ETV Bharat / bharat

24 ଘଣ୍ଟାରେ ଦେଶରେ 48648 ହଜାର ନୂଆ କୋରୋନା ଆକ୍ରାନ୍ତ, 563 ମୃତ

author img

By

Published : Oct 30, 2020, 10:56 AM IST

ଦେଶରେ ଗତ କିଛି ଦିନ ଧରି 50 ହଜାର ତଳେ ରହୁଛି ସଂକ୍ରମିତ ସଂଖ୍ୟା । ଆଜି ବି 48 ହଜାର 648 ନୂତନ ମାମଲା ଚିହ୍ନଟ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ ଦେଶରେ 48 ହଜାର ନୂତନ ସଂକ୍ରମିତ, 563 ମୃତ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାର ଡାଉନ ଟ୍ରେଣ୍ଡ ଜାରି ରହିଛି । ଆଜି ବି 50 ହଜାର ତଳେ ରହିଛି ସଂକ୍ରମଣ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ 48 ହଜାର 648 ନୂତନ ମାମଲା ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 80 ଲକ୍ଷ 88 ହଜାର 851ରେ ପହଞ୍ଚିଛି । ସେହିପରି 563 ଜଣଙ୍କ ଜୀବନ ଯିବା ପରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 21 ହଜାର 90କୁ ବୃଦ୍ଧି ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଦିନକରେ 57 ହଜାର 386 ଜଣ ସୁସ୍ଥ ହେବା ପରେ ମୋଟ ଆରୋଗ୍ୟ ସଂଖ୍ୟା 73 ଲକ୍ଷ 73 ହଜାର 375କୁ ବୃଦ୍ଧି ପାଇଛି । ମୋଟ 80 ଲକ୍ଷ 88 ହଜାର 851 ସଂକ୍ରମିତଙ୍କ ମଧ୍ୟରୁ 5 ଲକ୍ଷ 94 ହଜାର 384 ଟି ସକ୍ରିୟ ମାମଲା ରହିଛି ।

ଆଇସିଏମଆର ରିପୋର୍ଟ ମୁତାବାକ, ଅକ୍ଟୋବର 29 ସୁଦ୍ଧା ଦେଶରେ 1 କୋଟି 77 ଲକ୍ଷ 28 ହଜାର 88ଟି କୋଭିଡ ଟେଷ୍ଟ ସରିଛି । ଗୁରୁବାର ସୁଦ୍ଦା 11,64, 648ଟି କୋଭିଡ ଟେଷ୍ଟ କରାଯାଇଥିଲା ।

ସୂଚନାଯୋଗ୍ୟ, ଅଗଷ୍ଟ 7 ରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ, ଅଗଷ୍ଟ 23ରେ 30 ଲକ୍ଷ ଏବଂ ସେପ୍ଟେମ୍ବର 5 ରେ ସଂକ୍ରମିତଙ୍କ ସଂଖ୍ୟା 40 ଲକ୍ଷ ଅତିକ୍ରମ କରିଥିଲା । 16 ସେପ୍ଟେମ୍ବର ବେଳକୁ 50 ଲକ୍ଷ ରହିଥିବା ସହ 28 ସେପ୍ଟେମ୍ବରରେ 60 ଲକ୍ଷରେ ଛୁଇଁଥିଲା । ଏବଂ 11 ଅକ୍ଟୋବର ବେଳକୁ ସର୍ବାଧିକ 70 ଲକ୍ଷ ଅତିକ୍ର କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.