ETV Bharat / bharat

ଡ୍ରାଗନକୁ ଦମ ଦେଖାଇଲେ ଗଡକରୀ, ହାଇଓ୍ବେ ପ୍ରୋଜେକ୍ଟରେ ସାମିଲ ହେବେନି ଚୀନ କମ୍ପାନୀ

author img

By

Published : Jul 1, 2020, 4:37 PM IST

Updated : Jul 1, 2020, 8:45 PM IST

ଭାରତ ଚୀନ କମ୍ପାନୀ ଗୁଡିକୁ ରାଜମାର୍ଗ ପ୍ରକଳ୍ପରେ ସାମିଲ ହେବାକୁ ଅନୁମତି ଦେବ ନାହିଁ ବୋଲି ବୁଧବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ନୂଆଦିଲ୍ଲୀ: ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ବିବାଦ ତୀବ୍ର ରୂପ ନେଉଛି । ଚୀନର 59ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଚୀନ ବିରୋଧରେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ଭାରତ । ଭାରତ ମିଳିତ ଉଦ୍ୟୋଗ ଜରିଆରେ ଚୀନ କମ୍ପାନୀ ଗୁଡିକୁ ରାଜମାର୍ଗ ପ୍ରକଳ୍ପରେ ସାମିଲ ହେବାକୁ ଅନୁମତି ଦେବ ନାହିଁ ବୋଲି ବୁଧବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଏହା ବ୍ୟତୀତ ଗଡକରୀ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ପରି ବିଭିନ୍ନ କ୍ଷେତ୍ରରେ ଚୀନର ନିବେଶକମାନଙ୍କୁ ପୁଞ୍ଜିନିବେଶର ସୁଯୋଗ ନଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଗଡକରୀ କହିଛନ୍ତି, 'ଚୀନର ଅଂଶୀଦାର ଥିବା ମିଳିତ ଉଦ୍ୟୋଗକୁ ସଡ଼କ ନିର୍ମାଣ ପାଇଁ ଆମେ ଅନୁମତି ଦେବୁ ନାହିଁ । ଚୀନ ବିରୋଧରେ ଆମେ ଏକ ଦୃଢ ଆଭିମୁଖ୍ୟ ଗ୍ରହଣ କରିଛୁ । ଯଦି ଚୀନ କମ୍ପାନୀଗୁଡିକ ଆମ ଦେଶରେ ମିଳିତ ଉଦ୍ୟୋଗ ମାଧ୍ୟମରେ ଆସନ୍ତି, ତେବେ ଆମେ ଏହାକୁ ଅନୁମତି ଦେବୁ ନାହିଁ । ଖୁବ ଶୀଘ୍ର ଚୀନର ସଂସ୍ଥାଗୁଡ଼ିକୁ ନିଷିଦ୍ଧ କରିବା ଏବଂ ଭାରତୀୟ କମ୍ପାନୀଗୁଡିକ ପାଇଁ ରାଜପଥ ପ୍ରକଳ୍ପଗୁଡିକରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ମାନଦଣ୍ଡ ବୃଦ୍ଧି ପାଇଁ ଏକ ନୀତି ପ୍ରଣୟନ କରାଯିବ।'

ସୂଚନାଯୋଗ୍ୟ ଯେ, ଚୀନ ସହିତ ଚାଲିଥିବା ସୀମା ବିବାଦ ମଧ୍ୟରେ ସୋମବାର ଭାରତ ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଚୀନର 59 ଟି ଆପକୁ ଭାରତରେ ନିଷିଦ୍ଧ କରିଛନ୍ତି ସରକାର ।

Last Updated : Jul 1, 2020, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.