ନୂଆଦିଲ୍ଲୀ: ମହାମାରୀ ସାଧାରଣ ଜୀବନଚର୍ଯ୍ୟାକୁ ବଦଳାଇ ଦେଇଛି। ଆଉ ସେ ପୂର୍ବ ପରିସ୍ଥିତି ନାହିଁ। ଉତ୍ସବ, ମହୋତ୍ସବ ସବୁ ବାତିଲ। ଏବୋ ଚାଲିଛି ଅନଲାଇନ କ୍ଲାସ, ଜୁମ କଲରେ ବିବାହ, ଭିଡିଓ କଲରେ ରିଙ୍ଗ ସେରିମନି ଇତ୍ୟାଦି। ଏପରି କିଛି ଭିଡିଓ ସୋସିଆଲ ମିଡିଆରେ କୌତୁହଳ ସୃଷ୍ଟି କରୁଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଏହି ପ୍ଲାଟଫର୍ମର ସେନସେସନ ପାଲଟିଛି।
ନାଲି ଟୁକୁ ଟୁକୁ ବେଶରେ ମଣ୍ଡପରେ ସଜ ହୋଇ ବସିଛି ନବବଧୂ। ହାତରେ ରହିଛି ମୋବାଇଲ ଆଉ ଲ୍ୟାପଟପ୍। ସ୍ମାର୍ଟ ଯୁଗରେ ଏସବୁ ହାତରେ ରହିବା କୌଣସି ଆଶ୍ଚର୍ଯ୍ୟ ନୁହେଁ। ହେଲେ ବିବାହ ମଣ୍ଡପରେ ବନ୍ଧୁ ପ୍ରିୟଜନଙ୍କ ପାଖରୁ ଉପହାର ରଖିବା ବଦଳରେ ଏସବୁ ଦୃଶ୍ୟ ଟିକେ ହଜମ ହେଉନି।
ଆଜ୍ଞା ହଁ ମଣ୍ଡପରେ ବଧୂ ବେଶରେ କନିଆଁ ଜୁମ କଲରେ ୱାର୍କ ଫର୍ମ ହୋମ କରୁଛି କି ଭିଡିଓ କଲରେ ବ୍ୟସ୍ତ ଏନେଇ ୟୁଜର୍ସ ଦ୍ବନ୍ଦରେ। ବର ଆସି ପାଖରେ ବସିଥିଲେ ମଧ୍ୟ ସେଥିପ୍ରତି ଝିଅର ଦୃଷ୍ଟି ନାହିଁ। ତେବେ ଏହି ମଜ୍ଜାଦାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
-
If you think you are under work pressure then watch this... via WA @hvgoenka pic.twitter.com/odbFTxNofh
— Dinesh Joshi. (@dineshjoshi70) July 3, 2020 " class="align-text-top noRightClick twitterSection" data="
">If you think you are under work pressure then watch this... via WA @hvgoenka pic.twitter.com/odbFTxNofh
— Dinesh Joshi. (@dineshjoshi70) July 3, 2020If you think you are under work pressure then watch this... via WA @hvgoenka pic.twitter.com/odbFTxNofh
— Dinesh Joshi. (@dineshjoshi70) July 3, 2020
ତେବେ ଆମେ ସମସ୍ତେ ଜାଣିଛେ କର୍ମ ହିଁ ଭଗବାନ। ଏଥିପାଇଁ ବ୍ୟକ୍ତିଗତ ଜୀବନକୁ ଖୁସିରେ ରହିବା ପାଇଁ ସମସ୍ତେ ବୃତ୍ତିଗତ ସ୍ତରରେ କଠିନ ପରିଶ୍ରମ କରିଥାନ୍ତି। ହେଲେ ଏସବୁ ଭିତରେ ସର୍ବଦା ବ୍ୟବଧାନ ରହିବା ଜରୁରୀ। ଦୁଇଟିକୁ ମିଶ୍ରଣ କରିବା ବେଳେବେଳେ କ୍ଷତିକାରକ ହୋଇପାରେ।
ବିବାହ ସମସ୍ତଙ୍କ ଜୀବନର ଏକ ଅପୂର୍ବ ଅନୁଭବ। ଏହି ଦିନଟି ସମସ୍ତଙ୍କ ପାଇଁ କିଛି ଖାସ୍ ଗୁରୁତ୍ବ ରଖେ। ସେଥିପାଇଁ ତ କୁହାଯାଏ ଶାଦୀ କା ଲଡୁ ଯୋ ଖାୟା ପସ୍ତାୟା, ଯୋ ନେହିଁ ଖାୟା ବୋ ଭି ପସ୍ତାୟା। ଅର୍ଥାତ୍ ଯିଏ ବିବାହ କରିଛି ସେ ତାର ମଜା ପାଇଛି, ଯିଏ ନକରିଛି ସେ ବି ତାର ଅଲଗା ମଜା ପାଇଛି।
ତେବେ ଏହି ଦିନରେ ବ୍ୟସ୍ତତା ଭିତରେ କଟିଯାଏ। ହେଲେ ଏ ବିଂଶ ଶତାବ୍ଦୀର ଏହି ଅଦୃଶ୍ୟ ମହାମାରୀ ବିବାହ ପରି ଏକ ଆଡମ୍ବରପୂର୍ଣ୍ଣ ଉତ୍ସବକୁ ନିରାଡମ୍ବର କରିଦେଇଛି। ବାଜୁନି ବାଜା, ଫୁଟୁନି ବାଣ, ଜଳୁନି ଲାଇନ ଆସୁ ନାହାଁନ୍ତି ବନ୍ଧୁ ପ୍ରିୟଜନ। ଖାଲି ପିତା ମାତା ଓ ବର କନ୍ୟାଙ୍କ ଉପସ୍ଥିତିରେ ହେଉଛି ମାଳା ଅଦଳବଦଳ। ଏତିକ କାର୍ଯ୍ୟବି ପରାମର୍ଶ, ସାମାଜିକ ଦୁରତ୍ବ ଓ ମାସ୍କ ପିନ୍ଧି ନକଲେ ଲାଗୁଛି ମୋଟା ଅଙ୍କର ଫାଇନ।