ETV Bharat / bharat

ନ୍ୟାୟ ପାଇଁ ଦିବସ: ବ୍ୟବସ୍ଥାର ନିରନ୍ତର ସମର୍ଥନ କରିବାକୁ ବିଶ୍ବ ପ୍ରତିବଦ୍ଧ

author img

By

Published : Jul 17, 2020, 7:01 AM IST

ଯେକୌଣସି ଗୋଟିଏ ସ୍ଥାନରେ ବି ଅନ୍ୟାୟ ସବୁ ସ୍ଥାନରେ ନ୍ୟାୟ ପାଇଁ ବିପଦ ଅଟେ । ମାର୍ଟିନ୍ ଲୁଥରଙ୍କ ସେହି ବାଣୀ ଆଜିର ନାୟୀକ ବ୍ୟବସ୍ଥାର ଛବିକୁ ଦର୍ଶାଉଛି । ବିଶ୍ବ ଆଜି ଏମଧ୍ୟରେ ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସ ପାଳନ କରୁଛି ।

ନ୍ୟାୟ ପାଇଁ ଦିବସ
ନ୍ୟାୟ ପାଇଁ ଦିବସ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସ ସାରା ବିଶ୍ବରେ ପାଳନ କରାଯାଏ । ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟକୁ ପ୍ରୋତ୍ସାହିତ କରିବା ଓ ଆଇସିସିର କାର୍ଯ୍ୟକୁ ସମର୍ଥନ କରିବା ପାଇଁ ଏହି ଦିନର ଉଦ୍ଦେଶ୍ୟ।

ବିଷୟବସ୍ତୁ-

ବିଶ୍ବର ସାମାଜିକ ନ୍ୟାୟ 2020 ର ବିଷୟବସ୍ତୁ ହେଉଛି ‘ସାମାଜିକ ନ୍ୟାୟ ହାସଲ କରିବା ପାଇଁ ଅସମାନତା ଫାଟକୁ ବନ୍ଦ କରିବା’। ଏହା ସାମାଜିକ ନ୍ୟାୟ ଉପରେ ଧ୍ୟାନ ଦେଇଥାଏ କାରଣ ଏହା ଜାତିସଂଘର ବିକାଶ ତଥା ମାନବିକ ସମ୍ମାନକୁ ବଢାଇବା ପାଇଁ ବିଶ୍ବସ୍ତରୀୟ ମିଶନ୍ ଅଟେ।

ଦିବସର ଉଦ୍ଦେଶ୍ୟ-

ଅନ୍ତର୍ଜାତୀୟ ନ୍ୟାୟ ଦିବସର ଉଦ୍ଦେଶ୍ୟ ହେଉଛି ନ୍ୟାୟକୁ ସମର୍ଥନ କରିବାକୁ ତଥା ପୀଡିତାର ଅଧିକାରକୁ ପ୍ରୋତ୍ସାହିତ କରିବାକୁ ଚାହୁଁଥିବା ସମସ୍ତଙ୍କୁ ଏକଜୁଟ କରିବା । ଏହା ଗମ୍ଭୀର ଅପରାଧକୁ ରୋକିବାରେ ସାହାଯ୍ୟ କରିବ ଓ ଯେଉଁମାନେ ବିଶ୍ବ ଶାନ୍ତି, ନିରାପତ୍ତା ଓ ସୁସ୍ଥତାକୁ ବିପଦରେ ପକାନ୍ତି ସେମାନଙ୍କୁ ସଚେତନ କରିବ ।

ଇତିହାସ-

17 ଜୁଲାଇ ଏହି ଦିବସ ପାଳନ କରାଯାଏ । କାରଣ 1998 ମସିହା ଆଜିର ଦିନରେ ରୋମ ଷ୍ଟାଟୁଟର ଐତିହାସିକ ଦିନକୁ ମନେ ପକାଇଥାଏ । ଏହା ମଧ୍ୟ ଅପରାଧ ବିରୋଧରେ ଯୁଦ୍ଧ ଜାରି ରଖିବା ସହ ମାନବିକତା ବିରୁଦ୍ଧି ଅପରାଧ ପୀଡିତଙ୍କୁ ନ୍ୟାୟ ପ୍ରଦାନର ଗୁରୁତ୍ବକୁ ଦର୍ଶାଉଛି। ଏହି ଚୁକ୍ତିନାମା ଅନୁଯାୟୀ ଆଇସିସି ପ୍ରତିଷ୍ଠା କରାଯାଇଥିଲା। ଏହି ଦିନଟି ଲୋକଙ୍କୁ ତଥା ବିଶ୍ବର ସମସ୍ତ ରାଜ୍ୟକୁ ମନେ ପକାଇଥାଏ ଯେଉଁମାନେ ଅନ୍ତର୍ଜାତୀୟ ନ୍ୟାୟ ବ୍ୟବସ୍ଥା ପାଇଁ ନିରନ୍ତର ସମର୍ଥନ ଦେଇ ସାରା ବିଶ୍ବରେ ନ୍ୟାୟ ଦେବା ପାଇଁ ପ୍ରତିବଦ୍ଧ ଅଟନ୍ତି ।

1 ଜୁନ୍ 2010 ରେ ଉଗାଣ୍ଡାର କାମ୍ପାଲାରେ ରୋମ୍ ଷ୍ଟାଟ୍ୟୁଟ୍ ର ସମୀକ୍ଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ରାଜ୍ୟ ଦଳର ସାଧାରଣସଭା 17 ଜୁଲାଇରେ ଆନ୍ତର୍ଜାତୀୟ ଅପରାଧିକ ନ୍ୟାୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଇସିସି ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ଦାୟିତ୍ବ ପାଳନ କରିବେ କି ନାହିଁ ନିଶ୍ଚିତ କରିବାରେ ନାଗରିକ ସମାଜ ସଦସ୍ୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦର୍ଶନ କରିବାକୁ ଏହି ଦିନ ଆରମ୍ଭ କରାଯାଇଥିଲା।

ଆଇସିସି କ'ଣ ?

ଆଇସିସି ଅନ୍ତର୍ଜାତୀୟ ଅପରାଧିକ କୋର୍ଟ । ଯେତେବେଳେ ରୋମରେ 120 ଟି ରାଜ୍ୟ ଏକ ନିୟମ ଗ୍ରହଣ କଲେ ସେତେବେଳେ ଏହା ଆରମ୍ଭ ହୋଇଥିଲା । ଏହା ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ରୋମ୍ ଷ୍ଟାଟ୍ୟୁଟ୍ ଭାବରେ ଜଣାଶୁଣା । ଏହି ନିୟମକୁ ଗ୍ରହଣ କରିବାକୁ ରାଜି ହୋଇଥିବା ସମସ୍ତ ଦେଶ ଆଇସିସିର ଅଧିକାରକୁ ଗ୍ରହଣ କରୁଥିଲେ ଓ ଅତ୍ୟଧିକ ଗୁରୁତର ଅପରାଧର ଦୋଷୀ ସାବ୍ୟସ୍ତ ଏହି କୋର୍ଟରେ ହୋଇଥାଏ। ଆଇସିସି ଜାତୀୟ କୋର୍ଟ ବଦଳାଇବା ପାଇଁ ନୁହେଁ। ଏହା କେବଳ ହସ୍ତକ୍ଷେପ କରିବାକୁ ସକ୍ଷମ ଯେତେବେଳେ ଏକ ଦେଶ ଅନୁସନ୍ଧାନ କରିପାରିବ ନାହିଁ କିମ୍ବା ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ନାହିଁ।

ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସର ମହତ୍ତ୍ବ କ’ଣ ?

ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସ ହେଉଛି ସମଗ୍ର ବିଶ୍ବରେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟକୁ ମଜବୁତ କରିବା । ଏହି ଦିନ 150 ଟି ଦେଶକୁ ମଧ୍ୟ ପ୍ରଶଂସା କରେ ଯେଉଁମାନେ କୋର୍ଟ ଚୁକ୍ତି ସ୍ବାକ୍ଷର କରିଛନ୍ତି । ବିଶ୍ବର ପ୍ରତ୍ୟେକ ଅଞ୍ଚଳର ପ୍ରତିନିଧୀ ପ୍ରାୟ 123 ଟି ରାଜ୍ୟ ଏହି ଚୁକ୍ତିନାମାକୁ ଅନୁମୋଦନ କରିଛନ୍ତି। ଆଇସିସି ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ତୁରନ୍ତ ଅଧିକାର ଓ ପ୍ରତିରକ୍ଷା ଉପରେ ଚୁକ୍ତିନାମା ଅନୁମୋଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁରୋଧ କରିଛି ।

ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସ ପାଳନ କରିବାର ଆବଶ୍ୟକତା କ’ଣ ?

ଅନ୍ତର୍ଜାତୀୟ ନ୍ୟାୟ ପାଇଁ ବିଶ୍ବ ଦିବସ ପାଳନ କରାଯାଏ ଏବଂ ନ୍ୟାୟକୁ ସମର୍ଥନ କରିବା ପାଇଁ ସଚେତନ ତଥା ଲୋକଙ୍କୁ ସଚେତନ କରାଇବା ପାଇଁ ପାଳନ କରାଯାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୀଡିତଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା। ଗମ୍ଭୀର ବିଷୟ ପ୍ରତି ଧ୍ୟାନ ଦେବା ପାଇଁ ସାରା ବିଶ୍ବରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏହି ଦିନ ପାଳନ କରାଯାଏ । ଏହି ଦିନର ପାଳନ ଲୋକଙ୍କୁ ଅନେକ ଅପରାଧରୁ ରକ୍ଷା କରିଥାଏ । ଶାନ୍ତି ଓ ନିରାପତ୍ତାକୁ ପ୍ରଭାବିତ କରୁଥିବା ଲୋକଙ୍କୁ ଚେତାବନୀ ଦେଇଥାଏ ।

ଭାରତୀୟ ନ୍ୟାୟପାଳିକାରେ ସମସ୍ୟା-

ସୁପ୍ରିମକୋର୍ଟରେ 59,867 ମାମଲା ଓ ବିଭିନ୍ନ ହାଇକୋର୍ଟରେ 44.75 ଲକ୍ଷ ମାମଲା ବିଚାରାଧୀନ ଅଛି। ଜିଲ୍ଲା ତଥା ଅଧିନସ୍ଥ ଅଦାଲତ ସ୍ତରରେ ବିଚାରାଧୀନ ମାମଲା ସଂଖ୍ୟା 3.14 କୋଟିରେ ପହଞ୍ଚିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ନଭେମ୍ବର 2019 ରେ ଏକ ବିବୃତ୍ତି ଦେଇଛନ୍ତି। ଏହି ତଥ୍ୟ ନଭେମ୍ବର 2019 ସୁଦ୍ଧା। 2014 ଡିସେମ୍ବର ଠାରୁ ଏହି ସଂଖ୍ୟାରେ ବହୁତ କଷ୍ଟରେ କିଛିଟା ପରିବର୍ତ୍ତନ ହୋଇଛି। ସେତେବେଳେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା 62,791, ହାଇକୋର୍ଟରେ 41.53 ଲକ୍ଷ ଓ ନିମ୍ନ ଅଦାଲତରେ 2.62 କୋଟି ଥିଲା। ପ୍ରତିବର୍ଷ 2 କୋଟି ନୂଆ ମାମଲା ଯୋଡିହେଉଛି ।

3,23,537 ବିଚାରଧିନ କଏଦୀ । ସର୍ବାଧିକ ସଂଖ୍ୟକ କଏଦୀଙ୍କୁ ଜିଲ୍ଲା ଜେଲରେ ରଖାଯାଇଥିଲା (51.3 ପ୍ରତିଶତ, 1,65,988 ବିଚାରଧୀନ) ଓ ପରେ ସେଣ୍ଟ୍ରାଲ୍ ଜେଲ୍ (35.9ପ୍ରତିଶତ, 1,16,183 ବିଚାରଧୀନ) ଓ ସବ୍-ଜେଲ୍ (10.5ପ୍ରତିଶତ, 34,051 ବିଚାରଧୀନ) ରେ ରହିଛି ।

ଭାରତରେ ବିଚାରପତି ସଂଖ୍ୟା ସବୁଠାରୁ କମ୍ । 10 ଲକ୍ଷ ଲୋକଙ୍କ ପାଇଁ 19ଟି ବିଚାରପତି । ହାଇକୋର୍ଟରେ 448 ପଦବୀ, ସବ-ଅର୍ଡିନେଟରେ 5000 ପଦବୀ ଖାଲି ରହିଛି । ସବ-ଅର୍ଡିନେଟ୍ ଅଦାଲତରେ 5,748 ନ୍ୟାୟିକ ଅଧିକାରୀଙ୍କ ଅଭାବ ଥିବାବେଳେ 24 ଟି ହାଇକୋର୍ଟରେ 406 ଟି ପଦବୀ ଖାଲି ପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.