ETV Bharat / bharat

ଡ୍ରଗ୍ସ ପ୍ରଭାବରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି: ଦିଲ୍ଲୀପ ଘୋଷ - ଡ୍ରଗ୍ସ ପ୍ରଭାବରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି

ଡ୍ରଗ୍ସ ପ୍ରଭାବ ମହିଳାମାନେ ପ୍ରଭାବିତ ହୋଇ ବିମୁଖ ହେବା ସହ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାଜ୍ୟରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନକୁ ନେଇ ରାଜ୍ୟର ନେତୃତ୍ବାଧୀନ ଟିଏମସି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Mar 9, 2020, 10:42 AM IST

କୋଲକାତା: ପୁଣିଥରେ ବିବାଦୀୟ ହୋଇଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ବିବାଦପୂର୍ଣ୍ଣ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ଦିଲ୍ଲୀପ କହିଛନ୍ତି ପୁଣି ଏକ ବିବାଦୀୟ ବାକ୍ୟ । ଡ୍ରଗ୍ସ ପ୍ରଭାବ ମହିଳାମାନେ ପ୍ରଭାବିତ ହୋଇ ବିମୁଖ ହେବା ସହ ବିରୋଧ ପ୍ରଦର୍ଶନ କରୁଛନ୍ତି । ରାଜ୍ୟରେ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନକୁ ନେଇ ରାଜ୍ୟର ନେତୃତ୍ବାଧୀନ ଟିଏମସି ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି ।

ଡ୍ରଗ୍ସ ପ୍ରଭାବରେ ମହିଳାମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି: ଦିଲ୍ଲୀପ ଘୋଷ

ରବିବାର ଅନ୍ତର୍ଜାତୀୟ ମହିଳା ଦିବସରେ ସେ କହିଛନ୍ତି ଯେ, ରାଜ୍ୟର ସାଂସ୍କୃତିକ ପରମ୍ପରା ନଷ୍ଟ ହୋଇଯାଉଛି । ମହିଳାମାନେ ଆମର ସାଂସ୍କୃତିକ ଐତିହ୍ୟ ଭୁଲିଯାଉଛନ୍ତି | ଡ୍ରଗ୍ସ ଦ୍ବାରା ପ୍ରଭାବିତ କରି ସେମାନଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ କରାଯାଉଛି । ସେମାନେ ବିରୋଧ ପ୍ରଦର୍ଶନ କରି କୋଳାହଳ ସୃଷ୍ଟି କରୁଛନ୍ତି । ଏହା କି ପ୍ରକାରର ବଙ୍ଗଳା ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହି ମହିଳାମାନେ ଏହିପରି ବ୍ୟବହାର କରନ୍ତି, ତେବେ ସାଧାରଣ ଲୋକ ସେମାନଙ୍କ ସହ କିପରି ବ୍ୟବହାର କରିବେ? ଫଳରେ ସାଧାରଣ ଲୋକେ ହିଂସାର ଶିକାର ହେବେ । ଦିଲ୍ଲୀପଙ୍କ ବୟାନକୁ କାଉଣ୍ଟର କରିଛନ୍ତି ଟିଏମସି ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ । ସେ କହିଛନ୍ତି, "ପ୍ରଥମେ ସେ ନିଜେ ଡ୍ରଗ୍ସ କବଳରେ ଅଛନ୍ତି କି ନାହିଁ ତାହା ଜାଣିବା ଆବଶ୍ୟକ । ସେ ଜଣେ ଅସଭ୍ୟ, ବର୍ବର ବ୍ୟକ୍ତି । ବିଜେପି ଏପରି ବ୍ୟକ୍ତିଙ୍କୁ ନିଜର ରାଜ୍ୟ ସଭାପତି କରିଛି କହି ସେ ସମାଲୋତନା କରିଛନ୍ତି । ପଶ୍ଚିମବଙ୍ଗ ଲୋକମାନେ ତାଙ୍କୁ ବଏକଟ କରିବା ଉଚିତ ବୋଲି ସେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଦିଲ୍ଲୀପ ଘୋଷଙ୍କ ଏହି ମନ୍ତବ୍ୟ କିଛି ବୁଧବାର ଦିନ ଆସିଛି । ଯେତେବେଳ କିଛି ଯୁବତୀ ରବୀନ୍ଦ୍ର ଭାରତୀ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ ବାସନ୍ତୋତ୍ସବ ସମୟରେ ରବୀନ୍ଦ୍ର ସଂଗୀତର କିଛି ଅଂଶକୁ ନିଜ ପିଠିର ଉପରିଭାଗରେ 'ଫଗୁ' ଦ୍ବାରା ଲିଖିତ ଅଶ୍ଳୀଳ ଶବ୍ଦ ପ୍ରଦର୍ଶନ କରିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଅପରାଧୀଙ୍କ ପାଇଁ କଠୋର ଦଣ୍ଡବିଧାନ କରିବା ପାଇଁ ଦାବି କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.