ETV Bharat / bharat

ଦାରିଦ୍ର୍ୟ ଆଗରେ ହାର ମାନିଲା ମମତା, ଦେଢ ବର୍ଷର ଶିଶୁକୁ ବିକିବା ପାଇଁ ନିଲାମ ଡାକିଲା ମା’ - ଶିଶୁର ନିଲାମ ଡାକିଲା ମାଆ

ଉତ୍ତରପ୍ରଦେଶ ଆଗ୍ରାରେ ଜଣେ ମହିଳା ସର୍ବସାଧାରଣ ସ୍ଥାନରେ ନିଜ ଦେଢ ବର୍ଷର ଶିଶୁକୁ ବିକ୍ରି ପାଇଁ ନିଲାମ ଡାକିଛି । ଅଧିକ ପଢନ୍ତୁ...

ନିଜ ଦେଢ ବର୍ଷର ଶିଶୁକୁ ବିକିବା ପାଇଁ ନିଲାମ ଡାକିଲା ମାଆ

author img

By

Published : Dec 9, 2020, 6:13 AM IST

Updated : Dec 9, 2020, 6:59 AM IST

ଲକ୍ଷ୍ନୌ: ନିଜ ଛୁଆକୁ ବିକ୍ରି ପାଇଁ ମୂଲ ଲଗାଇଲା ମାଆ । ମଦୁଆ ସ୍ବାମୀ ଓ ଦାରିଦ୍ର୍ୟତା ଜର୍ଜରିତ ଜଣେ ମହିଳା ନିଜ ଦେଢ ବର୍ଷର ଛୁଆକୁ ବିକ୍ରି କରିବା ପାଇଁ ସର୍ବସାଧାରଣ ସ୍ଥାନରେ ନିଲାମ ଲଗାଇଛି । ଏଭଳି ଏକ ହୃଦୟ ବିଦାରକ ଘଟଣା ପ୍ରକାଶ ପାଇଁ ଉତ୍ତରପ୍ରଦେଶ ଆଗ୍ରାର ସରୋଜିନୀ ନାଇଡୁ ମେଡିକାଲ କଲେଜ ଓ ହସ୍ପିଟାଲରେ । ମହିଳାଙ୍କ ନିଲାମ ଡାକରାରେ ଅନ୍ୟ ଜଣେ ମହିଳା 10 ହଜାର ଟଙ୍କା ଦେଇ ଶିଶୁଟିକୁ ନେବାକୁ ଧାଇଁ ଆସିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଶିଶୁ ବିକ୍ରୟକୁ ବନ୍ଦ କରିଛି ।

ନିଜ ଦେଢ ବର୍ଷର ଶିଶୁକୁ ବିକିବା ପାଇଁ ନିଲାମ ଡାକିଲା ମାଆ

ସୂଚନାଯୋଗ୍ୟ, ମଙ୍ଗଳବାର ଏମଜି ରୋଡ ସ୍ଥିତ ଏସଏନ ହସ୍ପିଟାଲରେ ନିଜ ଶିଶୁଟିକୁ ବିକ୍ରି କରୁଥିବା ମହିଳାଙ୍କ ନାମ ପିଙ୍କି । ସେ ସଦର ଥାନା ଅଞ୍ଚଳ ନନ୍ଦପୁରା ଗୋପାଳପୁରର ବାସିନ୍ଦା । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ତାଙ୍କ ସ୍ବାମୀ ଜଣେ ଜୋତା କାରିଗର । ମହିଳାଙ୍କ ସ୍ବାମୀ ଅତ୍ୟଧିକ ମଦ ପାନ କରିବା ସହିତ ପରିବାରର କୌଣସି ଦାୟିତ୍ବ ବୁଝନ୍ତି ନାହିଁ । ଫଳରେ ଆର୍ଥିକ ସଙ୍କଟ ମଧ୍ୟରେ ଛନ୍ଦି ହୋଇଛି ପରିବାର । କିଛି ଦିନ ହେଲା ପିଙ୍କିଙ୍କ ଦେଢବର୍ଷର ଶିଶୁଟି ଅସୁସ୍ଥ ହେବା ଯୋଗୁଁ ସେ ତାକୁ ସରୋଜିନ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କ ମଦୁଆ ସ୍ବାମୀ ଶିଶୁଟିର ଚିକିତ୍ସା ପାଇଁ ଟଙ୍କାଟିଏ ବି ସାହାଯ୍ୟ କରିନଥିଲେ । ଅନେକ ଦିନ ଧରି ମହିଳା ଜଣକ ସାହାଯ୍ୟ ପାଇଁ ବୁଲିଥିଲେ । ସାହାର୍ଯ୍ୟ ପାଇଁ ବୁଲି ବୁଲି ଶେଷରେ ଥକି ଯାଇଥିଲେ ମହିଳା । ଏହାପରେ ବାଧ୍ୟ ହୋଇ ଶିଶୁଟିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ ।

ମହିଳା ଜଣକ ଯେତେବେଳେ ମେଡିକାଲରେ ଖୋଲାଖୋଲି ଭାବେ ଶିଶୁଟିକୁ ବିକ୍ରି ପାଇଁ ନିଲାମ ଲଗାଇଥିଲେ, ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ମହିଳାଙ୍କୁ ପୋଲିସ ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ବୁଝାସୁଝା କରି ଶିଶୁଟିକୁ ଚିକିତ୍ସା ପାଇଁ ପୁନର୍ବାର ମେଡିକାଲରେ ଭର୍ତ୍ତି କରିଛନ୍ତି । ସଦର ଥାନା ପ୍ରଭାରୀ ଜିତେନ୍ଦ୍ର କୁମାର ମହିଳାଙ୍କୁ ନିଜ ପକେଟରୁ 11 ହଜାର ଟଙ୍କା ସାହାଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 9, 2020, 6:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.