ହାଇଦ୍ରାବାଦ: ଭୁଶୁଡି ଯାଇଛି ବିଶ୍ବର ସ୍ବାସ୍ଥ୍ୟ ଅବସ୍ଥା । ଗୋଟିଏ ଭାଇରସ ଆଗରେ ଅସହାୟ ହୋଇପଡିଛି ମାନବ ଜାତି । ବଡ ବଡ ବୈଜ୍ଞାନିକ ଓ ଉନ୍ନତ କୌଶଳ ଆଜି କୋରୋନା ନାମକ ଏକ ଭୂତାଣୁ ଆଗରେ ଯେମିତି ହାର ମାନି ନେଇଛି । ସତ ଚେଷ୍ଟା ସତ୍ତ୍ବେ ମଣିଷ ଜାତିକୁ କୋରୋନା କବଳରୁ ଉଦ୍ଧାର କରିବା ଯେମିତି କାଠିକର ପାଠ ହୋଇପଡିଛି । ଆଜି ସ୍ବାସ୍ଥ୍ୟ ଦିବସ ଅବସରରେ ତ୍ରାହି ତ୍ରାହି ଡାକୁଛି ମଣିଷ ସମାଜ ।
ନେଭେଲ କୋରୋନା ବା କୋଭିଡ-19 । 2019 ଡିସେମ୍ବରରେ ଚୀନର ଉହାନ ସହରରେ ପ୍ରଥମେ ଜଣାପଡିଥିଲା ଏହି ଭାଇରସ ବିଷୟରେ । ଜାନୁଆରୀ 11ରେ ନେଇଥିବା ପ୍ରଥମ ମୁଣ୍ଡ । ଆଉ ଏହା ପରେ ସାରା ବିଶ୍ବ ମାଡି ବ୍ୟାପିଛି ମହାମାରୀ କୋରୋନା । ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ କୋରୋନା ମାଡରେ ଘାଇଲା ହୋଇଯାଇଛି । ସବୁ ଶକ୍ତି ସାମର୍ଥ୍ୟ ଯେମିତି କୋରୋନା ଆଗରେ ଦୁର୍ବଳ ହୋଇପଡିଛି । ଆଉ ୟୁରୋପୀୟ ଦେଶ ଇଟାଲୀ, ଫ୍ରାନ୍ସ, ବ୍ରିଟେନ ଭଳି ଦେଶରେ ତ ମୃତ୍ୟୁର ତାଣ୍ଡବ ରଚିଛି ।
208ଟି ରାଷ୍ଟ୍ର ଏବେ କୋରୋନା କବଳିତ କରିଥିବାବେଳେ ଆଜି ସୁଦ୍ଧା 70 ହଜାର 867 ଲୋକେ ପ୍ରାଣ ହାରିଛନ୍ତି । 13 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ସଂକ୍ରମିତ । ଚିକିତ୍ସା ପରେ 69 ଲୋକେ ସଂକ୍ରମିତ ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆମେରିକାରେ କୋରୋନା ଭୟଙ୍କର ସ୍ଥିତି ସୃଷ୍ଟି କରିଥିବାବେଳେ 24 ଘଣ୍ଟା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା 4 ଲକ୍ଷ ଟପିବ ବୋଲି ଆଶା କରାଯାଉଛି । ସେହିପରି ଜାପାନରେ ଗତ 24 ଘଣ୍ଟାରେ4ଶହ ମାମଲା ସାମ୍ନାକୁ ଆସିବା ପରେ ସେଠାରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିବେ ବୋଲି ନିଷ୍ପତ୍ତି ହୋଇଛି । କାରଣ ଏହି ରୋଗର ଏଯାଏଁ କୌଣସି ପ୍ରତିଷେଧ ବାହାରି ପାରିନାହିଁ । ସବୁ ଦେଶ ଏକଜୁଟ ହୋଇ ଏହାରି ବିରୁଦ୍ଧରେ ଲଢେଇ ଜାରି ରଖିଛି ।
ବ୍ରିଟେନରେ ମୃତ୍ୟୁ ସଂଖ୍ୟା 4 ହଜାର ପାର କରିବା ସହ ତାଙ୍କ ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସ୍ପେନ ଓ ଇଟାଲୀ ସ୍ଥିତି ଅତି ଉଦବେଗ ରହିଛି । ସ୍ପେନ 13 ହଜାର ଓ ଇଟାଲୀରେ 16ହଜାରଙ୍କ ଜୀବନ ଗଲାଣି ।
ଏହି ଭାଇରସ ବିଳମ୍ବରେ ପଛେ ହେଉ, ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । ଏଠାରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇ 4421 ସହ ମୃତ୍ୟୁ ସଂଖ୍ୟା 100 ପାର କରିଛି ।ବହୁ ବିକଶିତ ଦେଶ ସାମାନ୍ୟ ଭାଇରସ ଆଗରେ ପରାସ୍ତ ମାନି ନେଇଥିବାବେଳେ, ଭାରତରେ ଉପରେ ସମସ୍ତଙ୍କ ନଜର । ଯଦି କୌଣସି ଦେଶ ଏହି ଭାଇରସ ସହ ଲଢେଇ କରିପାରିବ ସେ ହେଉଛି ଭାରତ ଏଭଳି କିଛି ମନ୍ତବ୍ୟ ରଖୁଛନ୍ତି ।
ସେପଟେ, ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଉତ୍ତମ ସ୍ବାସ୍ଥ୍ୟ ଓ ସୁସ୍ଥତା ପାଇଁ କାମନା କରିଛନ୍ତି । ଏହା ସହ କୋରୋନା ଯୋଦ୍ଧା ନର୍ସ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମଚାରୀଙ୍କୁ କୃତଜ୍ଞତା ଜଣାଇବାକୁ ସେ ଆହ୍ବାନ କରିଛନ୍ତି । ଏହା ସେ ସାମାଜିକ ଦୂରତ୍ବ ବଜାୟୀ ରଖି ନିଜେ ବଞ୍ଚିବା ସହ ଅନ୍ୟ ଜଣକ ଜୀବନକୁ ବଞ୍ଚାଇବାକୁ ଅନୁରୋଧ କରିଛନ୍ତି ।