ETV Bharat / bharat

7ପ୍ରେରଣାଦାୟୀ ମହିଳା ଚଳାଇବେ ପିଏମଙ୍କ ଆକାଉଣ୍ଟ

author img

By

Published : Mar 8, 2020, 12:50 PM IST

କଥା ଦେଇ କଥା ରଖିଲେ ମୋଦି । ବିଶ୍ବ ମହିଳା ଦିବସ ଉପଲକ୍ଷେ 7 ଜଣ ମହିଳାଙ୍କୁ ନିଜ ସୋସିଆଲ ମିଡିଆ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

Women's Day
7 ପ୍ରେରଣାଦାୟୀ ମହିଳାଙ୍କୁ ସୋସିଆଲ ମିଡିଆ ଉତ୍ସର୍ଗ

ନୂଆଦିଲ୍ଲୀ: 7ଜଣ ମହିଳାଙ୍କୁ ନିଜ ସୋସିଆଲ ମିଡିଆକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ବ ମହିଳା ଦିବସ ଅବସରରେ ପ୍ରେରଣାଦାୟୀ ମହିଳାଙ୍କୁ ତାଙ୍କର ଟ୍ବିଟର ଓ ଫେସବୁକ ସମର୍ପିତ କରିଛନ୍ତି । ଏନେଇ ମୋଦି ନିଜେ ଟ୍ବିଟ କରି ନାରୀ ଶକ୍ତିକୁ ସାଲ୍ୟୁଟ ଜଣାଇଛନ୍ତି ।

ଗତ ରବିବାର ସୋସିଆଲ ମିଡିଆ ଛାଡିବା ନେଇ ଖୋଦ୍‌ ମୋଦି ସ୍ପଷ୍ଟ କରିଥିଲେ । ଯାହାକୁ ନେଇ ବିଭିନ୍ନ କଳ୍ପନା-ଜଳ୍ପନା ଆରମ୍ଭ ହୋଇଥିବାବେଳେ ଏହାର ଖୁଲାସା ମାର୍ଚ୍ଚ 3ରେ କରିଥିଲେ । ଯେଉଁଥିରେ ସେ କହିଥିଲେ ତାଙ୍କର ସମସ୍ତ ସୋସିଆଲ ଆକାଉଣ୍ଟ ମହିଳାଙ୍କ ପାଇଁ ଉତ୍ସର୍ଗ ରହିବ । ଆଉ ସେହିମାନେ ହିଁ ମୋଦିଙ୍କ ସୋସିଆଲ ଆକାଉଣ୍ଟ ବ୍ୟବହାର କରିପାରିବେ ଯେଉଁମାନେ ସମାଜ ପାଇଁ କିଛି ଭଲ ବାର୍ତ୍ତା କିମ୍ବା ପ୍ରେରଣା ଯୋଗାଇ ପାରିଥିବେ । ଯାହା ପରେ ମୋଦିଙ୍କ ନିକଟକୁ ଦେଶର କୋଣଅନୁକୋଣରୁ ବହୁ ପ୍ରେରଣାଦାୟୀ ମହିଳାଙ୍କ କାହାଣୀ ସୁଅ ଛୁଟିଥିଲେ । ଯେଉଁଥିରୁ 7 ଜଣଙ୍କୁ ପିଏମଙ୍କ ଆକାଉଣ୍ଟକୁ ବ୍ୟବହାର କରିବାକୁ ସୁଯୋଗ ମିଳିଛି ।

ଯାହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଉଲ୍ଲେଖନୀୟ ମହିଳା ସଫଳତା ପାଇଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ କାମ କରି ବେଶ ଉତ୍କୃଷ୍ଟ କାମ କରିଛନ୍ତି । ସେମାନଙ୍କ ସଂର୍ଘଷ ଓ ଆକାଂକ୍ଷା ଲକ୍ଷଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରିଛି । ଏହିପରି ମହିଳାଙ୍କ ସଫଳତାକୁ ପାଳନ କରିବା ସହ ତାଙ୍କ ଠାରୁ କିଛି ଶିକ୍ଷା ଲାଭ କରିବା ।

ଅନ୍ୟପଟେ, ବିଶ୍ବ ମହିଳା ଦିବସ ଉପଲକ୍ଷେ ମୋଦି ବରିଷ୍ଠ ବିଜେପି ନେତା ବସୁନ୍ଧରା ରାଜେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜସ୍ଥାନର ଅଗ୍ରଗତି ଦିଗରେ ତାଙ୍କର ଯୋଗଦାନ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେ ନିଜର ସ୍ବତନ୍ତ୍ର ସ୍ଥାନ କରିପାରିଛନ୍ତି । ତାଙ୍କର ଦୀର୍ଘାୟୁ କରିବା ସହ ସୁସ୍ଥ କାମନା କରିଛନ୍ତି ମୋଦି ।

ସୌଜନ୍ୟ:@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.