପିୟା

. ଗ୍ଲାଉକୋମା

. ରେଟିନାଲ ଡିଟାଚମେଂଟ୍

. ରେଟିନୋପାଥି ଅଫ୍ ପ୍ରିମ୍ୟାଚୁରିଟି

. ଅପଟିକ୍ ଆଟ୍ରୋଫି ଭଳି ଦୃୃଷ୍ଟିଗତ ସ୍ନାୟୁ ରୋଗ

.ହରଡୋମାକୁଲାର ଡିଜେନେରେସନ

. ଆଲବିନିଜମ୍

. ନିଷ୍ଟାଗମ୍‌ସ

. ବ୍ରେନ ଡ୍ୟାମେଜ୍‌

ସୁସ୍ଥ ଆଖି ପାଇଁ କିଛି ଟିପ୍ସ

ନ୍ୟାସନାଲ ହେଲଥ ପୋର୍ଟାଲ୍ –ଏନଏଚପି ଅନୁସାରେ ନିମ୍ନଲିଖିତ କିଛି ପଦକ୍ଷେପ ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇପାରିବ ।

. ଭଲ ଖାଦ୍ୟପେୟ ନେବା ଦରକାର । ଅଧିକ ସବୁଜ ପନିପରିବା,

ହଳଦିଆ ଓ ଲାଲ୍ ରଂଗର ଫଳ ଆପଣଙ୍କ ଆହାରରେ ସାମିଲ କରନ୍ତୁ ।

. ଧୂମ୍ରପାନ କରନ୍ତୁ ନାହିଁ । ଧୂମପାନ କଲେ ଏହା ମୋତିଆବିନ୍ଦୁ ପାଇଁ ବିପଦ ହୋଇଥାଏ । ଏହାଛଡା ଅପଟିକ୍ ନର୍ଭ ଡ୍ୟାମେଜ୍ ଓ ମାକ୍ୟୁଲାର ଡିଜେନେରେସନର କାରଣ ବି ହୋଇଥାଏ ଧୂମ୍ରପାନ ।

. ଅତିବାଇଗଣୀ ରଶ୍ମିରୁ ଆଖିକୁ ସୁରକ୍ଷା ଦେବା ପାଇଁ ସନଗ୍ଲାସ ପିନ୍ଧନ୍ତୁ ।

. ବିପଜ୍ଜନକ କାମ କଲା ବେଳେ ପ୍ରୋଟେକଟିଭ ଗଗଲସ୍ ପିନ୍ଧନ୍ତୁ ।

. କଂପ୍ୟୁଟର ସ୍କ୍ରିନ ପାଖରୁ ପ୍ରତି ୨୦ ମିନିଟରେ ଥରେ ଆଖିକୁ ବିଶ୍ରାମ ଦିଅନ୍ତୁ । ୨୦ ଫୁଟ ଦୂରରୁ ୨୦ ସେକେଣ୍ଡ ଯାଏଁ କମ୍ପ୍ୟୁଟରରୁ ନଜରହଟାନ୍ତୁ ।

. ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ । ଆଖି ମଳିବା ଆଗରୁ ହାତ ସଫା ରହିଥିବା ଦରକାର । ଏପରିକି ଆଖିକୁ ସ୍ପର୍ଶକରିବା ଆଗରୁ ବି

ହାତ ପରିଷ୍କାର ରହିବା ଦରକାର ।

. ନିୟମିତ ଆଖି ଚେକଅପ୍ କରନ୍ତୁ

. ଆଖି ସଂକ୍ରମଣ ବନ୍ଦ ପାଇଁ ଓଭର ଦି କାଉଂଟର-ଓଟିସି ମେଡିସିନ ଉପରେ ନିର୍ଭର କରନ୍ତୁ ନାହିଁ ।

. ନିୟମିତ ବ୍ୟାୟାମ କରନ୍ତୁ । ବ୍ୟାୟାମ କଲେ ଏହା କେବଳ ଶରୀର ନୁହେଁ ଆଖିକୁ ବି ଭଲ ରଖେ ।

ଭଲ ଦୃଷ୍ଟିଶକ୍ତି ପାଇଁ ୮ଟି ଖାଦ୍ୟ

ସୁସ୍ଥ ଆଖି ଓ ଭଲ ଦୃଷ୍ଟିଶକ୍ତି ପାଇଁ ୮ଟି ଖାଦ୍ୟ ଉପରେ ଗୁରୁତ୍ୱ

ଦିଆଯାଇପାରେ । ସେସବୁ ହେଲା – ୧. ଅଣ୍ଡା, ୨.ପିସ୍ତାବାଦାମ, ୩.ଗାଜର, ୪.କମଳା, ୫.ମାଛ, ୬. ପତ୍ରଯୁକ୍ତ ସବୁଜ ପନିପରିବା,

୭.ସୂର୍ଯ୍ୟମୁଖୀ ମଂଜି, ୮. ଲେଗ୍ୟୁମସ ଓ ବିନ୍ସ

କୋଭିଡ-୧୯ ଓ ଆଖି

ଆମେ ବେଶ୍ କିଛି ସମୟ ଧରି କୋଭିଡ-୧୯ ମହାମାରୀ ସହ ରହିଲେଣି । ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ, ଆଖି ଜରିଆରେ ମଧ୍ୟ ଭୂତାଣୁ ବ୍ୟାପେ । ତେଣୁ ଲୋକଙ୍କୁ ଏ ଦିଗରେ ବେଶ୍ ସତର୍କତା ଅବଲମ୍ବନ କରିବାକୁ ହେବ । ପବନରେ ବ୍ୟାପୁଥିବା ସଂକ୍ରମିତ ଲୋକର କଫ, ଛିଙ୍କର ବୁନ୍ଦା ଆଖିରେ ବି ପଶିପାରେ । ତେଣୁ ଏଥିପ୍ରତି ଜାଗ୍ରତ ରହି କିଛି ପଦକ୍ଷେପ ନେବାକୁ ପଡିବ ।

. ଭିଡଥିବା ସ୍ଥାନକୁ ଗଲେ ଜଣେ ନିଜର ଆଖିକୁ ସୁରକ୍ଷା ଦେବା ଜରୁରୀ। ଏଥିପାଇଁ ଚଷମା ପିନ୍ଧିଲେ ଭଲ ।

. କଂଟାକ୍ଟ ଲେନ୍ସ ପରିବର୍ତେ ଚଷମା ପିନ୍ଧିବା ଆବଶ୍ୟକ ।

. ହାତ ସଫା ନ କରି ଆଖିକୁ ମଳିବା ଓ ଘଷିବାରୁ ବିରତ ହୁଅନ୍ତୁ ।

. ଆଖି ମେଡିକେସନରୁ ବିରତ ହୁଅନ୍ତୁ ନାହିଁ ।

. ଉପଯୁକ୍ତ ପରିଷ୍କାର ପରିଚ୍ଛନ୍ନତା ସହ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଗଲା ବେଳେ ଶାରୀରିକ ଦୂରତା ବଜାୟ ରଖନ୍ତୁ ।

. ଅତି ଆବଶ୍ୟକ ନ ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନାହିଁ । ଟେଲି କନସଲଟେସନ୍ସର ସହାୟତା ନିଅନ୍ତୁ । ଆଖିର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ପ୍ରତି ୬ ମାସକୁ ଥରେ ଆଖି ଚେକଅପ୍ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.