ହାଇଦ୍ରାବାଦ: ଆଜି(ମଙ୍ଗଳବାର) ବିଶ୍ବ ଏଡ୍ସ ଦିବସ । ଏଡସର ଭୟାଭୟତାକୁ ଦେଖି ଏନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ବରେ ଡିସେମ୍ବର 1 ତାରିଖକୁ ବିଶ୍ବ ଏଡ୍ସ ଦିବସ ରୂପେ ପାଳନ କରାଯାଉଛି । କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ ଦେଖାଯାଉଛି ଏଚଆଇଭି ସଂକ୍ରମଣକୁ ଏବେ ସୁଦ୍ଧା ଆଶାନୁରୂପେ ରୋକା ଯାଇ ପାରିନାହିଁ ।
ଏଡ୍ସ ରୋଗ ହୃଦ୍ରୋଗ ଏବଂ କର୍କଟ ରୋଗଠାରୁ ମଧ୍ୟ ଅଧିକ ଭୟଙ୍କର। ବିଂଶ ଶତାବ୍ଦୀର ଶେଷ ଭାଗରେ ଚିହ୍ନିତ ହୋଇଥିବା ଏହି ରୋଗଟି ସାରା ପୃଥିବୀରେ ଭୟ ଓ ଆଶଙ୍କାର ଲହରି ଖେଳାଇ ଦେଇଛି। ସାରା ବିଶ୍ବକୁ ଏଡ୍ସମୁକ୍ତ କରିବା ତଥା ସଂକ୍ରମଣ ହାର କମାଇ ଶୂନ୍ୟ କରିବା ପାଇଁ ମିଳିତ ଜାତିସଂଘ ତଥା ବିଶ୍ବ ସ୍ବାସ୍ଥ୍ୟସଂସ୍ଥା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି ।
ଏଚଆଇଭି ସଂକ୍ରମଣ ପ୍ରତି ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ୧୯୮୮ ରୁ ପ୍ରତିବର୍ଷ ବିଶ୍ବ ସ୍ତରରେ ଏଡ୍ସ ଦିବସ ପାଳନ କରାଯାଉଛି ।