ETV Bharat / bharat

ବିଶ୍ୱ ସୋରିୟାସିସ ଦିବସ: ଉତ୍କଟ ଚର୍ମ ବ୍ୟାଧି ସଂପର୍କରେ କିଛି ତଥ୍ୟ - ବିଶ୍ୱ ସୋରିୟାସିସ ଦିବସ

ସାମାନ୍ୟ ଚର୍ମ ଜ୍ୱଳନ ଓ ଚର୍ମ କୁଣ୍ଡାଇ ହୋଇ ନାଲି ପଡିଯିବାସାଧାରଣ କଥା । କିନ୍ତୁ ଯଦି ଚର୍ମରେ ହ୍ୱାଇଟ୍ ସ୍କେଲ୍ ଓ ନାଲିଆ ସମତଳ ପ୍ୟାଚ୍ ସୃଷ୍ଟି ହୁଏ, ତାହା ହେଲେ ବେଳେ ବେଳେ ଏହା ଅସହ୍ୟ ଯନ୍ତ୍ରଣାର କାରଣ ହୋଇଥାଏ । ଅଧିକ ପଢନ୍ତୁ...

ବିଶ୍ୱ ସୋରିୟାସିସ ଦିବସ
ବିଶ୍ୱ ସୋରିୟାସିସ ଦିବସ
author img

By

Published : Oct 29, 2020, 10:01 PM IST

ସାମାନ୍ୟ ଚର୍ମ ଜ୍ୱଳନ ଓ ଚର୍ମ କୁଣ୍ଡାଇ ହୋଇ ନାଲି ପଡିଯିବାସାଧାରଣ କଥା । କିନ୍ତୁ ଯଦି ଚର୍ମରେ ହ୍ୱାଇଟ୍ ସ୍କେଲ୍ ଓ ନାଲିଆ ସମତଳ ପ୍ୟାଚ୍ ସୃଷ୍ଟି ହୁଏ, ତାହା ହେଲେ ବେଳେ ବେଳେ ଏହା ଅସହ୍ୟ ଯନ୍ତ୍ରଣାର କାରଣ ହୋଇଥାଏ । ଚର୍ମ ଫାଟିଯିବା ସହ ରକ୍ତ ବାହାରେ ।ଏହା ବେଶ ଚିନ୍ତାର କାରଣ ହେବା ସ୍ୱାଭାବିକ । ଚର୍ମର ଏଭଳି ସ୍ଥିତିକୁ ସୋରିୟାସିସ କୁହାଯାଏ । ଏହା ଏକ ଚର୍ମ ବିଶୃଙ୍ଖଳା । ଏହି ସ୍ଥିତି ସଂପର୍କରେ ସାଧାରଣତଃ କେହି ଅବଗତ ନୁହନ୍ତି । ତେଣୁ ଜନସାଧାରଣଙ୍କୁ ଏ ବାବଦରେ ସଚେତନତ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖରେ ବିଶ୍ୱ ସୋରିୟାସିସ ଦିବସ ପାଳନ କରାଯାଏ । ସାରାବିଶ୍ୱରେ ୧୩୦ ମିଲିଅନରୁ ଅଧିକ ଲୋକ ସୋରିୟାସିସ ଓ ସୋରିୟାଟିକ୍ ଗଂଠି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏବର୍ଷ ବିଶ୍ୱ ସୋରିୟାସିସ୍ ଦିବସର ଥିମ୍ ରହିଛି – ‘ଇନଫର୍ମଡ୍‌’ ।

ସୋରିୟାସିସ୍ କ’ଣ ? ନ୍ୟାସନାଲ ସୋରିୟାସିସ୍ ଫାଉଣ୍ଡେସନ ଅନୁସାରେ ସୋରିୟାସିସ ହେଉଛି ଏକ ଇମ୍ୟୁନ-ମେଡିଏଟେଡ୍ ରୋଗ, ଯାହା କି ଶରୀରରେ ଜ୍ୱଳନର କାରଣ ହୋଇଥାଏ । ଜ୍ୱଳନର ପ୍ରଭାବରେ ଚର୍ମରେ ଫଳକ ଓ ସ୍କେଲସ୍ ଦେଖାଯାଏ । ଏହା ହିଁ ସୋରିୟାସିସର ଲକ୍ଷଣ । ସ୍କିନ୍ ସେଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଥିବା ଅଧିକସକ୍ରିୟ ଇମ୍ୟୁନ ସିଷ୍ଟମ ଯୋଗୁଁ ଏହା ହୋଇଥାଏ । ସ୍ୱାଭାବିକ ଚର୍ମ କୋଷ ମାସକ ମଧ୍ୟରେ ସଂପୂର୍ଣ୍ଣ ଭାବେ ବୃଦ୍ଧି ପାଇଁ ଛାଡି ଯାଇଥାଏ । ସୋରିୟାସିସ କ୍ଷେତ୍ରରେ ଚର୍ମ କୋଷଗୁଡିକର ଏଭଳି ପ୍ରକ୍ରିୟା ତିନି ବା ଚାରିଦିନ ଧରି ହୁଏ । ସେଡିଂ ପରିବର୍ତେ ଚର୍ମକୋଷଗୁଡିକ ଚର୍ମର ଉପରିଭାଗରେ ଜମା ହୋଇ ରହେ । ଲାକ୍ୟୁ ଓ ସ୍କେଲ ଶରୀରରେ ଯେକୌଣସି ଅଂଶରେ ସୃଷ୍ଟି ହେବ ।

କିନ୍ତୁ ସାଧାରଣତଃ ସେଗୁଡିକ କହୁଣୀ, ଆଣ୍ଠୁ ଓ ଖପୁରୀରେ ଦେଖାଯାଇଥାଏ । ସୋରିୟାସିସ ଦ୍ୱାରା ସୃଷ୍ଟ ପ୍ରଦାହ ଦ୍ୱାରା ଶରୀରର ଅନ୍ୟ ଅଂଶ ବି ପ୍ରଭାବିତ ହୋଇଥାଏ । ପରିଣାମସ୍ୱରୂପ ସୋରିୟାଟିକ୍ ଆର୍ଥରିଟିସ୍ ଦେଖାଯାଇଥାଏ । ପ୍ରତି ୩ ଜଣଙ୍କ ମଧ୍ୟରୁ ଜଣେ ସୋରିୟାସିସରେ ପୀଡିତ ହୋଇଥାନ୍ତି । ସୋରିୟାସିସ୍ ଗଣ୍ଠି ଯନ୍ତ୍ରଣା ତୀବ୍ର ହୋଇଥାଏ । ଆଣ୍ଠୁଗଣ୍ଠି ଫୁଲିଯାଏ । ଲିଙ୍ଗ, ବୟସ ଓ ଜାତି ନିର୍ବିଶେଷରେ ସୋରିୟାସିସ୍ ଲୋକଙ୍କୁ ପ୍ରଭାବିତ କରିଥାଏ । ହେଲେ ଯୁବକମାନେ ଏହା ଦ୍ୱାରା ବହୁଳ ଭାବେ ପ୍ରଭାବିତ ହୋଇଥାନ୍ତି । ତେବେ, ସୋରିୟାସିସ ସଂକ୍ରାମକ ହୋଇ ନ ଥାଏ । ଶୀଘ୍ର ଚିକିତ୍ସା କଲେ ଏହା ଭଲ ହୋଇଯାଇଥାଏ ।

ସୋରିୟାସିସର କାରଣ କ’ଣ ?

ଏହି ଚର୍ମ ବିଶୃଙ୍ଖଳା ବା ବ୍ୟାଧି ଶରୀରର ପ୍ରତିରୋଧର ବ୍ୟବସ୍ଥା ସହ ସଂପୃକ୍ତ । ଜେନେଟିକ୍ସ ମଧ୍ୟ ଏହା ଜଡିତ । ଅର୍ଥାତ ଏହା ବଂଶାନୁକ୍ରମିକ ମଧ୍ୟ ହୋଇପାରେ । ସୋରିୟାସିସ୍ ଆନ୍ତର୍ଜାତିକ ମହାସଂଘ ଅନୁସାରେ ପ୍ରତିରୋଧକ ବ୍ୟବସ୍ଥା ଭୁଲବଶତଃ ଭାବେ ସଂଚାଳିତ ହୋଇ ଚର୍ମକୋଷଗୁଡିକ ଅତି ଦ୍ରୁତଗତିରେ ବଢିବାରେ ସହାୟକ ହୋଇଥାଏ । ଏହି ସବୁ କୋଷଗୁଡିକ ଚର୍ମର ଟପ୍ ଲେୟରରେ ଜମା ହୋଇଯାଏ । ଫଳରେ ଚର୍ମର ଉପରିଭାଗରେ ଘାଆ ସଦୃଶ ଆକୃତି ସୃଷ୍ଟି ହୁଏ । ସୋରିୟାସିସର ପ୍ରକାର ଭେଦ ଶରୀରରେ ବିଭିନ୍ନ ଅଂଶରେ ଭିନ୍ନ ଭିନ୍ନ ପ୍ରକାରର ସୋରିୟାସିସ ସୃୃଷ୍ଟି ହୁଏ । ଗୁପ୍ତାଙ୍ଗ, ହାତ, ପାଦ, ନଖ, ଖପୁରୀ ଓ ସ୍କିନ ଫୋଲ୍ଡରେ ସାଧାରଣତଃ ସୋରିୟାସିସ୍ ଦେଖାଯାଇଥାଏ । ମୁଖ୍ୟତଃ ୫ ପ୍ରକାର ସୋରିୟାସିସ ଦେଖାଯାଇଥାଏ ।

୧. ଗୁଟାଟେ ସୋରିୟାସିସ୍ ସୋରିୟାସିସରେ ପୀଡିତ ୮ ପ୍ରତିଶତ ଲୋକଙ୍କଠାରେ ହିଁ ଏ ପ୍ରକାର ସୋରିୟାସିସ ଦେଖାଯାଏ । ଛୋଟ, ବର୍ତୁଳାକାର , ନାଲି ଦାଗ ଗୁଟାଟେ ସୋରିୟାସିସର ସଂକେତ ବହନ କରିଥାଏ । ପ୍ରଦାହ ଯୋଗୁଁ ଏଗୁଡିକ ସୃଷ୍ଟି ହୁଏ । ବାହୁ, ଗୋଡ ଓ କବନ୍ଧରେ ଏ ପ୍ରକାର ସୋରିୟାସିସ ଦେଖାଯାଏ । ଏହା ଶରୀରର ଯେକୌଣସି ଅଂଶକୁ ପ୍ରଭାବିତ କରିପାରେ ।

୨. ପୁଷ୍ଟୁଲାର ସୋରିୟାସିସ୍ – ମାତ୍ର ୩ ପ୍ରତିଶତ ସୋରିୟାସିସ ଲୋକଙ୍କୁ ପୁଷ୍ଟୁଲାର ସୋରିୟାସିସ୍ ହୋଇଥାଏ । ଶରୀରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ହିଁ ଏ ପ୍ରକାର ସୋରିୟାସିସ୍ ଦେଖାଯାଏ ।

୩. ପ୍ଲେକ୍ ସୋରିୟାସିସ୍ – ଏ ପ୍ରକାର ସୋରିୟାସିସ୍ ହିଁ ଅଧିକ ଭାବେ ଲୋକଙ୍କୁ ପ୍ରଭାବିତ କରେ । ଶରୀରର ଯେକୌଣସି ଭାଗରେ ଏହା ଦେଖାଯାଇପାରେ । ଖପୁରୀ, ଆଣ୍ଠୁ ଓ କହୁଣୀ ଏବଂ ତଳିପେଟ ପାଖାପାଖି ଏହା ଦେଖାଯାଏ । ପିଠିର ନିମ୍ନ ଭାଗରେ ମଧ୍ୟ ପ୍ଲେକ୍ସୋ ରିୟାସିସ୍ ଦେଖାଯାଏ ।

୪. ଇନଭର୍ସ ସୋରିୟାସିସ୍ – ଏ ପ୍ରକାର ସୋରିୟାସିସ୍ ଦ୍ୱାରା ଚର୍ମ ଗାଢ ନାଲି ହୋଇଯାଏ । ଏହା ସ୍କେଲି ଶୈଳୀର ନ ଥାଏ । ଶରୀରରେ ସ୍କିନ ଫୋଲ୍ଡକୁ ମୁଖ୍ୟତଃ ଏହା ପ୍ରଭାବିତ କରେ । ଏହାଛଡା ଅଣ୍ଡରଆର୍ମ, ଗୁପ୍ତାଙ୍ଗ ଓ ନିତମ୍ବରେ ଏ ପ୍ରକାର ସୋରିୟାସିସ୍ ଦେଖାଯାଏ । ଏହା ଦ୍ୱାରା ଅସହ୍ୟ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । ସ୍ୱେଦ ଓ କୁଣ୍ଡାଇବା ଦ୍ୱାରା ସ୍ଥିତି ଆହୁରି ବିଗିଡି ଯାଏ ।

୫. ଏରିଥ୍ରୋଡର୍ମିକ ସୋରିୟାସିସ୍ – ଏହା ଏକ ବିରଳ ସୋରିୟାସିସ୍ । ସୋରିୟାସିସ ସହ ଥିବା ମାତ୍ର ଦୁଇ ପ୍ରତିଶତ ଲୋକଙ୍କୁ ହିଁ ଏହା ପ୍ରଭାବିତ କରେ । ପ୍ରାୟତଃ ସମଗ୍ର ଶରୀରକୁ ଏହା ପ୍ରଭାବିତ କରିଥାଏ । ଆଉ ବେଳେ ବେଳେ ଏହା ଭାରି ବିପଜ୍ଜନକ ବି ହୋଇଥାଏ । ଏହା ଦ୍ୱାରା ତୀବ୍ର ଯନ୍ତ୍ରଣା ହୋଇଥାଏ । ହାର୍ଟ ରେଟ୍ ଓ ତାପମାତ୍ରାରେ ପରିବର୍ତନ ହୋଇଥାଏ । ଡିହାଇଡ୍ରେସନ ମଧ୍ୟ ହୁଏ ।

ଚିକିତ୍ସା

ସୋରୟାସିସ୍ ଏକ ଜଟଳି ସ୍ଥିତି । କିନ୍ତୁ ସଠିକ ଚିକିତ୍ସା ଦ୍ୱାରା ଏହାକୁ ନିୟନ୍ତ୍ରଣ କରିହେବ । ତେବେ, ଏଥିପାଇଁ କୌଣସି ଉପଚାରାତ୍ମକ ଚିକିତ୍ସା ନାହିଁ । ଏହାର ଲକ୍ଷଣ ଚିହ୍ନଟ ହୋଇଗଲେ ଟପିକାଲ କ୍ରିମ, ଲାଇଟ୍ରା ଥେରାପି ଓ ଓରାଲ୍ ମେଡିକେସନ ଦ୍ୱାରା ଏଭଳି ସ୍ଥିତିରୁ ମୁକ୍ତି ମିଳିପାରିବ । ଅବଶ୍ୟ ଲକ୍ଷଣ ଅନୁସାରେ ଚିକିତ୍ସା ନିର୍ଭର କରେ । ତେଣୁ ଏହି ଜଟିଳ ଚର୍ମ ବ୍ୟାଧିର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଜଣେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଜରୁରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.