ବେଙ୍ଗାଲୁରୁ: ନିକଟରେ ପୁଣେ ଶ୍ରମ ଅଧିକାରୀଙ୍କ ପାଖରେ ଆଇଟି କମ୍ପାନୀ ୱିପ୍ରୋ ନାଁରେ ଆସିଥିଲା ସାଙ୍ଘାତିକ ଅଭିଯୋଗ । ଲକଡାଉନ ସମୟରେ କମ୍ପାନୀ ନିଜର 3000 କର୍ମଚାରୀଙ୍କୁ ବସାଇ ଦେଇଥିବା ଅଭିଯୋଗ ଆସିଥିଲା । ଯାହାର ଜବାବ ଦେଇ ଶୁକ୍ରବାର କମ୍ପାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏହି ପ୍ରସଙ୍ଗରେ ଇଟିଭି ଭାରତକୁ ସ୍ପଷ୍ଟୀକରଣ ଦେଇ କମ୍ପାନୀ କହିଛି କି ବର୍ତ୍ତମାନ ସମୟରେ କୌଣସି କର୍ମଚାରୀଙ୍କ ଦରମା କାଟ କିମ୍ବା ଚାକିରୀରୁ ବହିଷ୍କାର କରିବା ନେଇ କୌଣସି ଯୋଜନା ନାହିଁ ।
ୱିପ୍ରୋ ଏହା ମଧ୍ୟ କହିଛି କି କମ୍ପାନୀରେ କୌଣସି ପ୍ରୋଜେକ୍ଟରେ ରହିଥିବା କିମ୍ବା ପ୍ରୋଜେକ୍ଟର ଅପେକ୍ଷାରେ ରହିଥିବା କର୍ମଚାରୀଙ୍କ ଦରମା କାଟ ପ୍ରସଙ୍ଗ ସମ୍ପୂର୍ଣ୍ଣ ମିଛ । ସେହିପରି ଛଟେଇ ଖବରର ମଧ୍ୟ କୌଣସି ପ୍ରାସଙ୍ଗିକତା ନାହିଁ । ଏନେଇ ପୁଣେ ଶ୍ରମ ବିଭାଗ ପାଖରୁ କୌଣସି ନୋଟିସ କମ୍ପାନୀ ଏଯାଏଁ ପାଇ ନାହିଁ । ତେଣୁ ଆବଶ୍ୟକ ପଡିଲେ ଶ୍ରମ ବିଭାଗକୁ ସମସ୍ତ ଜରୁରୀ ତଥ୍ୟ ଦେଖାଇବା ପାଇଁ କମ୍ପାନୀ ପ୍ରସ୍ତୁତ ଅଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ