ETV Bharat / bharat

ଆଜି ବିଶ୍ବ ଏଡସ ଦିବସ: ପ୍ରତି ସପ୍ତାହରେ 6000 ମହିଳା ଆକ୍ରାନ୍ତ

ପ୍ରତି ସପ୍ତାହରେ 15-24 ବର୍ଷ ବୟସର 6000 ମହିଳା ଏଚଆଇଭି ସଂକ୍ରମଣର ଶିକାର ହେଉଛନ୍ତି । ୟୁନିସେଫର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ 17 ଲକ୍ଷ ଏଡ୍‌ସ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା ।

worl aids day
ଫାଇଲ ଫଟୋ
author img

By

Published : Dec 1, 2019, 8:06 AM IST

ହାଇଦ୍ରାବାଦ: ଏଡ୍‍ସ ରୋଗ ହୃଦ୍‌ରୋଗ ଏବଂ କର୍କଟ ରୋଗଠାରୁ ମଧ୍ୟ ଅଧିକ ଭୟଙ୍କର। ବିଂଶ ଶତାବ୍ଦୀର ଶେଷ ଭାଗରେ ଚିହ୍ନିତ ହୋଇଥିବା ଏହି ରୋଗଟି ସାରା ପୃଥିବୀରେ ଭୟ ଓ ଆଶଙ୍କାର ଲହରି ଖେଳାଇ ଦେଇଛି। ସାରା ବିଶ୍ବକୁ ଏଡ୍‍ସମୁକ୍ତ କରିବା ତଥା ସଂକ୍ରମଣ ହାର କମାଇ ଶୂନ୍ୟ କରିବା ପାଇଁ ମିଳିତ ଜାତିସଂଘ ତଥା ବିଶ୍ବ ସ୍ବାସ୍ଥ୍ୟସଂସ୍ଥା ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି । ଏନେଇ ପ୍ରତିବର୍ଷ ଡିସେମ୍ବର ୧ରେ ବିଶ୍ବ ଏଡ୍‍ସ ଦିବସ ପାଳନ କରାଯାଉଛି। ଏଚଆଇଭି ସଂକ୍ରମଣ ପ୍ରତି ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ୧୯୮୮ ରୁ ପ୍ରତି ବର୍ଷ ବିଶ୍ବ ସ୍ତରରେ ଏଡ୍‍ସ ଦିବସ ପାଳନ କରାଯାଉଛି ।

90 ଦଶକର ଶେଷ ସମୟରେ ଏଡ୍‌ସ ବିଶ୍ବରେ କାୟା ବିସ୍ତାର କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏଥିରୁ ମୁକ୍ତି ପାଇବା ପାଇଁ ଏକତ୍ରିତ ହୋଇଥିଲେ ବିଶ୍ବର ଅନେକ ଦେଶ । ଯାହା ଫଳରେ ଏଡସ୍‌ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିଲା । ତେବେ ଆଜି ମଧ୍ୟ ପ୍ରତି ସପ୍ତାହରେ 15-24 ବର୍ଷ ବୟସର 6000 ମହିଳା ଏଚଆଇଭି ସଂକ୍ରମଣର ଶିକାର ହେଉଛନ୍ତି ।

ୟୁନିସେଫଟର ଏକ ରିପୋର୍ଟ ଅନୁଯାୟୀ, ଗତ ବର୍ଷ 17 ଲକ୍ଷ ଏଡ୍‌ସ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଏହି ସଂଖ୍ୟା 1997 ରେ 30 ଲକ୍ଷ ଥିଲା । ସେହିପରି 3 କୋଟି 20 ଲକ୍ଷ ଲୋକ ଏଡସ୍‌ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ସେପଟେ 81 ଲକ୍ଷ ଲୋକ ଏଡସ୍‌ ସଂକ୍ରମଣ ସମ୍ବନ୍ଧରେ ଅବଗତ ମଧ୍ୟ ନଥିଲେ । ତେବେ ଏହା ଉପରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶର ସରକାର ଏବଂ ଡବ୍ଲୁଏଚଓ ପକ୍ଷରୁ ବିଭିନ୍ନ ପ୍ରୟାସ କରାଯାଉଛି । 2020 ସୁଦ୍ଧା 90-90-90 ହାସଲ କରିବାର ଲକ୍ଷ ରଖାଯାଇଛି । ଅର୍ଥାତ ଏଚଆଇଭି ସଂକ୍ରମିତ 90 ପ୍ରତିଶତ ଲୋକଙ୍କୁ ନିଜ ଏଚଆଇଭି ସମ୍ବନ୍ଧରେ ଅବଗତ କରାଇବା, ସଂକ୍ରମିତ ଲୋକଙ୍କ ମଧ୍ୟରୁ 90 ପ୍ରତିଶତ ଲୋକଙ୍କ ଠିକ ଚିକିତ୍ସା କରାଇବା ଏବଂ ଚିକିତ୍ସିତ ଲୋକଙ୍କଠାରୁ 90 ପ୍ରତିଶତ ଲୋକଙ୍କୁ ଏଡ୍‌ସ ସଂକ୍ରମଣରୁ ରକ୍ଷା କରିବା ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.