ମୁମ୍ବାଇ : ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । ଦିନକୁ ଦିନ ଯାହା ବିଭିନ୍ନ ଦେଶକୁ ବ୍ୟାପିବାରେ ଲାଗିଛି । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 350 ପାର କରିଥିବାବେଳେ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି । କୋରୋନା ମୁକାବିଲା ନେଇ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ମୋଦି । ଅତି ଜରୁରୀ ନ ପଡିଲେ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
କୋରୋନା ସଚେତନତା ନେଇ ଅଣ୍ଟା ଭିଡିଛି ପୁଣେ ମୁନସିପାଲଟି କୋର୍ପୋରେସନ । ଜନତା କର୍ଫ୍ୟୁ ଚାଲିଥିବା ବେଳେ ପୁଣେ ମ୍ୟୁନସିପାଲଟିର କର୍ମଚାରୀମାନେ,ସହରର ପ୍ରମୁଖ ସ୍ଥାନ ଓ ଘର ଗୁଡିକୁ ସଫା କରିଛନ୍ତି । ପରିଷ୍କାର ପରିଚ୍ଛନ୍ନତା ଦ୍ବାରା କୋରୋନା ଭାଇରସକୁ ପ୍ରତିହତ କରିହେବ ।
@ ANI