ମେଲବୋର୍ଣ୍ଣ: 2020 ଆଇସିସି ମହିଳା ଟି-20 ବିଶ୍ବକପ ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । 5ମ ଥର ଚମ୍ପିଆନ ହେବାସହ ଏହି ଟୁର୍ଣ୍ଣାମେଣ୍ଟରେ ସଫଳତମ ଦଳ ହୋଇଛି ଅଷ୍ଟ୍ରେଲିଆ । 2010, 2012, 2014, 2018 ପରେ 2020ରେ ପୁଣି ସବୁଠୁ ସଫଳ ଦଳ ହୋଇଛି ଅଷ୍ଟ୍ରେଲିଆ ମହିଳା ଦଳ ।
-
AUSTRALIA WIN THEIR FIFTH #T20WORLDCUP TITLE 🏆 pic.twitter.com/BuaHlKANeT
— ICC (@ICC) March 8, 2020 " class="align-text-top noRightClick twitterSection" data="
">AUSTRALIA WIN THEIR FIFTH #T20WORLDCUP TITLE 🏆 pic.twitter.com/BuaHlKANeT
— ICC (@ICC) March 8, 2020AUSTRALIA WIN THEIR FIFTH #T20WORLDCUP TITLE 🏆 pic.twitter.com/BuaHlKANeT
— ICC (@ICC) March 8, 2020
ଫଳରେ ଭାରତୀୟ ମହିଳା ଦଳର ପ୍ରଥମ ଥର ଟି-20 ବିଶ୍ବକପ ଚମ୍ପିଆନ ଆଶା ମଉଳି ଯାଇଛି । 185 ରନର ବିଶାଳ ବିଜୟ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ବିଫଳ ହୋଇଥିଲେ । ମାତ୍ର 99ରନରେ ସୀମିତ ରହିଥିଲା ଭାରତୀୟ ଇଂନିସ । ଦଳର ସମସ୍ତ ଆଗଧାଡିର ବ୍ୟାଟ୍ସମ୍ୟାନ ନିରାଶ କରିଥିଲେ । ଦଳ ପକ୍ଷରୁ ଦିପ୍ତି ଶର୍ମା ସର୍ବାଧିକ 33 ରନର ଇଂନିସ ଖେଳିଥିଲେ । ଫଳରେ 85 ରନରେ ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ ।
ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ 185 ରନର ବିରାଟ ଲକ୍ଷ୍ୟ ଭାରତ ସାମ୍ନାରେ ରଖିଥିଲା । ଦୁଇ ଓପନର ଏଲେସ ହେଲି 75 ଓ ବେଥ ମୁନି 78 ରନର ଇଂନିସ ଖେଳିଥିଲେ । ଏଲେସ ହେଲି 39 ବଲରୁ 7 ଚୌକା ଓ 5 ଛକା ସହାୟତାରେ, 75 ରନର ଦମଦାର ଇଂନିସ ପାଇଁ ପ୍ଲେଆର ଅଫ ଦ ମ୍ୟାଚ ହୋଇଛନ୍ତି । ବେଥ ମୁନି 54 ବଲରୁ 10 ଚୌକା ସହ 78 ରନର ଇଂନିସ ଖେଳିଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ 259 ରନ ସହ ସେ, ପ୍ଳେଆର ଅଫ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟଭି ଭାରତ