ETV Bharat / bharat

ଅମ୍ଫାନର ସଠିକ୍ ପୂର୍ବାନୁମାନ ପାଇଁ ବିଶ୍ୱ ପାଣିପାଗ ସଂଗଠନର IMDକୁ ପ୍ରଶଂସା

author img

By

Published : Jun 8, 2020, 11:46 AM IST

ପୂର୍ଵାନୁମାନ୍ ସଠିକ୍ ହୋଇଛି। ଆକଳନ ଯାହା ଯେମିତି କରା ଯାଇଥିଲା ତାହା ଠିକ୍ ସେମିତି ହିଁ ହୋଇଛି। ଏଥିପାଇଁ ବିଶ୍ୱ ପାଣିପାଗ ବିଭାଗ, ସାଇକ୍ଲୋନ୍ ଅମ୍ଫାନର “ସଠିକ୍ ଭବିଷ୍ୟବାଣୀ” ପାଇଁ ଭାରତୀୟ ପାଣିପାଗ ବିଭାଗକୁ ପ୍ରଶଂସା କରିଛି।

ଅମ୍ଫାନର ସଠିକ୍ ପୂର୍ବାନୁମାନ ପାଇଁ ବିଶ୍ୱ ପାଣିପାଗ ସଂଗଠନର ଆଇଏମଡିକୁ ପ୍ରଶଂସା

ନୂଆଦିଲ୍ଲୀ: ପୂର୍ଵାନୁମାନ୍ ସଠିକ୍ ହୋଇଛି। ଆକଳନ ଯାହା ଯେମିତି କରା ଯାଇଥିଲା ତାହା ଠିକ୍ ସେମିତି ହିଁ ହୋଇଛି। ଏଥିପାଇଁ ବିଶ୍ୱ ପାଣିପାଗ ବିଭାଗ, ସାଇକ୍ଲୋନ୍ ଆମ୍ଫାନର ‘ସଠିକ୍ ଭବିଷ୍ୟବାଣୀ’ ପାଇଁ ଭାରତୀୟ ପାଣିପାଗ ବିଭାଗକୁ ପ୍ରଶଂସା କରିଛି।

ଆଇଏମଡି ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସମ୍ବୋଧିତ କରା ଯାଇଥିବା ଏକ ଚିଠିରେ ଡବ୍ଲୁଏମଓ ସେକ୍ରେଟେରୀ ଜେନେରାଲ ଇ.ମାନେନ୍ କୋଭା କହିଛନ୍ତି ଯେ, ଏହି ଘୂର୍ଣ୍ଣିବଳୟ ସୂଚନାର ଶ୍ରେୟ ଉପଦେଷ୍ଟା WMO ପ୍ରଦାନ କରାଯାଇଛି। ଅମ୍ଫାନ୍ ଏକ ସୁପର ସାଇକ୍ଲୋନିକ୍ ଝଡରେ ପରିଣତ ହୋଇ ତୀବ୍ର ହେଲା। ମେ 20 ରେ ଏହା ଅତ୍ୟନ୍ତ ଭୟଙ୍କର ସାଇକ୍ଲୋନିକ୍ ଝଡ ଭାବରେ ସୁନ୍ଦରବନ ଏବଂ ପଶ୍ଚିମବଙ୍ଗ ଉପକୂଳକୁ ଛୁଇଁଲା।

ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ୍ ସାଇକ୍ଲୋନନ୍ ପାଇଁ ଆଞ୍ଚଳିକ ବିଶେଷଜ୍ଞ ପାଣିପାଗ କେନ୍ଦ୍ର ଦିଲ୍ଲୀରେ ଅବସ୍ଥିତ। ଏହା ମାଧ୍ୟମରେ ଆଇଏମଡି ଉତ୍ତର ଭାରତ ମହାସାଗର, ଆରବ ସାଗର ଏବଂ ବଙ୍ଗୋପସାଗରର ସମସ୍ତ ସମ୍ପୃକ୍ତ ଦେଶକୁ ସାଇକ୍ଲୋନ୍ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥାଏ। ଏଥର ସଠିକ୍ ଆଗୁଆ ସୂଚନା ଧରିବାରେ କେନ୍ଦ୍ର ସଫଳ ହୋଇଛି।

ସୂଚନାଯୋଗ୍ୟ, ଅମ୍ଫାନ୍ ବିଷୟରେ ଜାତିସଂଘର ସେକ୍ରେଟେରୀ ଜେନେରାଲଙ୍କ ସହ ଯୋଗାଯୋଗ କରିବା ପାଇଁ ଡବ୍ଲୁଏମଓ ସେକ୍ରେଟେରୀ ଜେନେରାଲ ବୁଲେଟିନ୍ ସୂଚନା ବ୍ୟବହାର କରିଥିଲେ। ସେହି ବୁଲେଟିନ୍ ଗୁଡିକ ନ୍ୟୁୟର୍କର WMO ଅଧିକାରୀଙ୍କ ଦ୍ବାରା ମଧ୍ୟ ଏହାର ମୁଖ୍ୟାଳୟରେ ମିଳିତ ଜାତିସଂଘର ସଂପୃକ୍ତ ସଂସ୍ଥାଗୁଡ଼ିକୁ ପ୍ରତିଦିନ ଅବଗତ କରାଇବା ପାଇଁ ବ୍ୟବହାର କରାଯାଇଥିଲା। ଏବଂ ସାଇକ୍ଲୋନ ଅମ୍ଫାନର ସମ୍ଭାବ୍ୟ ପ୍ରଭାବ ବୋଲି ଚିଠିରେ ଦର୍ଶାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.