ଜୟପୁର : ମହିଳାଙ୍କୁ ଗଣ ଦୁଷ୍କର୍ମ ! ଏହାସହ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କଲେ ଅଭିଯୁକ୍ତ। ଏଭଳି ଲଜ୍ଜ୍ୟାଜନକ ଘଟଣା ଘଟିଛି ରାଜସ୍ଥାନର ଅଲଓ୍ବାଲ ଜିଲ୍ଲାରେ । ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଥିବାବେଳେ 4 ଅଭିଯୁକ୍ତ ଫେରାର ଥିବା ଜଣାପଡିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ମହିଳା ଜଣକ ନିଜ ଭଣଜା ସହିତ ଜଣଙ୍କୁ ଟଙ୍କା ଦେଇ ଫେରୁ ଥିବାବେଳେ ରାସ୍ତାର 6 ଜଣ ଲୋକ ତାଙ୍କୁ ଅଟକାଇ ଥିଲେ । ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହିତ ସାଙ୍ଗରେ ଥିବା ଭଣଜାଙ୍କୁ ମାଡ ମଧ୍ୟ ମାରି ଥିଲେ। ଏହାସହିତ ମହିଳାଙ୍କ ଭିଡିଓ ମଧ୍ୟ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛଡା ଯାଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।
@ ANI