ETV Bharat / bharat

ସମସ୍ୟାରେ ସ୍ବାସ୍ଥ୍ୟ ବିଭାଗ, ନିଜ ପାଇଁ ସାଜିଲେ ନିଜେ ଡାକ୍ତର

author img

By

Published : Jun 4, 2019, 2:38 PM IST

ମହାରାଷ୍ଟ୍ରର ନାଗପୁରରେ ଜଣେ 23 ବର୍ଷୀୟ ମହିଳା ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ ଥିଲେ । ସେ ସୋମବାର ବିନା କୌଣସି ସହାୟତାରେ ନିଜ ଡେଲିଭରି ନିଜେ କରିଛନ୍ତି ।

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ 23 ବର୍ଷୀୟ ମହିଳା ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ ଥିଲେ । ସେ ସୋମବାର ବିନା କୌଣସି ସହାୟତାରେ ନିଜ ଡେଲିଭରି ନିଜେ କରିଛନ୍ତି । ଖୁବ୍ ଯନ୍ତ୍ରଣାରେ ଥିଲେ ମଧ୍ୟ ତାଙ୍କ ସହାୟତା କେହି ମଧ୍ୟ କରିନଥିଲେ ।

ତେବେ ସୁକେଶ୍ରୀ ନାମକ ଏହି ମହିଳା ସାଉଥ ନାଗପୁର ଅଞ୍ଚଳରେ ହୁଦକେଶ୍ବରୀର ବାସିନ୍ଦା । ଗର୍ଭବତୀ ହେବାପରେ ତାଙ୍କୁ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ଶନିବାର ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ମାତ୍ର ସେଠାରେ ତାଙ୍କୁ ବେଡ ମିଳିନଥିଲା । ଯେଉଁ କାରଣରୁ ତାଙ୍କୁ ତଳେ ରହିବାକୁ ପଡିଥିଲା । ମାତ୍ର ପରେ ବରିଷ୍ଠ ଅଧିକାରୀଙ୍କୁ ଅଭିଯୋଗ ଦେବା ପରେ ତାଙ୍କୁ ବେଡ ମିଳିଥିଲା ।

ପରିବାର ଲୋକଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟାରେ ତାଙ୍କର ଲେବର ପେନ୍ ଆରମ୍ଭ ହୋଇଥିଲା । ଏହାପରେ ତାଙ୍କୁ ପ୍ରସବ ବୋର୍ଡକୁ ନିଆଯାଇଥିଲା । ତାଙ୍କ ଯନ୍ତ୍ରଣା କମ୍ ହେବାରୁ ଡାକ୍ତର ବାହାରକୁ ଚାଲିଆସିଥିଲେ । ମାତ୍ର ଯନ୍ତ୍ରଣା ମଧ୍ୟ ରାତ୍ରୀରେ ପୁଣି ଆରମ୍ଭ ହୋଇଥିଲା । ସେତେବେଳେ ତାଙ୍କ ପାଖରେ କେହି ନଥିଲେ । ସେ ଅନେକ ସମୟ ପର୍ଯ୍ୟନ୍ତ ସାହାଯ୍ୟ ମାଗିଥିଲେ । ହେଲେ କାହାର ସାହାଯ୍ୟ ମିଳିନଥିଲା । ମହିଳାଙ୍କ ଚିତ୍କାରରେ ତାଙ୍କର ଜଣେ ସମ୍ପର୍କୀୟ ସେଠାକୁ ଆସିଥିଲେ । ଆଉ ସେଠାରେ ପହଞ୍ଚି ସେ ଯାହା ଦେଖିଥିଲେ, ତାହା ତାଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରାଇଥିଲା । ମହିଳାଙ୍କ ପ୍ରସବ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଶିଶୁ ମଧ୍ୟ ବାହରକୁ ଆସିସାରିଛି । ପରେ ସେ ସେଠାରେ ଥିବା ଜଣେ ନର୍ସଙ୍କର ସାହାଯ୍ୟ ନେଇଥିଲେ ।

ତେବେ ଏନେଇ ମହିଳାଙ୍କ ସ୍ବାମୀ ମେଡିକାଲ ପ୍ରଶାସନକୁ ଅଭିଯୋଗ କରିଥିଲେ । ଏହାପରେ ଏନେଇ ଯାଞ୍ଚ ହେବାପରେ ତଦନ୍ତ ଆରମ୍ଭ ହେବା କହିଥିଲେ ଡାକ୍ତରଖାନା ଅଧିକାରୀ ।

Intro:Body:

bhata kha

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.