ETV Bharat / bharat

କୋରୋନା ଆତଙ୍କ: ମିଥ୍ୟା ଖବର ପ୍ରଚାର କରି ବଙ୍ଗୀୟ ମହିଳା ଗିରଫ - ବଙ୍ଗଳା ମହିଳା ଗିରଫ

କୋରୋନାକୁ ନେଇ ମିଥ୍ୟା ଖବର ପ୍ରସାର କରି ପୁଣି ଗିରଫ ହେଲେ ଜଣେ ବଙ୍ଗୀୟ ମହିଳା । ବେଲିଆଘାଟ ସହରର ଆଇଡି ହସ୍ପିଟାଲର ଜଣେ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାର କରି ଗିରଫ ହୋଇଛନ୍ତି ମହିଳା । ଅଧିକ ପଢନ୍ତୁ...

Woman in Bengal held for spreading fake news on COVID-19
କୋରୋନା ଉପରେ ମିଥ୍ୟା ଖବର ପ୍ରସାର କରି ବଙ୍ଗଳା ମହିଳା ଗିରଫ
author img

By

Published : Mar 28, 2020, 9:58 AM IST

କୋଲକାତା: କୋରୋନା ଭାଇରସକୁ ନେଇ ସାରା ବିଶ୍ବରେ ଖେଳି ଯାଇଛି ଆତଙ୍କ । ଥଣ୍ଡା ,ଜ୍ବର କିମ୍ବା କାଶ ହେଲେ ଲୋକଙ୍କ ମନରେ ପ୍ରଥମେ କୋରୋନା ଭାଇରସର ଡର ମାଡ଼ି ବସୁଛି । କୋରୋନାକୁ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ ଚାଲିଥିବା ବେଳେ ଏହାକୁ ନେଇ କିଛି ଲୋକ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରୁଛନ୍ତି । ତେବେ କୋରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରି ପୁଣି ଜଣେ 29 ବର୍ଷ ବୟସ୍କା ମହିଳାଙ୍କୁ ଗିରଫ କରିଛି ପୋଲିସ । କୋଲକାତା ବେଲିଆଘାଟ ସହରର ଆଇଡି ହସ୍ପିଟାଲର ଜଣେ ଡାକ୍ତର କୋରୋନା ଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଖବର ପ୍ରଚାର କରି ଗିରଫ ହୋଇଛନ୍ତି ମହିଳା ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା କୋଲକାତା ପୋଲିସର ସାଇବର କ୍ରାଇମ ଶାଖାରେ ଦାଖଲ ହୋଇଥିବା ଏଫଆଇଆର ଆଧାରରେ ଏହି ଗିରଫ କରାଯାଇଛି । ଭାରତୀୟ ଦଣ୍ଡବିଧାନ ଆଇନର ଧାରା 505 (1)(b)/2 ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ 200 ଧାରା 66 ଅନୁଯାୟୀ ତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି । ମିଥ୍ୟା ଖବରର ପ୍ରସାର କରୁଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଡିଡି ଟିମ୍ ଏବଂ ସ୍ବତନ୍ତ୍ର ଟାସ୍କ ଫୋର୍ସ ନିୟୋଜିତ କରାଯିବା ସହ ଏପରି ଅସାଧୁ ଲୋକଙ୍କୁ କ୍ଷମା କରାଯିବ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.