ନୂଆଦିଲ୍ଲୀ: ଅପେକ୍ଷାର ଘଟିଲା ଅନ୍ତ । ସାତ ବର୍ଷର ସଂଘର୍ଷ ପରେ ନିର୍ଭୟା ପାଇଲେ ନ୍ୟାୟ । ଏଥିରେ ଖୁସି ହୋଇ ଉତ୍ସବ ମନାଉଛନ୍ତି ମହିଳା ମାନବଧିକାର କର୍ମୀ ଯୋଗୀତା ଭୟାନା । ତିହାର ଜେଲ ସାମନାରେ ପରସ୍ପରକୁ ମିଠା ଖୁଆଇ ହେଉଛନ୍ତି ଖୁସି ।

ଆଠ ବର୍ଷ ତଳେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ଆଜି ପଡିଛି ପୂର୍ଣ୍ଣଚ୍ଛେଦ । 7 ବର୍ଷର ସଂଘର୍ଷ କରି ନିର୍ଭୟାଙ୍କ ମାଆଙ୍କୁ ଶେଷରେ ମିଳିଛି ନ୍ୟାୟ । ଆଜି ସକାଳ 5.30 ମିନିଟରେ 4 ଦୋଷୀ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ।
ଏପଟେ ତିହାର ଜେଲ ମହାନିର୍ଦ୍ଦେଶକ ସନ୍ଦିପ ଗୋଏଲ 4 ଦୋଷୀଙ୍କୁ ମୃତ ଘୋଷଣା କରିଛନ୍ତି । ଡାକ୍ତରଙ୍କ ପରୀକ୍ଷା ପରେ ସେ ଏନେଇ ସୂଚନା ଦେଇଛନ୍ତି ।
@ANI